କିଡନି ଖରାପ ହେଲେ ଦେଖାଦିଏ ଏହି 11ଟି ଲକ୍ଷଣ, ଏହାଭିତରୁ ଆପଣଙ୍କୁ କିଛି ଲକ୍ଷଣ ଦେଖା ଦେଉଛି କି ? ତେବେ ଆଜି ହିଁ ଟେଷ୍ଟ କରେଇ ନିଅନ୍ତୁ

ଭାରତରେ କିଡନି ଖରାପ ହେବାର ସମସ୍ଯା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଖାଦ୍ୟପେୟରେ ଅନିୟମିତତା, ବ୍ୟସ୍ତ ବହୁଳ ଜୀବନ ଶୈଳୀ, ବାୟୁ ପ୍ରଦ୍ଯୁସଣ, ଦୂଷିତ ପାଣି କାରଣରୁ କିଡନି ରୋଗ ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ଜୀବନ ଶୈଳୀରେ ପରିବର୍ତ୍ତନ ଓ ଖାଦ୍ୟପେୟରେ ନିୟନ୍ତ୍ରଣ ରଖି ଏହି ରୋଗକୁ ରୋକା ଯାଇପାରିବ । କିନ୍ତୁ ବର୍ତ୍ତମାନର ଫାଷ୍ଟ ଫୁଡ କାରଣରୁ ଏହି ରୋଗକୁ ରୋକିବା ବହୁତ କଷ୍ଟକର ହୋଇ ପଡିଲାନି । କିଡନି ରୋଗକୁ ଗମ୍ଭୀର ହେବାରୁ ରୋକିବା ପାଇଁ ଏହାକୁ ଆରମ୍ଭରୁ ଚିହ୍ନିବା ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ କିଡନି ଖରାପ ହେବାର କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ।

୧- କିଡନି ଆମ ଶରୀରରୁ ରକ୍ତକୁ ଛାଣି ଏଥିରେ ଥିବା ଅଦରକାରୀ ପଦାର୍ଥକୁ ପରିସ୍ରା ବାଟେ ବାହାର କରିଥାଏ । ଯଦି କିଡନି ଖରାପ ତେବେ ବିଷାକ୍ତ ପାଦାର୍ଥ ଶରୀରରୁ ନ ବାହାରି ଆଁଠୁଗଣ୍ଠି ଜମିବାରେ ଲାଗିଥାଏ । ଏଣୁ ହାତ, ଗୋଡ ଫୁଲିଯାଏ ।

୨- ଯଦି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗିଲା ଭଳି ଅନୁଭବ ହୁଏ ତେବେ ଏହା କିଡନି ଖରାପ ହେବାର ଲକ୍ଷଣ ହୋଇଥାଏ । ଅତି କମ ପରିସ୍ରା ହେବା, ପରିସ୍ରା ଗାଢ ହେବା କିଡନି ଖରାପ ହେବାର ଲକ୍ଷଣ ହୋଇଥାଏ ।

୩- ଯଦି ପରିସ୍ରା କରିବା ସମୟରେ ପରିସ୍ରାରେ ଫେଣ ହେଉଥାଏ ବା ରକ୍ତ ପଡୁଥାଏ ତେବେ କିଡନି ଖରାପ ହେବାର ଆଉ ଏକ ଲକ୍ଷଣ ହୋଇଥାଏ ।

୪- ଯଦି ଅଳ୍ପ କାମ କରି ଦୁର୍ବଳ ଲାଗୁଛି ଦିନ ସାରା ଥକାପଣ ଅନୁଭବ ହେଉଥାଏ ତେବେ ଏହା କିଡନି ଫେଲ ହେବାର ଲକ୍ଷଣ ହୋଇଥାଏ । କାରଣ କିଡ଼ନି ଖରାପ ହେଲେ ଶରୀରରେ ହରମୋନର ଅଭାବ ହୋଇଥାଏ । ତେଣୁ ଦୁର୍ବଳ ଲାଗିଥାଏ ।

୫- ଯଦି କୌଣସି କାମ କରିବାରେ ମନ ଲାଗୁ ନାହି ବା ସାମାନ୍ୟ କଥାରେ ଚିଡିଚିଡା ଲାଗିଥାଏ ତେବେ ଏହା କିଡନି ରୋଗର ଲକ୍ଷଣ ହୋଇଥାଏ । ଶରୀରରେ ଏକାଗ୍ରତା ହ୍ରାସ ହେଲେ ଏମିତି ହୋଇଥାଏ ।

୬- ଯଦି ଖରା ଦିନରେ ଥଣ୍ଡା ଲାଗେ ଓ ଜ୍ଵର ଅନୁଭବ ହୁଏ ତେବେ ଏହା କିଡନି ଖାରପ ହେବାର ଲକ୍ଷଣ ହୋଇଥାଏ । ଯଦି ଚର୍ମରେ ବାରମ୍ବାର ରିୟାସେସ ହୋଇଥାଏ ତେବେ ଏହା କିଡନି ଖରାପ ହେବାର ଲକ୍ଷଣ ହୋଇଥାଏ ।

୭- ବହୁତ କମ ଲୋକ ଜାଣିଥାନ୍ତି ପାତିରୁ ଗନ୍ଧ ବାହାରିବା କିଡନି ଖରାପ ହେବାର ଲକ୍ଷଣ ହୋଇଥାଏ । କାରଣ କିଡନି ଖରାପ ହେଲେ ରକ୍ତରେ ୟୁରିଆର ମାତ୍ର ବଢିଥାଏ । ଏହି ୟୁରିଆ ଆମୋନିଆ ରୂପରେ ଉତ୍ପନ ହୋଇଥାଏ ।

୮- କିଡନି ଖରାପ ହେଲେ ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବ କାରଣରୁ ବାନ୍ତି ଲାଗିଥାଏ । ଯଦି ପିଠିର ଯନ୍ତ୍ରଣା କାମର ଠାରୁ ଆରମ୍ଭ କରି ପଞ୍ଜରା ତଳ ଦେଇ ତାଳି ପେଟ ଯାଏଁ ହେଉଥାଏ ତେବେ ଏହା କିଡନି ଖରାପ ହେବାର ଲକ୍ଷଣ ହୋଇଥାଏ ।

୯- ଯେବେ କିଡନି ଖରାପ ସେତେବେଳେ ଫୁସଫୁରେ ଫ୍ଳୁଏଡ ଜମିଥାଏ । ତେଣୁ ନିଶ୍ଵାସ ପ୍ରଶ୍ବାସରେ ଅସୁବିଧା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *