ଆଜି କାର୍ତ୍ତିକ ପୂର୍ଣ୍ଣିମା ପରେ କୁମ୍ଭ ରାଶି ଆସନ୍ତା 12 ରୁ 17 ରୁହନ୍ତୁ ସାବଧାନ

ନମସ୍କାର ବନ୍ଧୁଗଣ, ରାଶି, ନକ୍ଷତ୍ର ମାନଙ୍କର ଅବସ୍ଥିତି ହିଁ ଆମ ଭାଗ୍ୟକୁ ସୁଚାଇଥାଏ । ଏବଂ ଏହି ସବୁର ପରିବର୍ତ୍ତନ ମଧ୍ୟ ସବୁବେଳେ ଘଟିଥାଏ । ତେବେ ନଭେମ୍ବର ମାସର 12 ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ଗ୍ରହ ମାନଙ୍କର ଚଳନ ହେଉଅଛି କୁମ୍ଭ ରାଶିରେ । ତେବେ ଏହାର ପ୍ରଭାବ କୁମ୍ଭ ରାଶିର ବ୍ୟକ୍ତିଙ୍କ ଉପରେ ଭଲ ପଡିବାକୁ ଯାଉଛି ବା ଖରାପ ତାହା ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ଏହା ସମ୍ପର୍କରେ ।

ଶନିଦେବ କୁମ୍ଭ ରାଶିର ସ୍ଵାମୀ ଗ୍ରହ ଅଟନ୍ତି । ଏବଂ ଏହି ସମୟରେ ଶନିଦେବ ଧନୁ ରାଶିରେ ଗୋଚର କରୁଛନ୍ତି । ତେଣୁ ଏହି ସମୟ ଆପଣଙ୍କ ପାଇଁ ବିଶେଷ ଭଲ ରହିବ ନାହିଁ । କ୍ୟାରିଅରର ସ୍ଵାମୀ ମଙ୍ଗଳ ଗ୍ରହ ଆପଣଙ୍କ ପାଇଁ ଏହି ସମୟରେ ଭଲ ରହିବାକୁ ଯାଉଛନ୍ତି । କାର୍ଯ୍ୟ କ୍ଷେତ୍ର ଅନୁଯାୟୀ ଆପଣଙ୍କ ପାଇଁ ଏହି ସପ୍ତାହଟି ବହୁତ ହିଁ ଲାଭଦାୟୀ ରହିବାକୁ ଯାଉଛି ।

ଆପଣ ନିଜ କର୍ମ କ୍ଷେତ୍ରରେ ଉନ୍ନତି କରିବାର ଯୋଗ ରହିଛି । ଯେଉଁମାନେ ଚାକିରି ନିମନ୍ତେ ସନ୍ଧାନାରେ ଥିଲେ ତାଙ୍କୁ ଏବେ ଭଲ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ଯଦି ଆପଣ ଚାକିରି କରିଛନ୍ତି ତେବେ ଆପଣ ନିଜ କାର୍ଯ୍ୟରେ ବୃଦ୍ଧି କରିବେ । ଏହାଫଳରେ ଆପଣଙ୍କ ଉଚ୍ଚ ପଦଧିକାରୀ ଆପଣଙ୍କ ଉପରେ ଅତ୍ୟନ୍ତ ଖୁସି ରହିବେ ।

ବିଶେଷ କରି ଚାକିରି ନିମନ୍ତେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ସିଦ୍ଧ ହେବ । ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତି ବିଶେଷ ଲାଭବାନ ହେବେ ନାହି । କିନ୍ତୁ ନିଜ ଆୟକୁ ନେଇ ଆପଣ ସନ୍ତୁଷ୍ଟ ଅନୁଭବ କରିବେ । ବ୍ୟବସାୟ ବାଣିଜ୍ୟରେ କୌଣସି ହାନିର ସଙ୍କଟ ନାହିଁ । ଆର୍ଥିକ ଦ୍ରୁଷ୍ଟିରେ ଦେଖିଲେ ଏହି ସପ୍ତାହରେ ଆପଣଙ୍କର ଅଯଥା ଖର୍ଚ ବଢିପାରେ ।

ଅଚାନକ ଭାବରେ କୌଣସି ବଡ ଖର୍ଚ ଆପଣଙ୍କୁ କରିବାକୁ ପଡିପାରେ । ଏହା ଆପଣଙ୍କ ପାଇଁ ଚିନ୍ତାର ବିଷୟ ହେବା ପାଇଁ ଯାଉଛି । କିନ୍ତୁ ସମୟ ଅନୁଯାୟୀ ଖର୍ଚର ଭରଣ ପୋଷଣ ମଧ୍ୟ ହୋଇଯିବ । ପାରିବାରିକ ସ୍ଥିତି ଏହି ସମୟରେ ଭଲ ରହିବ । ନିଜ ଘର ପରିବାର ଲୋକଙ୍କ ସହଯୋଗ ଆପଣଙ୍କ ସହ ରହିବ । ପ୍ରେମ ଜୀବନ ପାଇଁ ସମୟ ଭଲ ରହିବ ନାହିଁ । ସମ୍ପର୍କରେ ତିକ୍ତତା ଆସିପାରେ ।

ତେଣୁ ଆପଣ ଏହି ସପ୍ତାହରେ ସାମାନ୍ୟ ବ୍ୟବଧାନ ରଖନ୍ତୁ । ବୈବାହିକ ଜୀବନରେ ପରସ୍ପର ମଧ୍ୟରେ ଛୋଟ ଛୋଟ କଥାରେ ମତ ଭେଦ ଦେଖାଦେଇପାରେ । ଏହି ସମୟରେ କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ । ତେଣୁ ସାବଧାନତା ଅବଲମ୍ବନ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *