କେଉଁ ଚେର ତାବିଜ୍ ରେ ପିନ୍ଧିଲେ ଧନର ଆଗମନ ହୋଇଥାଏ ? Ajira Anuchinta

ସାଂସାରିକ ଜୀବନକୁ ସୁଖମୟ କରିବାକୁ ହେଲେ କିଛି ଜ୍ଯୋତିଷ ଉପାୟ କରିବା ଆବଶ୍ୟକ ହୋଇଥାଏ । ତେବେ ଏହିପରି କିଛି ଉପାୟ ବିଷୟରେ ଆସନ୍ତୁ ଜାଣିବା । ୧- ରବିବାର ଦିନ ବର ଗଛ ପତ୍ରରେ ନିଜର ଇଚ୍ଛା ଲେଖି ନଦୀରେ ଭସାଇବା ଦ୍ଵାରା ପୂର୍ଣ୍ଣ ହୋଇଥାଏ ।

୨- ରବିବାରରେ ୪ଟି ସଳିତାରେ ଦୀପ ଜାଳି ଓସ୍ତ ଗଛ ମୂଳରେ ଜଳାଇବା ଦ୍ଵାରା ଧନ, ମାନ, ସମାନ, ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

୩- ରବିବାରରେ ଝାଡୁ କିଣିବା ଶୁଭ ହେବା ସହ ସେଇ ଝାଡୁରେ ସଫା କରିଲେ ଆର୍ଥିକ ସ୍ଥିତି ଭଲ ରହିଥାଏ ।

୪- ରବିବାରରେ ନଦୀରେ ମାଛଙ୍କୁ ଖାଦ୍ୟ ଖାଇବାକୁ ଦେବା ଦ୍ଵାରା ମଙ୍ଗଳକାରୀ ହେବା ସହ ଲକ୍ଷ୍ମୀ କୃପା ପ୍ରାପ୍ତ ହୁଏ ।

୫- ଆର୍ଥିକ ସମସ୍ଯା ହେଉଛି ତେବେ ଶନିବାରରେ ଓସ୍ତ ଗଛ ମୂଳରେ କ୍ଷୀର ସହ ଗୁଡ ଚଢାଇ ସୋରିଷ ତେଲରେ ଦୀପ ଜାଳିଲେ ତାହା ଦୂର ହୋଇଥାଏ ।

୬- ଯଦି ପିଲାଙ୍କର ପାଠରେ ମନ ଲାଗୁ ନାହିଁ ତେବେ ତିନି ଶୁକ୍ଳ ପକ୍ଷ ରବିବାର ଦିନ ୫ଟି ମିଠାଇ ସହ ୨ଟି ଗୁଜୁରାତି ନେଇ ପିଲାଙ୍କ ଦ୍ଵାରା ଓସ୍ତ ଗଛ ମୂଳରେ ରଖିଲେ ମଙ୍ଗଳକାରୀ ହୋଇଥାଏ ।

୭- ଯଦି ଜୀବନରେ ଧାର କରଜର ଭାର ଅଧିକ ହେଉଛି ତେବେ ମଙ୍ଗଳବାରରେ ରୁଣ ମୋଚକ ସ୍ଥିତ ପାଠ କରିଲେ ମଙ୍ଗଳକାର ହୋଇଥାଏ ।

୮- ଶନିବାର, ମଙ୍ଗଳବାର ଓ ଗୁରୁବାର ଦିନ ନଖ ବା କେଶ କାଟିବା ଅନୁଚିତ । ଏହାଦ୍ବାରା ଦାମ୍ପତ୍ୟ ଜୀବନ ପାଇଁ ମଙ୍ଗଳକାରୀ ହୋଇନ ଥାଏ ।

୯- କଦଳୀ ଗଛରେ ଲକ୍ଷ୍ମୀ ନାରାୟଣଙ୍କ ବାସ ହୋଇଥାଏ । ତେଣୁ ବୈବାହିକ ଜୀବନରେ ସୁଖ ସମୃଦ୍ଧି ପାଇଁ ନିୟମିତ କଦଳୀ ଗଛ ପୂଜା କରିଲେ ମଙ୍ଗଳକାରୀ ହୋଇଥାଏ ।

୧୦- ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁର ସମ୍ପର୍କ ପାଇଁ ନାଲି କପଡାରେ ମୁଠାଏ ହଳଦିଆ ସୋରିଷ ସହ ସେମାନଙ୍କ ନାମ ଲେଖା ଥିବା ଗୋମତୀ ଚକ୍ର ବାନ୍ଧି ଶୋଇବା ଘରେ ରଖିବା ଭଲ ହୋଇଥାଏ ।

୧୧- ବିବାହିତା ନାରୀ ପ୍ରତେକ ଦିନ ଦୂର୍ଗା ଚାଳିଶା ପାଠ କରିଲେ ଦାମ୍ପତ୍ୟ ଜୀବନରେ ଆସୁଥିବା ସମସ୍ଯା ଦୂର ହୋଇଥାଏ ।

୧୨- ପ୍ରତେକ ଦିନ ଗାଇକୁ କିଛି ଖାଦ୍ୟ ଖାଇବାକୁ ଦେଲେ ଜୀବନରେ ଉନ୍ନତି ପ୍ରାପ୍ତ ହୁଏ । ଯଦି ଚାକିରି ପାଇଁ କୌଣସି ସ୍ଥାନକୁ ଯିବାର ଅଛି ତେବେ ଗୋଟେ ଲେମ୍ବୁରେ ୪ଟି ଲବଙ୍ଗ ଲଗାଇ ସାଙ୍ଗରେ ନେଇ ଯିବା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହୁଏ ।

୧୩- ଶନିବାର ଦିନ ଶନିଙ୍କ ପୂଜା କରିବା ସମୟରେ ଓମ ଶନିଶ୍ଚରାୟ ମନ୍ତ୍ର ୧୦୮ ଥର ଜପିଲେ ଚାକିରି ଜନିତ ସମସ୍ଯା ଦୂର ହୋଇଥାଏ ।

୧୪- ସୋମବାର ଦିନ ଶିବ ମନ୍ଦିରରେ କ୍ଷୀର, ଚାଉଳ ଅର୍ପଣ କରିବା ଦ୍ଵାରା ମନ ମୁତାବକ ଚାକିରି ପ୍ରାପ୍ତ ହୁଏ । ନିୟମିତ ଭାବେ କଦଳୀ ଗଛରେ ଜଳ ଅର୍ପଣ କରିଲେ ଦାରିଦ୍ରତା ଦୂର ହୁଏ ।

୧୫- ଡିମିରି ଗଛର ଚେର କପଡାରେ ବାନ୍ଧି ଚାନ୍ଦିର ତାବିଜରେ ରଖିକି ବେକରେ ଧାରଣ କରିଲେ ଆର୍ଥିକ ସମସ୍ଯା ଦୂର ହୁଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *