କେଉଁ ମାସରେ ଜନ୍ମିତ କନ୍ୟା ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି ? Ajira Anuchinta

ବନ୍ଧୁଗଣ ଦୁନିଆରେ ଯେତେ ଦାନ ଅଛି 5ଟି ଦାନ ମହାନ ଦାନ ଅଟେ । ଯଥା ଅର୍ଣ୍ଣ, ଭୂମି, ଗୋ, କନ୍ୟା ଓ ବିଦ୍ୟା ଦାନ । ଏହି 5ଟି ଦାନ ଦାନ ସବୁ ଦାନ ମଧ୍ୟରୁ ମହାନ ଦାନ ଅଟେ । ଦୁନିଆରେ ଏମିତି ବାପା ମା ଅଛନ୍ତି ଯେବେ ତାଙ୍କ କୋଳକୁ କନ୍ୟା ସନ୍ତାନ ଜନ୍ମ ନେଇଥାଏ ସେତେବେଳେ ତାଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯାଏ । ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ସେହି ଘରେ ରହିଥାଏ । ନବରାତ୍ର ସମୟରେ ନାରୀ ମାନଙ୍କର ପୂଜନ ବ୍ୟବସ୍ଥା ରହିଛି । ଆଜି ଆମେ ଜାଣିବା କେଉଁ ମାସରେ ଜାତ କନ୍ୟା ଲକ୍ଷ୍ମୀ ସ୍ୱରୂପ ହୋଇଥାନ୍ତି ।

1- ଓଡିଆ ମାସ ହିସାବରେ ମକର ମାସ 15 ଦିନ ଠାରୁ କୁମ୍ଭ ମାସ ଅର୍ଥାତ ମାଘ ମାସ ଶୁକ୍ଳ ପକ୍ଷ ଠାରୁ ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଯାଏଁ ବା ଫେବୃଆରି ମାସରେ ଜାତ ହୋଇଥିବା କନ୍ୟା ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି । ଏହାର ମୁଖ୍ୟ କାରଣ ଏହି ମାସରେ ଗ୍ରହ ମାନଙ୍କର ସ୍ଥିତି ଶୁଭ ସ୍ଥାନରେ ରହିଥାନ୍ତି । ଏହି ମାସରେ ଜନ୍ମଗ୍ରହଣ କରିଥିବା କନ୍ୟା ସାହସି, ମନଲୋଭା ବ୍ୟକ୍ତିତ୍ବର ଅଧିକାରିଣୀ ହୋଇଥାନ୍ତି ।

2- ମୀନ ମାସର 15 ଦିନ ଠାରୁ ମେଷ ମାସର 15 ଦିନ ଯାଏଁ ବା ଚୈତ୍ର ମାସର ଶୁକ୍ଲ ପକ୍ଷ ଠାରୁ ବୈଶାଖ ମାସ କୃଷ୍ଣ ପକ୍ଷ ଯାଏଁ ବା ଏପ୍ରିଲ ମାସରେ ଜାତ କନ୍ୟା ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି । ଏହି ମାସରେ ଜାତ କନ୍ୟାଙ୍କ ଜୀବନରେ କେବେ ବି ଧନର ଅଭାବ ହୁଏ ନାହିଁ । ଯେବେତେବେଳେ ଯାହା ଇଚ୍ଛା କରନରୀ ତାହା ପ୍ରାପ୍ତ ହୋଇଥାଏ । ଏମାନେ ଶାନ୍ତ ସ୍ଵଭାବର ହେବା ସହ ଧୀର ଚିତ୍ତ, ଦେବ ନୀତି, ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି । ନିଜର ଜନ୍ମ ସ୍ଥାନର ଉନ୍ନତି କରିବା ସହ ବିବାହ ପରେ ଶାଶୁଘରେ ଉନ୍ନତି କରିଥାନ୍ତି ।

3- ବୃଷ ମାସର 15 ଦିନ ଠାରୁ ମିଥୁନ ମାସ 15 ଦିନ ଯାଏଁ ବା ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଠାରୁ ଆଷାଢ ମାସ ଶୁକ୍ଲା ପକ୍ଷ ଅର୍ଥାତ ଜୁନ ମାସରେ ଜନ୍ମିତ କନ୍ୟା ବହୁତ ଧନୀ ଅଟନ୍ତି । ଯେଉଁ ଘରେ ଏହି ମାସରେ କନ୍ୟା ସନ୍ତାନ ଜାତ ହୋଇଥାଏ ସେମାନେ ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି । ଏମିତି କନ୍ୟା କ୍ଷମାଶୀଳ, ଉତ୍ତମ କର୍ମୀ, ସାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ପରୋପକାରୀ ହେବା ସହ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି ।

4- ସିଂହ ମାସ 15 ଦିନ ଠାରୁ କନ୍ୟା ମାସ 15 ଦିନ ବା ଭାଦ୍ରବ ମାସ ଶୁକ୍ଳ ପକ୍ଷରୁ ଆଶ୍ଵୀନ ମାସ କୃଷ୍ଣ ପକ୍ଷ ଅର୍ଥାତ ସେପ୍ଟେମ୍ବର ମାସରେ ଜନ୍ମଗ୍ରହଣ ହୋଇଥିବା କନ୍ୟା ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଏହି ସମୟରେ ଗ୍ରହ ମାନଙ୍କର ସ୍ଥିତି ଶୁଭ ହେବାରୁ ଏମାନେ ରାଜଯୋଗ ଭୋଗ କରନ୍ତି ।

ଯେଉଁ ଘରକୁ ଏମାନେ ବିବାହ କରି ଯାଇଥାନ୍ତି ମା ଲକ୍ଷ୍ମୀଙ୍କ କୃପା ରହିଥାଏ । ଏମାନେ ବିଦ୍ୟାବନ୍ତ, ଦାତା, ଗୁଣୀ, ଧନବତୀ, ସମସ୍ତଙ୍କର ଅତି ପ୍ରିୟ ହୋଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *