ପ୍ରକୃତ ଭଲ ପାଇବା କଣ ହୋଇଥାଏ ? ଜାଣନ୍ତୁ ପ୍ରେମର ମାହାତ୍ମ୍ୟ- Krishna Vani

ବନ୍ଧୁଗଣ ପ୍ରେମ ଏ ଦୁନିଆର ସବୁ ଠାରୁ ସୁନ୍ଦର ଓ ପବିତ୍ର ବନ୍ଧନ ଅଟେ । ପ୍ରେମ ଯେବେ ବି ଯାହାକୁ ହୋଇଯାଏ ସେ ନିଜର ଜାତି, ଧର୍ମ, ରଙ୍ଗ, ରୂପ କିଛି ବି ଦେଖେ ନାହିଁ । ପ୍ରେମ ହେଲ ମଣିଷ ସବୁ କିଛି କରିବାକୁ ପ୍ରସ୍ତୁତ ରହିଥାଏ । ସେଥିପାଇଁ କଥା ରେ କୁହା ଯାଉଛି ପ୍ରେମ ରେ ପଡିଲେ ମଣିଷ ଅନ୍ଧ ହୋଇଯାଏ । ପ୍ରେମ ଶବ୍ଦ ର ବିଶେଷ ମହତ୍ତ୍ଵ ରହିଛି । ଯାହାର ମୂଲ୍ୟ ବୁଝିବା ବହୁତ କଷ୍ଟକର ଅଟେ । ପ୍ରେମ ରେ ମଣିଷ ନିଜର ଜୀବନ ଦେଇପାରେ ଆଉ କାହାର ଜୀବନ ନେଇପାରେ ମଧ୍ୟ ।

ପ୍ରେମରେ ପାଗଳ ମଣିଷ ନିଜକୁ ଭୁଲିଯାଏ । ଆଜି ଆମେ ଜାଣିବା ସଚ୍ଚା ପ୍ରେମ କଣ ହୋଇଥାଏ । ପ୍ରକୃତ ରେ ସତ ଭଲ ପାଇବାର ଅର୍ଥ କଣ ହୋଇଥାଏ । ଯଦି କେହି ଏହି ପ୍ରେମ ବନ୍ଧନ ରୁ ମୁକ୍ତି ପାଇଯାଏ ତେବେ ତାକୁ ସ୍ଵାଧୀନତା ମିଳିଯାଏ । ଏହାର ଅର୍ଥ ଏହା କି ଯଦି କେହି ଆପଣଙ୍କ ପ୍ରେମକୁ ବୁଝିପାରୁ ନାହିଁ ବା ଗ୍ରହଣ କରୁ ନାହିଁ ତେବେ କଣ ହୋଇଥାଏ । ନିଶ୍ଚିନ୍ତ ଭାବେ ଆପଣ ନିରାଶ ହୋଇଯିବେ ।

କିଛି ବ୍ୟକ୍ତି ଏହି କ୍ଷେତ୍ରରେ ପ୍ରତିଶୋଧ ନେବା ପାଇଁ ପ୍ରେମ କରିଥାନ୍ତି । ତ ଆଉ କିଛି ମଣିଷ ବଳ ପୂର୍ବକ ସେହି ପ୍ରେମ ଉପରେ ଅଧିକାର ସାବ୍ୟସ୍ତ କରିବେ । କିନ୍ତୁ ଏହା ଜରୁରୀ ନୁହେଁ କି ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ମଧ୍ୟ ଆପଣଙ୍କୁ ଭଲ ପାଉଥିବେ । କାରଣ ପ୍ରେମ କୌଣସି ଖେଳ ନୁହେଁ କି ସମ୍ପତି ନୁହେଁ କି ରାଜ୍ୟ ନୁହେଁ । ପ୍ରେମ କୌଣସି ବ୍ୟାପାର ନୁହେଁ କି ଆପଣ ଯେବେ ଚାହିଁବେ କିଣିବେ କି ବିକ୍ରି କରିବେ ।

ଯାହାକୁ ଆପଣ ନିଜର ଧନ ବଳରେ ହାସିଲ କରି ପାରିବେ । ପ୍ରେମ ରେ ସେହି ଶକ୍ତି ଅଛି ଯାହା ସବୁ ବନ୍ଧନ କୁ ଭାଙ୍ଗି ଦେଇପାରେ । କିନ୍ତୁ ନିଜକୁ କୌଣସି ବନ୍ଧନ ରେ ବାନ୍ଧି ହୁଏ ନାହିଁ ପ୍ରେମ । ତେଣୁ ଆପଣ ଯାହାଙ୍କୁ ବି ଭଲ ପାଉଛନ୍ତି ତାଙ୍କୁ ସଂପୂର୍ଣ୍ଣ ସ୍ଵାଧୀନତା ଦିଅନ୍ତୁ । କାରଣ ସ୍ଵାଧିନତା ଏମିତି ଏକ ମୂହୁର୍ତ୍ତ ଯାହା ପ୍ରତେକ ପ୍ରାଣୀ ଙ୍କୁ ଅଧିକ ପ୍ରିୟ ହୋଇଥାଏ । ଯଦି ଆପଣଙ୍କ ପ୍ରେମ ସଚ୍ଚା ହୋଇଥିବ ତେବେ ନିଶ୍ଚୟ ଆପଣଙ୍କ ସାଥି ଜଲ୍ଦି ବୁଝିବେ ।

ଆପଣଙ୍କର ପ୍ରେମ ର ମହତ୍ତ୍ଵ କଣ ରହିଛି ଆପଣଙ୍କ ମନରେ ତାଙ୍କ ପାଇଁ । ସର୍ବଦା ନିସ୍ଵାର୍ଥପର ହୋଇ ପ୍ରେମ କରିବା ଉଚିତ । ଦେଖିବେ ପ୍ରେମରେ ଯେତେ କଷ୍ଟ ଆସିଲେ ବି ତାହା ଦୂର ହୋଇଯିବ । ଆଉ ଆପଣ ନିଜର ସଚ୍ଚା ପ୍ରେମ ପାଇ ପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *