ଶ୍ରାବଣ ମାସରେ ଭୁଲରେ ବି ଏହି 3 ଜିନିଷ ଖାଆନ୍ତୁ ନାହିଁ, ଶିବ ଜି କ୍ରୋଧିତ ହେବେ ।

ବନ୍ଧୁଗଣ ସ୍କନ୍ଧ ପୁରାଣ ଓ ଶିବ ପୁରାଣରେ ଶ୍ରାବଣ ମାସ ବିଷୟରେ ଅନେକ ମହତ୍ଵ ପୂର୍ଣ୍ଣ ତଥ୍ୟ ଦିଆଯାଇଛି । ଏହି ମାସରେ ଭୋଜନ ସମ୍ବଧିତ ନିୟମ ମଧ୍ୟ ବର୍ଣ୍ଣନା କରାଯାଇଛି । ଏହା ପଛରେ ଶାସ୍ତ୍ରୀୟ ଓ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଏହି ମାସରେ ଖାଦ୍ୟପେୟ ପ୍ରତି ଦ୍ରୁଷ୍ଟି ଦେବା ଆମ ସ୍ୱାସ୍ଥ୍ୟ ପ୍ରତି ଜରୁରୀ ଅଟେ । ତେଣୁ ଆଜି ଆମେ ଜାଣିବା ଶ୍ରାବଣ ମାସରେ ବ୍ରତ ସମୟରେ ଓ ଅନ୍ୟ ଦିନ ମାନଙ୍କରେ କେଉଁ ଖାଦ୍ୟ ଖାଇବା ଉଚିତ ଓ ଅନୁଚିତ ଅଟେ ।

ଶ୍ରାବଣ ମାସରେ ବ୍ରତଧାରୀ ଙ୍କୁ ଏହି ମାସରେ ଖରାପ ଅଭ୍ଯାସରେ ଲୀନ ରହିବା ଉଚିତ ନୁହେଁ । ଯେମିତିକି ମଦ୍ୟପାନ, ଶିଗାରେଟ ର ସେବନ କରିବା ଉଚିତ ନୁହେଁ । ଏହି ମାସରେ ଫଳ ଆହାର ଖାଇବା ଶ୍ରେଷ୍ଠ ହୋଇଥାଏ । ଏହି ମାସରେ ଅମୃତଭଣ୍ଡା ଖାଇବା ଦ୍ଵାରା ପାଚନ ଶକ୍ତି ଠିକ ରହିଥାଏ । ଏହି ମାସରେ ଦିନର ଆରମ୍ଭ ଲେମ୍ବୁ ବା ନଡିଆ ପାଣି ପିଇ ଆରମ୍ଭ କରି ପାରିବେ ।

ଧ୍ୟାନ ରଖିବେ ଯେମିତି ସାଧାରଣ ଲୁଣ ର ବ୍ୟବହାର ନ ହେବ । ଏହି ମାସରେ ଲାଉ, ବିଲାତି ଖାଇବା ଉଚିତ । ଏହି ମାସରେ କଦଳୀ, ଜାମୁକୋଳି, ଆମ୍ବ, ସେଓ ଭଳି ଫଳ ଖାଇବା ଉଚିତ । ଏହା ଦ୍ଵାରା ଶକ୍ତି ମିଳିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏହି ମାସରେ ତାମସିକ ଭୋଜନ ଯଥା ପିଆଜ, ରସୁଣ ର ସେବନ କରିବା ଉଚିତ ନୁହେଁ । ଏହା ଦ୍ଵାରା ବ୍ରତ ଭାଙ୍ଗି ଯାଇଥାଏ ।

ଏହି ମାସରେ ମାଛ, ମାଂସ, ଅଣ୍ଡା ଆଦି ସେବନ ଉଚିତ ନୁହେଁ । ଏହା ଦ୍ଵାରା ପାପ ଲାଗିଥାଏ ଓ ଓ ମହାଦେବ କ୍ରୋଧିତ ହୋଇଥାନ୍ତି । ଶ୍ରାବଣ ମାସରେ ବାଇଗଣ ଖାଇବାକୁ ଉଚିତ ନୁହେଁ । ବାଇଗଣ କୁ ଅଶୁଦ୍ଧ ମାନା ଯାଇଥାଏ । ହା ମଧ୍ୟରେ ଜୀବାଣୁ ରହିଥାଏ ଯାହାକୁ ଖାଇବା ମାଂସ ସହ ସମାନ ହୋଇଥାଏ । ବୈଜ୍ଞାନିକ ମତ ଅନୁଯାୟୀ ବାଇଗଣ ଖାଇଲେ ଗ୍ଯାସ ସମସ୍ୟା ହୋଇଥାଏ ।

ସବୁଜ ପତ୍ର ଥିବା ପରିବା ଶ୍ରାବଣ ମାସରେ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ବାତ ରୋଗ ଦେଖା ଯାଇଥାଏ । ଶ୍ରାବଣ ମାସରେ ପାଳଙ୍ଗ ଶାଗ, ବଥୁଆ, ମେଥି, ବନ୍ଧା କୋବି, ଫୁଲ କୋବି ସେବନ କରିବା ବର୍ଜିତ କରା ଯାଇଛି । ଏହି ପରିବା ମଧ୍ୟରେ ପୋକ ମଧ୍ୟ ଅଧିକ ଦେଖାଯାଏ । ଏହି ମାସରେ କ୍ଷୀର ର ସେବନ କରିବା ଉଚିତ ନୁହେଁ । ଏହି ମାସରେ ଭଗବାନ ଶିବ ଙ୍କୁ କଞ୍ଚା କ୍ଷୀର ଅର୍ପଣ କରିଲେ ଶିବ ଜି ଙ୍କ ମସ୍ତିସ୍କ କୁ ଶୀତଳତା ପ୍ରାପ୍ତ ହୋଇଥାଏ ।

ଏହି ମାସରେ କ୍ଷୀର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଏହି ମାସରେ ମସାଲା ଜାତୀୟ ଖାଦ୍ୟ ଖାଇବା ଅନୁଚିତ । ଏହା ଶରୀରରେ ଅନେକ ପ୍ରକାରର ରୋଗ ନିର୍ମାଣ କରିଥାଏ । ଏହି ମାସରେ ଯେଉଁ ବ୍ୟକ୍ତି ପଳାସ ପତ୍ରରେ ଭୋଜନ କରିଥାଏ ତାର ଗରିବୀ ଦୂର ହୋଇଥାଏ । ସ୍କନ୍ଧ ପୁରାଣ ଅନୁଯାୟୀ ଶ୍ରାବଣ ମାସରେ ସନ୍ଧ୍ୟା ସମୟରେ ଭୋଜନ କରିବା ବା ସୟନ କରିବା ଉଚିତ ନୁହେଁ ।

ଏହା ସହ ବ୍ରତ ମଧ୍ୟ ଭାଙ୍ଗି ଯାଇଥାଏ । ତେଣୁ ଶ୍ରାବଣ ମାସରେ ସୋମବାର ଦିନ ବ୍ରତ ରଖିବା ଶ୍ରେଷ୍ଠ ଅଟେ । ବ୍ରତଧାରୀ ଙ୍କୁ ଭୂମି ଉପରେ ସୟନ କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *