କେଉଁ ଗଛ ଘରର ଦୁଆର ମୁହଁରେ ଲଗାଇଲେ ଘରେ ଉନ୍ନତି ହୋଇଥାଏ ? ଏହା ସହ ଆହୁରି 15+ Ajira Anuchinta

ବନ୍ଧୁଗଣ ଜାଣି ନିଅନ୍ତୁ ଆଜିର କିଛି ଅନୁଚିନ୍ତା ବିଷୟରେ ବିସ୍ତାର ଭାବେ । ୧- ମନ୍ଦିରର ମାତା ଲକ୍ଷ୍ମୀଙ୍କ ସମୁଖରେ ୯ଟି ବତୀ ଥିବା ଘି ଦୀପ ଜଳାଇବା ଦ୍ଵାରା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ । ଏହା ଦ୍ଵାରା ଧନ ଲାଭର ସମ୍ଭାବନା ସୃଷ୍ଟି ହୋଇଥାଏ । ୨- ଶୁକ୍ଳ ପକ୍ଷ ବୁଧବାରର ଓସ୍ତ ଗଛରେ ଧଳା କପଡାର ପତାକା ବାନ୍ଧିବା ଦ୍ଵାରା ଧନ ହାନି ହୁଏ ନାହିଁ ଏବଂ ଆକସ୍ମିକ ଧନ ଲାଭ ହୋଇଥାଏ ।

୩- ଗୋପୀ ଚନ୍ଦନର ୯ ଖଣ୍ଡ ଡାଳ କଦଳୀ ଗଛରେ ହଳଦିଆ ସୂତାରେ ବାନ୍ଧିବା ଦ୍ଵାରା ଶୁଭପ୍ରଦ ହେବା ସହ ଗୃହକୁ ଧନର ଆଗମନ ହୋଇଥାଏ ।

୪- ଗୋଟେ ମାଟି ପାତ୍ରରେ କିଛି ସୁନା ଓ ଚାନ୍ଦିର ଜିନିଷ ରଖିକି ସେଥିରେ ଚାଉଳ ଭର୍ତ୍ତି କରି ଘରର ଉତ୍ତର କୋଣରେ ରଖିଲେ ଆର୍ଥିକ ସମସ୍ଯା ଦେଖାଦିଏ ନାହିଁ ।

୫- ଚାନ୍ଦିର ଡବା ଭିତରେ ପାଣି ଭର୍ତ୍ତି କରି ତାଙ୍କ ରଖୁଥିବା ଜାଗାରେ ରଖିଲେ ଶୁଭପ୍ରଦ ହେବା ସହ ଘରେ ଧନର ଅଭାବ ହୁଏ ନାହିଁ ।

୬- ଶନିବାରରେ କୁକୁରକୁ ରୋଟିରେ ସୋରିଷ ତେଲ ଲଗାଇ ଖାଇବାକୁ ଦେଲେ ଶୁଭପ୍ରଦ ହେବା ସହ ଅଟକିଥିବା ଧନ ଜଲ୍ଦି ମିଳିଥାଏ ।

୭- ଯଦି ଅଧିକ ପରିଶ୍ରମ ପରେ ବି ଧନ ପ୍ରାପ୍ତ ହେଉ ନାହିଁ ତେବେ ଦୁଇଟି ହାଣ୍ଡିରେ ଗୋଟେରେ ଲୁଣ ଓ ଅନ୍ୟଟିରେ ମୁଗ ଭର୍ତ୍ତି କରି ଘରେ ରଖିଲେ ଧନ ଲାଭ ହୁଏ ।

୮- ଘରେ ପାହାଚ ବା ସିଡି ଭୁଲ ଦିଗରେ ରହିଥାଏ ସେଠାରେ କର୍ପୁର ରଖିଲେ ମଙ୍ଗଳକାରୀ ହୋଇଥାଏ ।

୯- ବାରମ୍ବାର ସଙ୍କଟ ଦେଖା ଯାଉଛି ତେବେ ଶବ ଯାତ୍ରା ପରେ ଶ୍ମଶାନରେ କିଛି ପଇସା ପକାଇ ଆସିବା ଦ୍ଵାରା ସଙ୍କଟ ଦୂର ହୋଇଥାଏ ।

୧୦- ପିମ୍ପୁଡି, ପକ୍ଷୀ, କାଉ, ଗାଈ, କନ୍ୟା, ଗଛ ମାନଙ୍କୁ ଅର୍ଣ୍ଣ ଜଳ ଦାନ କରିଲେ ପିତୃ ଓ ଗ୍ରହ ଦୋଷ ଦୂର ହେବା ସହ ଆକସ୍ମିକ ସଙ୍କଟ ଓ ଦୁର୍ଘଟଣା ଦୂର ହୋଇଥାଏ ।

୧୧- କେବେବି ସୁଧା କାରୋବାର, ଜୀବଜନ୍ତୁଙ୍କୁ କଷ୍ଟ ଦେବା ଅନୁଚିତ । ଏହାଦ୍ବାରା ଅମଙ୍ଗଳକାରୀ ହେବା ସହ ଶନି ଗ୍ରହଙ୍କ ଖରାପ ପ୍ରଭାବ ପଡିଥାଏ ।

୧୨- ମୁହଁରେ କେବେବି ଗାଳି ଗୁଲଜ କରିବା କିମ୍ବା ଘରେ ଝଗଡା କରିବା ଅନୁଚିତ । ଏହାଦ୍ବାରା ଗୃହରେ ସୁଖ ସମୃଦ୍ଧି ସ୍ଥାୟୀ ଭାବେ ରହିଥାଏ ।

୧୩- ପ୍ରତେକ ଦିନ ମଥାରେ କେଶର ଓ ହଳଦୀର ତିଳକ ଲଗାଇଲେ ଏକାଦଶୀ, ଗୁରୁବାର ବ୍ରତ କରିଲେ ସୁଖ, ସମୃଦ୍ଧି, ଧନ ଲାଭ ହୋଇଥାଏ ।

୧୪- ମଙ୍ଗଳବାର, ଶନିବାର, ଗୁରୁବାର ଦିନ ଓସ୍ତ ଗଛରେ ଜଳ ଅର୍ପଣ କରିବା ଦ୍ଵାରା ସୁଖ, ଶାନ୍ତି, ଅମୃଦ୍ଧି ପ୍ରାପ୍ତ ହୋଇଥାଏ ।

୧୫- ଘରେ ସୁନା ଜିନିଷ ରଖୁଥିବା ସ୍ଥାନରେ କେଶର ରଖିଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବା ସହ ପରିବାର ଲୋକଙ୍କର ଉନ୍ନତି ହୋଇଥାଏ ।

୧୬- ଘରର ମୁଖ୍ୟ ଦ୍ବାରର ଦୁଇ ପଟରେ ଅଶୋକ ଗଛ ଲଗାଇବା ଦ୍ଵାରା ମଙ୍ଗଳକାରୀ ହେବା ସହ ବଂଶର ଉନ୍ନତି ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *