ରଜ ପର୍ବ ସମ୍ବଧିତ କୁଇଜ ବିଷୟରେ କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ।

ନମସ୍କାର ବନ୍ଧୁଗଣ । ଆମ ଓଡିଶା ରେ ରଜ ପର୍ବ ପ୍ରତି ବର୍ଷ ଆଷାଢ ମାସରେ ପାଳନ କରାଯାଏ । ଏହା କୁମାରୀ ଝିଅ ମାନଙ୍କର ମୁଖ୍ୟ ପର ହୋଇଥାଏ । ପ୍ରତି ବର୍ଷ ସାରା ଓଡିଶାରେ ଖୁବ ଧୂମ ଧାମ ରେ ରଜ ପର୍ବ ପାଳନ କରା ଯାଇଥାଏ । ରଜ ପର୍ବ ଆରମ୍ଭ ହେବା ପୂର୍ବରୁ ଝିଅ ମାନେ ନୂଆ ଡ୍ରେସ କିଣିବାରେ ବ୍ୟସ୍ତ ରହିଥାଏ । ଆଉ କେତେ ଭିନ୍ନ ଭିନ୍ନ ପ୍ରକାରର ସଜବାଜ ମଧ୍ୟ ହୋଇଥାନ୍ତି ରଜ ପର୍ବ ରେ ।

ଏହି ଦିନ ପୋଡ ପିଠା ଖାଇ ଦୋଳି ରେ ଝୁଲି ଝିଅ ମାନେ ଖୁବ ମନୋରଞ୍ଜନ କରିଥାନ୍ତି । ରଜ ପର୍ବ କୁ ଝିଅ ମାନେ ବର୍ଷ ସାରା ଚାତକ ପରି ଅନାଇ ବସିଥାନ୍ତି । ଆଉ ଏହି ପର୍ବ କୁ ପାଳନ କରିବା ପାଇଁ ଘରେ ଘରେ ପିଠାପଣା ର ଆସର ଜମି ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ରଜ ପର୍ବ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଏହା ନିଶ୍ଚୟ ଆପଣଙ୍କର ଜ୍ଞାନ ବଢାଇବା ସହ କାମରେ ଆସିବ । ତେବେ ଆସନ୍ତୁ ଜାଣି ନେବା ରଜ ପର୍ବ ସମ୍ବଧିତ କିଛି ଜଣା ଅଜଣା ପ୍ରଶ୍ନ ଓ ଉତ୍ତର ।

୧- ରଜ ପର୍ବ ରେ କେଉଁ କାର୍ଯ୍ୟ କରିବା ନିଷେଧ କରା ଯାଇଛି ?

ଉତ୍ତର- ହଳ କରିବା ନିଷେଧ ।

୨- ରଜ ପର୍ବ ରେ କାହାକୁ ଖାଲି ପାଦ ରେ ଚାଲିବାକୁ ମନା କରା ଯାଇଥାଏ ?

ଉତ୍ତର- କୁମାରୀ ଝିଅ ମାନଙ୍କୁ ।

୩- ରଜ ପର୍ବ କେଉଁ ପିଠା ପାଇଁ ପ୍ରସିଦ୍ଧ ?

ଉତ୍ତର- ପୋଡ ପିଠା ।

୪- ରଜ ପର୍ବ କେଉଁ ଖେଳ ପାଇଁ ପ୍ରସିଦ୍ଧ ଅଟେ ?

ଉତ୍ତର- ଦୋଳି ଖେଳ ।

୫- ରଜ ପର୍ବ କେତେ ଦିନ ପାଳନ କରା ଯାଇଥାଏ ?

ଉତ୍ତର- ୩ ଦିନ ।

୬- ରଜ ପର୍ବ ରେ ପ୍ରଥମ ଦିନ କୁ କଣ କୁହାଯାଏ ?

ଉତ୍ତର- ପହିଲି ରଜ ।

୭- ରଜ ପର୍ବ ର ଦ୍ଵିତୀୟ ଦିନକୁ କଣ କୁହାଯାଏ ?

ଉତ୍ତର- ରଜ ସଙ୍କ୍ରାନ୍ତି ବା ମିଥୁନ ସଙ୍କ୍ରାନ୍ତି ।

୮- ରଜ ପର୍ବ ର ତୃତୀୟ ଦିନକୁ କଣ କୁହାଯାଏ ?

ଉତ୍ତର- ଭୂମି ଦହନ ବା ବାସୀ ରଜ ।

୯- ରଜ ପର୍ବ ର ଚତୁର୍ଥ ଦିନକୁ କଣ କୁହାଯାଏ ?

ଉତ୍ତର- ବାସୁମତି ସ୍ନାନ ।

୧୦- ରଜ ସଙ୍କ୍ରାନ୍ତି କେଉଁ ମାସ ରେ ପଡିଥାଏ ?

ଉତ୍ତର- ଆଷାଢ ମାସ ରେ ।

୧୧- ପହିଲି ରଜ କେଉଁ ଦିନ ପଡିଥାଏ ?

ଉତ୍ତର- ଜ୍ୟେଷ୍ଠ ମାସରେ ଶେଷ ଦିନରେ ।

୧୨- ରଜ ପର୍ବ କଣ ଶିକ୍ଷା ଦିଏ ?

ଉତ୍ତର- ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *