କୁମ୍ଭ ରାଶି ଓ S ନାମ ବ୍ୟକ୍ତି କାହିଁକି ଏତେ ଦୁଃଖରେ ରହିଥାନ୍ତି ? Jyotish Shastra

ବନ୍ଧୁଗଣ ଯଦି ଆପଣଙ୍କର ରାଶି କୁମ୍ଭ କିମ୍ବା ଆପଣଙ୍କ ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ ତେବେ ଆପଣ ନିଜ ଜୀବନର କିଛି ରହସ୍ୟ ବିଷୟରେ ଜାଣିପାରିବେ । ଯାହା ଆପଣ କେବେ ଜାଣି ନ ଥିବେ । କାହିଁକି ମିଳିଥାଏ ଜୀବନରେ କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଅଧିକ ଦୁଃଖ, କେଉଁ କ୍ଷେତ୍ରରେ ଆଗୁଆ ରହିଥାନ୍ତି, କେବେ ମିଳିବ ସଫଳତା ସବୁ କିଛି ଜାଣନ୍ତୁ ବିସ୍ତାର ଭାବେ ।

କୁମ୍ଭ ରାଶି ବା S ନାମର ବ୍ୟକ୍ତିଙ୍କର ପ୍ରଥମ ଅକ୍ଷର ଗୁ, ଗୌ, ଗେ, ସ, ସି, ଦା, ତେ ମଧ୍ୟରୁ ଅନ୍ୟତମ ଅଟେ । ଆପଣଙ୍କର ସ୍ଵାମୀ ଗ୍ରହ ଶନି । ଆପଣ ପରୋପକାରୀ ଅଟନ୍ତି । ଯେପରି ସିଂହ ଝାମ୍ପ ମାରିବା ପୂର୍ବରୁ ପଛକୁ ଯାଇଥାଏ ସେହିପରି ଜୀବନ ଆପଣଙ୍କୁ ପଛକୁ ଟାଣିଲେ ଆପଣ ଅଧିକ ଶକ୍ତିଶାଳୀ ହୋଇ ଆଉ ଏକ ପାଦ ଆଗକୁ ବଢିଥାନ୍ତି । ଆପଣ କଠିନ ସମୟରେ ରାସ୍ତା ଖୋଜିବା ବଦଳରେ ନୂଆ ରାସ୍ତା କରିଥାନ୍ତି ।

ଏମାନଙ୍କୁ କାହାର ସହାନୁଭୂତିର ଆବଶ୍ୟକ ପଡି ନ ଥାଏ । ଏହି ନାମାର ବ୍ୟକ୍ତି କାହା ସହ ଶତ୍ରୁତା ରଖିବାକୁ ପସନ୍ଦ କରନ୍ତିନି । ନିଜର ପରିଚୟ ନିଜେ ସୃଷ୍ଟି କରିଥାନ୍ତି । ଯେଉଁ ସ୍ଥାନକୁ ଯାଇଥାନ୍ତି ସେଠାରେ ନିଜର ଛାପ ଛାଡିଥାନ୍ତି । ଦୁନିଆରେ ଅଲଗା ପରିଚୟ ସୃଷ୍ଟି କରିବା ଏମାନଙ୍କର ପ୍ରିୟ ରୁଚି ହୋଇଥାଏ । ଦୁନିଆରେ ଏମାନଙ୍କର ଚର୍ଚ୍ଚା ହୋଇଥାଏ । ଏହି ବ୍ୟକ୍ତି ଅନ୍ୟଙ୍କ ଠାରୁ ଅନ୍ୟତମ ହୋଇଥାନ୍ତି ।

ଏମାନେ ଦେଖାଇ ହେବାରେ ପସନ୍ଦ କରନ୍ତିନି । ଏମାନଙ୍କର ସମ୍ପର୍କରେ ଯିଏ ଆସିଥାନ୍ତି ତାଙ୍କୁ ନିଜର କରିଥାନ୍ତି । ଏମାନଙ୍କୁ ଶ୍ରେଷ୍ଠ ଓ ସମ୍ମାନିତ ବ୍ୟକ୍ତି ହେବାର ସମ୍ମାନ ମିଳିଥାଏ । ଏମାନେ ସ୍ଵତନ୍ତ୍ର ପ୍ରିୟ ବ୍ୟକ୍ତି ହୋଇଥାନ୍ତି । କଥା କହିବାର ଶୈଳୀରେ ଅନ୍ୟଙ୍କୁ ଆକର୍ଷିତ କରିଥାନ୍ତି । ଏମାନଙ୍କୁ କାହା ବିଷୟରେ ନେଗେଟିଭ କଥା ପସନ୍ଦ ନୁହେଁ । ଏମାନଙ୍କର ବିଚକ୍ଷଣ ବୁଦ୍ଧି କାରଣରୁ ସମସ୍ତଙ୍କର ପ୍ରିୟ ଭାଜନ ହୋଇଥାନ୍ତି ।

ଏମାନେ ଇନ୍ଦ୍ରିୟରେ ଆସକ୍ତି, ପରିଣତ ବୟସରେ ପକ୍ଷାଘାତ, ଅର୍ଥ ଅଭାବ ଘଟିଥାଏ । ଦରକାର ପଡିଲେ ପର ନିନ୍ଦୁକ, ପାପଚାରୀ ସାଜିପାରନ୍ତି । ଅଧିକ ମାନସିକ ପରିଶ୍ରମ କରି ବିବ୍ରତ ହୋଇ ପଡନ୍ତି । ମିଥ୍ୟା ମୋକଦ୍ଦମା ରେ ପଡି ନିନ୍ଦା ପାଇଥାନ୍ତି । ନିଜର ଆତ୍ମୀୟଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଜୀବନକୁ ଆନନ୍ଦରେ ନଷ୍ଟ କରନ୍ତିନି । ଏହି ରାଶିର ବ୍ୟକ୍ତିଙ୍କର ଜୀବନ ସାଥିଙ୍କ ସହ ବୁଝାମଣା ନ ରହିଲେ ବିଛେଦ ହୋଇପାରେ ।

ଜୀବନ ସାଥିଙ୍କ ନିକଟରେ ଅନୁପସ୍ଥିତର ରହିଥିବାରୁ ପାରିବାରିକ ସମସ୍ଯା ଘଟିଥାଏ । ଏହି ରାଶିର ଜାତକ ସରଳ, ଜ୍ଞାନବନ୍ତ ଅଟନ୍ତି । ପରିବାରର ସଦସ୍ଯଙ୍କୁ ସମାନ ଭାବେ ଦେଖନ୍ତି । ସେମାନଙ୍କ ସେବାରେ ଆପଣ ଆନନ୍ଦ ପାଇଥାନ୍ତି । ଆପଣ ତର୍କ, କର୍ମ ବୀର ହୋଇଥିଲେ ମଧ୍ୟ ପିତା, ମାତାଙ୍କର ସ୍ନେହମୟ ବନ୍ଧନରେ ବାନ୍ଧି ହୁଅନ୍ତି । ଏମାନଙ୍କର ଶୁଭ ଦିନ ଶୁକ୍ରବାର, ସଂଖ୍ୟା 1, ଧାତୁ ସୀସକ, ରତ୍ନ ଇନ୍ଦ୍ରନୀଳ, ବର୍ଣ୍ଣ କଳା, ନୀଳ, ଧୂସର ଓ ବାଇଗଣି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *