କୁକୁର କାହିଁକି ଖୋଲାରେ ସହବାସ କରିଥାନ୍ତି ? କୁକୁର ମାନଙ୍କର ସତ୍ୟତା କଣ ରହିଛି ?

ବନ୍ଧୁଗଣ ଆପଣ ମାନେ ଅନେକ ଥର କୁକୁର ମାନଙ୍କୁ ଖୋଲାରେ ସହବାସ କରୁଥିବାର ନିଶ୍ଚୟ ଦେଖିଥିବେ । କିନ୍ତୁ କଣ ଆପଣ କେବେ ଭାବି ଛନ୍ତି କୁ କୁକୁର ମାନେ ଖୋଲାରେ କାହିଁକି ସହବାସ କରିଥାନ୍ତି । କୁହାଯାଏ ଦ୍ରୌପଦୀ ଙ୍କ ଅଭିଶାପ କାରଣରୁ କୁକୁର ଖୋଲାରେ ସହବାସ କରିଥାନ୍ତି । କିନ୍ତୁ ଦେଖିବାକୁ ଗଲେ ସବୁ ପ୍ରାଣୀ ଙ୍କ ଖୋଲାରେ ସହବାସ କରିଥାନ୍ତି । ତଥାପି ଦ୍ରୌପଦୀ କାହିଁକି କୁକୁର ଙ୍କୁ ଖୋଲାରେ ସହବାସ କରିବାର ଅଭିଶାପ ଦେଇଥିଲେ ।

ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତାର ଭାବେ । ଏହି କାହାଣୀ ହେଉଛି ମହଭାରତର । ଯେବେ ଅର୍ଜୁନ ଦ୍ରୌପଦୀଙ୍କୁ ବିବାହ କରି ଘରକୁ ଆଣିଥିଲେ । ସେହି ସମୟରେ ମାତା କୁନ୍ତୀ କୌଣସି କାମରେ ବ୍ୟସ୍ତତା ଥିବାରୁ କିଛି ନ ଦେଖି ପାଣ୍ଡବ ଙ୍କୁ ଆଦେଶ ଦେଇଥିଲେ ସବୁ ଭାଇଙ୍କର ଦ୍ରୌପଦୀଙ୍କ ଉପରେ ବରାବର ଅଧିକାର ଅଛି । ତେବେ ମାତା କୁନ୍ତିଙ୍କ କଥାର ମାନ ରଖିକି ସବୁ ଭାଇ ପାଣ୍ଡବ ମାନେ ଦ୍ରୌପଦୀ ଙ୍କୁ ବିବାହ କରିଥିଲେ ।

ସେହି ସମୟରେ ଦ୍ରୌପଦୀ ପାଞ୍ଚ ପାଣ୍ଡବ ଙ୍କ ସହ ଏକ ବର୍ଷ ଲେଖାଏଁ ପାଳି କରି ରହିବେ । ଯେବେ ଦ୍ରୌପଦୀ ଜଣେ ପାଣ୍ଡବଙ୍କ ସହ କକ୍ଷରେ ଥିବେ ସେତେବେଳେ ଅନ୍ୟ କେହି ଭିତରକୁ ଯିବେ ନାହିଁ । କିନ୍ତୁ ଦିନେ ଅର୍ଜୁନ ନିଜର ପାଦୁକା ରଖି କି ଦ୍ରୌପଦୀ ଙ୍କ ପ୍ରେମରେ ଲୀନ ଥିଲେ । ସେହି ସମୟରେ ସେଠାକୁ ଗୋଟେ କୁକୁର ଆସି ଅର୍ଜୁନ ଙ୍କ ପାଦୁକା ନେଇ ଜଙ୍ଗଲ ଭିତରକୁ ଚାଲିଗଲା ।

ସେହି ସମୟରେ ଭୀମ ନିଜର କକ୍ଷ କୁ ପ୍ରସ୍ଥାନ କରୁଥିବା ବେଳେ ଦେଖିଲେ ଦ୍ରୌପଦୀ ଙ୍କ କକ୍ଷ ପାଖରେ କାହାର ବି ପାଦୁକା ନାହିଁ । ସେଥିପାଇଁ ଭିମ ଦ୍ରୌପଦୀ ଙ୍କ କକ୍ଷ ଭିତରକୁ ଚାଲିଗଲେ । ଆଉ ସେହି ସମୟରେ ଅର୍ଜୁନ ଦ୍ରୌପଦୀ ଙ୍କ ସହ ପ୍ରେମରେ ଲୀନ ଥିଲେ । ଭୀମ କୁ ନିଜ କକ୍ଷରେ ଦେଖିବା ପରେ ଦ୍ରୌପଦୀ ଲଜ୍ଜିତ ହେଲେ ଓ କ୍ରୋଧିତ ହୋଇ ଭୀମ ଙ୍କୁ କହିଲେ ଅର୍ଜୁନ କକ୍ଷ ବାହାରେ ପାଦୁକା ରଖି ଆସିଛନ୍ତି ତେବେ ତୁମେ କିପରି ପ୍ରବେଶ କରିଲା ?

ଏହା ଶୁଣିବା ପରେ ଭୀମ କହିଲେ କକ୍ଷ ବାହାରେ କାହାର ବି ପାଦୁକା ନାହିନ । ସେତେବେଳେ ସମସ୍ତେ ବାହାରକୁ ଆସି ପାଦୁକା ଖୋଜିବାରେ ଲାଗିଲେ ଓ ପାଖରେ ଥିବା ଜଙ୍ଗଲରେ ପହଞ୍ଚିଲେ । ଆଉ ଦେଖିବାକୁ ପାଇଲେ କି ଗୋଟେ କୁକୁର ପାଦୁକା ସହ ଖେଉଛି । ଦ୍ରୌପଦୀ ବହୁତ ଲଜ୍ଜିତ ଅନଭବ କରୁଥିଲେ କାରଣ ତାଙ୍କୁ ଭୀମ ଙ୍କ ଆଗରେ ଲଜ୍ଜିତ ହେବାକୁ ପଡିଲା ।

ସେହି ସମୟରେ ଦ୍ରୌପଦୀ ରାଗରେ କୁକୁର କୁ ଖୋଲାରେ ସହବାସ କରିବାର ଅଭିଶାପ ଦେଇଥିଲେ । ଆଉ ଏହି ଲୋକକଥା ଆଜି ବି ପ୍ରଚଳିତ ହେଉଛି । କିନ୍ତୁ ଏହାର ସତ୍ୟତାର ପ୍ରମାଣ କୌଣସି ଗ୍ରନ୍ଥ ରେ ମିଳି ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *