ଅକାଳ ମୃତ୍ୟୁ କାହିଁକି ହୋଇଥାଏ ? ଅକାଳ ମୃତ୍ୟୁ ର ରହସ୍ୟ କଣ ? Garuda Purana

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯିଏ ଏହି ପୃଥିବୀ ଲୋକ କୁ ଆସିଛି ଦିନେ ନା ଦିନେ ତାର ମୃତ୍ୟୁ ନିଶ୍ଚିନ୍ତ ଅଟେ । କିନ୍ତୁ ଆପଣ ଅନେକ ଥର ଦେଖିଥିଲେ କିଛି ଲୋକଙ୍କ ମୃତ୍ୟୁ ଅଚାନକ ହୋଇଥାଏ । କହିବାର ଅର୍ଥ ହେଉଛି ବ୍ଯକ୍ତିର ଅକାଳ ମୃତ୍ୟୁ ହୋଇଥାଏ । କାହିଁକି ପିଲା ଟି ଜନ୍ମ ନେବା ପରେ ତାର ମୃତ୍ୟୁ ହୁଏ କିମ୍ବା କେହି ଦୁର୍ଘଟଣା ଗ୍ରସ୍ତ ହୋଇ କାହିଁକି ଅକାଳ ମୃତ୍ୟୁ କୁ ପ୍ରାପ୍ତ କରିଥାଏ ? କଣ ଅକାଳ ମୃତ୍ୟୁ ଆମର କର୍ମ ଅନୁଯାୟୀ ନା ଭଗବାଙ୍କ ଇଚ୍ଛା ହୋଇଥାଏ ?

ଆଜି ଆମେ ଜାଣିବା ଅକାଳ ମୃତ୍ୟୁ ହେବାର କାରଣ କଣ ରହିଛି ।  ଅନେକ ଥର ଦେଖାଯାଏ କି ଜନ୍ମ ହେବା ପରେ ଅଚାନକ ମୃତ୍ୟୁ ହୋଇଯାଏ କିମ୍ବା 2ବର୍ଷ କି 5 ବର୍ଷ ପରେ ମରିଯାଏ । ଏମାନେ ପୂଣ୍ୟ ଆତ୍ମା ହୋଇଥାନ୍ତି । ଏମାନେ ଧରିତ୍ରି କୁ ଆସିଥାନ୍ତି ଓ ନିଜର କର୍ମ କରି ଚାଲି ଯାଇଥାନ୍ତି । ଭଗବାନ କୌଣସି ବ୍ଯକ୍ତିର ମୃତ୍ୟୁର କାରଣ ହୋଇ ନ ଥାନ୍ତି । ପ୍ରତେକ ବ୍ୟକ୍ତି ଜନ୍ମ ହେବା ପରେ ତାର ମୃତ୍ୟୁ ପୂର୍ବରୁ ଲେଖା ଥାଏ ।

କେହି ପୃଥିବୀ କୁ ଜନ୍ମ ନେଇ ଆସିବା ପରେ ତାର ସମୟ ଆସିଗଲେ ସେ ଚାଲି ଯାଇଥାଏ । ମଣିଷ ଯେତେ ପାପ କି ପୂଣ୍ୟ କରିଥିବା ସେହି ଅନୁଯାୟୀ ତାର ମୃତ୍ୟୁ ହୋଇଥାଏ । ଭଗବାନ ଶ୍ରୀ କୃଷ୍ଣ ଭଗବତ ଗୀତା ରେ କହିଛନ୍ତି ମନୁଷ୍ୟ ଜୀବନରେ ଯେଉଁ ବି କର୍ମ କରିବା ତାହାକୁ ମୋ ଆଗରେ ସମର୍ପଣ କର । ଆଗକୁ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନ ଙ୍କୁ କହିଥିଲେ କି ମନୁଷ୍ୟ ମାତ୍ରକେ କିଛି ନୁହେଁ । ମନୁଷ୍ୟର କିଛି ବି ଅସ୍ତିତ୍ଵ ନାହିଁ ।

ଆଉ ମନୁଷ୍ୟ ଯାହା କରୁଛି ତାହା ହିଁ ହେଉଛି । ତେଣୁ ପ୍ରତେକ ମଣିଷ ଙ୍କୁ ନିଜର ଦୁଃଖ କଷ୍ଟ ଭଗବାନଙ୍କ ନିକଟରେ ସମର୍ପଣ କରି ଦେବା ଉଚିତ । ପରମେଶ୍ଵର ଙ୍କ ଉପରେ କେବେ ବି ଦୋଷ ଲଗାଇବା ଉଚିତ ନୁହେଁ । ଅନେକ ସମୟରେ କିଛି ଲୋକଙ୍କର ଦୁର୍ଘଟଣା କାରଣରୁ ଅକାଳ ମୃତ୍ୟୁ ହୋଇଯାଏ । ଆଉ ଆମେ ଏଥିପାଇଁ ଇଶ୍ଵର ଙ୍କ ଇଚ୍ଛା ଭାବି ଥାନ୍ତି ।

କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ । ଇଶ୍ଵର କେବେ ବି କାହାରି ମୃତ୍ୟୁର କାରଣ ହୋଇ ନ ଥାନ୍ତି । ପ୍ରତେକ ବ୍ୟକ୍ତି ନିର୍ଦ୍ଦିଷ୍ଟ ସମୟ ଅନୁଯାୟୀ ପୃଥିବୀ କୁ ଆସିଥାଏ । ଓ ତାର ସମୟ ପୁରିଗଲେ ସେ ଦୁନିଆରୁ ବିଦାୟ ନେଇଥାଏ । ଭଗବାନଙ୍କ ଇଚ୍ଛା ନା ମଣିଷର ଭୁଲ କାରଣରୁ ଅକାଳ ମୃତ୍ୟୁ ହୁଏ ନାହିଁ । ଯାହାକୁ ଯେତେ ସମୟ ମିଳିଥାଏ ସେ ଧରିତ୍ରି ରେ ରହିଥାଏ । ଆଉ ଯେବେ ସମୟ ପୁରିଯାଏ ସେତେବେଳେ ଦୁନିଆରୁ ଚାଲି ଯାଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *