ଶରୀରରୁ କ୍ୟାଲସିୟମ ଅଭାବ ଦୂର କରିବା ପାଇଁ ଏହି ସବୁ ଖାଦ୍ୟ ଖାଆନ୍ତୁ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିଇ କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇ ଆପଣ ନିଜ ଶରୀରରୁ କ୍ୟାଲସିୟମର ଅଭାବ ଦୂର କରିପାରିବେ । ଏହା ଦେଖାଯାଇଛି କି ଯେଉଁ ଲୋକଙ୍କ ଶରୀରରେ କ୍ୟାଲସିୟମର ଅଭାବ ରହିଥାଏ ତାଙ୍କ ଠାରେ ଭିଟାମିନ-ଡି3, ବି-12, ହିମୋଗ୍ଲୋବିନର ଅଭାବ ପରିଲକ୍ଷିତ ହୋଇଥାଏ ।

ଆମେ ସବୁ ଜାଣିଛୁ ସୁସ୍ଥ ଦାନ୍ତ ଓ ମଜବୁତ ହାଡ ପାଇଁ କ୍ୟାଲସିୟମ କେତେ ଜରୁରୀ ହୋଇଥାଏ । ଶରୀରର ଖାଦ୍ୟ ପୋଷାକକୁ ସଠିକ ରୂପେ କାର୍ଯ୍ୟକାରୀ କରିବାକୁ କ୍ୟାଲସିୟମର ଆବଶ୍ୟକତା ହୋଇଥାଏ । ଭୋଜନରୁ ସଠିକ ପରିମାଣର କ୍ୟାଲସିୟମ ନ ମିଳେ ତେବେ ଅସ୍ଥି କମ୍ଜୋର ହେବାକୁ ଲାଗେ । ଏବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ ବିଷୟରେ ।

1- କ୍ଷୀର : କ୍ୟାଲସିୟମର ପ୍ରଧାନ ଉଶ୍ଚ ହେଉଛି ଗାଈ କ୍ଷୀର । ଏହା ଆମ ଶରୀରରେ ବହୁତ ଭଲ ଭାବେ ଅବଜର୍ଭ ହୋଇଥାଏ । କ୍ଷୀର ବ୍ଯତୀତ କ୍ଷୀର ରୁ ତିଆରୁ ପନିର, ଛେନା, ଦହି କ୍ୟାଲସିୟମରେ ଭରପୁର ହୋଇଥାଏ । ତେଣୁ ଶରୀରରେ କ୍ୟାଲସିୟମର ଅଭାବ ଦେଖାଯାଇଛି ତେବେ ପ୍ରତିଦିନ ଗୋଟେ ଗ୍ଲାସର କ୍ଷୀର ର ସେବନ କରନ୍ତୁ । ବାଢୁଥିବା ଶିଶୁ ଙ୍କୁ ଗୋଟେ ଗ୍ଳାସ କ୍ଷୀର ଦେଲେ ବିକାଶ ହୋଇଥାଏ ।

2- ଗ୍ରୀନ ଭେଜିଟେବଲ : ସବୁଜ ପନିପରିବା କ୍ୟାଲସିମ ରେ ଭରପୁର ହୋଇଥାଏ । ପାଳଙ୍ଗ ଶାଗ, ଲେଉଟିଆ ଶାଗ, କୋବି, ବ୍ରୋକଲି ଭେଣ୍ଡି ରେ କ୍ୟାଲସିୟମର ପରିମାଣ ଅଧିକ ରହିଛି । ତେଣୁ ଆପଣଙ୍କ ଶରୀରରେ କ୍ୟାଲସିମର ଅଭାବ ଥିଲେ ଏହି ସବୁ ପରିବା ର ସେବନ କରନ୍ତୁ ।

3- ଆମଲା : ଆମଲା ରେ କ୍ୟାଲସିୟମ ରେ ଭରପୁର ଅଟେ । ଏହାର ସେବନ କରିଲେ କ୍ୟାଲସିୟମର ଅଭାବ ଦୂର ହୋଇଥାଏ । ଏହା ଛାଡ ବିଲାତି ରେ ମଧ୍ୟ କ୍ୟାଲସିୟମ ଓ ଭିଟାମିନ-ଇ ଅଧିକ ରହିଥାଏ । ଯାହା ଅସ୍ଥି କୁ ମଜବୁତ କରିବାରେ ସହାୟକ ହୋଇଥାଏ ।

4- ଫଳ : ଫଳ ଭିତରେ କମଳା, ପିଜୁଳି, ଅମୃତଭଣ୍ଡା, ଆତ ଇତ୍ୟାଦି ରେ କ୍ୟାଲସିୟୟମ ପ୍ରଚୁର ପରିମାଣରେ ରହିଥାଏ । ତେଣୁ ଶରୀରରେ କ୍ୟାଲସିୟମର ସନ୍ତୁଳନ ରଖିବା ପାଇଁ ଏହି ସବୁ ଫଳ ହାଇବା ଉଚିତ ।

5- ଡ୍ରାଏ ଫୃତ୍ସ : ବାଦାମ ଓ ଖଜୁର ରେ କ୍ୟାଲସିୟମର ପରିମାଣ ପ୍ରଚୁର ରହିଥାଏ । ଏହା ଛଡା ଅଞ୍ଜି ରେ ମଧ୍ୟ କ୍ୟାଲସିୟମ ଅଧିକ ରହିଥାଏ । ଶରୀରରେ କ୍ୟାଲସିୟମର ଅଭାବ ଦୂର କରିଥାଏ ଏହି ସବୁ ଡ୍ରାଏ ଫୃତ୍ସ ।

6- ଆଲସୀ, ରାଜମା, କାବୁଲି ଚଣା, ସୋଯାବିନ, ଖସା, ସୋୟା ମିଲ୍କ ରେ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥାଏ । ଏହାକୁ ନିଜ ଭୋଜନରେ ସାମିଲ କରିପାରିବେ । ଏହା ଛଡା ଓଟ୍ସ ରେ ମଧ୍ୟ କ୍ୟାଲସିୟମ ରହିଥାଏ । ଏହାକୁ ପ୍ରତିଦିନ ସେବନ କରିଲେ ଶରୀରରେ କ୍ୟାଲସିୟମର ଅଭାବ ଦୂର ହୁଏ ।

7- ଯଦି ଆପଣ ନନ୍ ଭେଜ ଖାଉଛନ୍ତି ତେବେ ଅଣ୍ଡା ଓ ମାଛ ଅଧିକ ଖାଇବା ଉଚିତ । କାରଣ ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *