ଲକ୍ଷ୍ମୀ ସ୍ୱରୁପା କନ୍ୟା କେଉଁ ମାସରେ ଜନ୍ମ ହୁଅନ୍ତି, କେଉଁ ଗୃହରେ ଝିଅ ଜନ୍ମ ହୁଏ ? Ajira Anuchinta

ବନ୍ଧୁଗଣ ଆମେ ଆଜି ବି ଏମିତି ସମାଜରେ ବଞ୍ଚି ରହୁଛୁ ଯାହା କି ପୁରୁଷ ପ୍ରଧାନ । ସେଥିପାଇଁ ଯଦି କାହାର ଘରେ କନ୍ୟା ସନ୍ତାନ ଜନ୍ମ ନେଉଛି ତେବେ ଅଧିକାଂଶ ଘରେ ଲୋକମାନେ ନିରାଶ ହୋଇ ଯାଉଛନ୍ତି । କିନ୍ତୁ ଏ ସବୁ ମଣିଷର ଅଜ୍ଞାନତା କାରଣରୁ ହେଉଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କନ୍ୟା ସନ୍ତାନ ସମସ୍ତଙ୍କ ଗୃହରେ ଜନ୍ମ ନିଏ ନାହିଁ । କନ୍ୟା ସନ୍ତାନ ସେହି ଘରେ ଜାତ ହୁଏ ଯିଏ ପୂର୍ବ ଜନ୍ମରେ ଭଲ କର୍ମ କରିଥାଏ ଓ ଭାଗ୍ଯବାନ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ଘରେ କନ୍ୟା ସନ୍ତାନ ଜନ୍ମ ଦେବାକୁ ଭଗବାନ ବାଛିଥାନ୍ତି । ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଯେଉଁ ସ୍ଵାମୀ ସ୍ତ୍ରୀ ପୂର୍ବ ଜନ୍ମରେ ଅଧିକ ଧର୍ମ ଓ ପୂଣ୍ୟ ଅର୍ଜନ କରିଥାନ୍ତି ସେମାନଙ୍କ ଗୃହରେ କନ୍ୟା ସନ୍ତାନ ଜନ୍ମ ନେଇଥାଏ ।

ଧର୍ମ ଶାସ୍ତ୍ର ଅନୁଯାୟୀ ଭଗବାନ କନ୍ୟା ସନ୍ତାନ ପାଇଁ ଏପରି ଗୃହକୁ ବାଛନ୍ତି ଯେଉଁ ମାନେ କନ୍ୟା ରତ୍ନର ଭାରକୁ ସହିପାରନ୍ତି । କାରଣ ଏହି ତିନି ଲୋକରେ କନ୍ୟା ହିଁ ଏମିତି ଯାହାର ଦାୟିତ୍ଵ ଭାର ସମସ୍ତେ ଉଠାଇ ପାରନ୍ତି ନାହିଁ । ପୁଅ କେବଳ ଗୋଟେ କୁଳକୁ ଉଧାର କରିଥାଏ କିନ୍ତୁ ଦୁଇ କୁଳକୁ ଉଧାର କରିଥାଏ । କାରଣ ଗୋଟେ ଝିଅ ବାପା-ମା ଙ୍କ ପାଖରେ ରହି ଝିଅର ଦାୟିତ୍ଵ ନିଭାଇଥାଏ । ଆଉ ବିବାହ ପରେ ଝିଅଟି ବୋହୂ ରୂପରେ ଶାଶୁଘରର ସବୁ ଦାୟିତ୍ଵ ତୁଲାଇଥାଏ । ଧର୍ମ ଶାସ୍ତ୍ର ଅନୁଯାୟୀ ଝିଅ ବାପା-ମା ଙ୍କୁ ଓ ଶାଶୁ ଶ୍ବଶୁରଙ୍କୁ ପିଣ୍ଡ ଦାନ କରିପାରିବ । ଯେଉଁ ମାନଙ୍କ ଗୃହରେ କନ୍ୟା ଅଛି ସେମାନେ ଭାଗ୍ୟଶାଳୀ ଅଟନ୍ତି ।

ମଣିଷ ଶେଷ ସମୟରେ ପଶୁପକ୍ଷୀଙ୍କୁ ଚିନ୍ତା କରିଥାଏ ତେବେ ସେ ପର ଜନ୍ମରେ ପଶୁ ହୋଇଥାଏ । ଯଦି ଅନ୍ତ ସମୟରେ କୌଣସି ସ୍ତ୍ରୀ, ପୁରୁଷର ଚିନ୍ତା କରିଥାଏ ପର ଜନ୍ମରେ ସ୍ତ୍ରୀ ବା ପୁରୁଷ ରୂପରେ ଜନ୍ମ ନେଇଥାଏ । ଯଦି ମଣିଷ ଅନ୍ତିମ ସମୟରେ ପ୍ରଭୁ ନାରାୟଣଙ୍କୁ ମନେ ପକାଇଥାଏ ସେ ମୋକ୍ଷ ପ୍ରାପ୍ତ ହୁଏ । ସବୁ ଦାନ ମଧ୍ୟରୁ 5ଟି ଦାନ ଯଥା ଅର୍ଣ୍ଣ, ଭୂମି, କନ୍ୟା, ବିଦ୍ୟା, ପୁଅ ସର୍ବ ଶ୍ରେଷ୍ଠ ଅଟେ । ଯେଉଁ କନ୍ଯାର ଜାତ ହେବା ମାତ୍ରେ ପରିବାରର ଭାଗ୍ୟ ବଦଳି ଯାଇଥାଏ ସେମାନେ ହେଉଛନ୍ତି ଦେବୀ ମାଙ୍କର ସ୍ୱରୂପ । ଦୁର୍ଗାପୂଜା ସମୟରେ କନ୍ୟା ପୂଜନ କରିବାର ବିଧି ରହିଛି ।

ଓଡିଆ ମାସର ଗଣନା ଅନୁଯାୟୀ ମାଘ ମାସର ଶୁକ୍ଳ ପକ୍ଷ ଠାରୁ ଫାଲ୍ଗୁନ ମାସର କୃଷ୍ଣ ପକ୍ଷ ଭିତରେ ଜାତ କନ୍ୟା ଲକ୍ଷ୍ମୀ ସ୍ଵରୁପା ହୋଇଥାଏ । ଚୈତ୍ର ମାସର ଶୁକ୍ଳ ପକ୍ଷ ଠାରୁ ଆରମ୍ଭ କରି ବୈଶାଖ ମାସର କୃଷ୍ଣ ପକ୍ଷରେ ଜାତ କନ୍ୟା ଲକ୍ଷ୍ମୀ ସ୍ଵରୁପା ହୋଇଥାଏ । ଜ୍ୟଷ୍ଠ ମାସର ଶୁକ୍ଳ ପକ୍ଷ ଠାରୁ ଆରମ୍ଭ କରି ଆଷାଢ ମାସର କୃଷ୍ଣ, ଭାଦ୍ର ମାସର ଶୁକ୍ଲ ପକ୍ଷରୁ ଅଶ୍ଵିନ ମାସର କୃଷ୍ଣ ପକ୍ଷରେ ଜାତ କନ୍ୟା ଲକ୍ଷ୍ମୀ ସ୍ଵରୁପା ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *