ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ଜ୍ଞାନ ର ଆବଶ୍ୟକତା ଜରୁରୀ ଅଟେ । ପ୍ରତେକ ମଣିଷ ଜ୍ଞାନ ଆହରଣ ପାଇଁ ଅନେକ ପାଠ ପଢିଥାଏ । କିନ୍ତୁ କିଛି ଏମିତି ପାଠ ଅଛି ଯାହା ବହି ରେ ନ ଥାଏ । ଯାହାକୁ ଆମେ ସାଧାରଣ ଜ୍ଞାନ କହିଥାଉ । ଏହି ସବୁ ସାଧାରଣ ଜ୍ଞାନ ଆମ ଆଖ ପାଖରେ ଘଟୁଥିବା କିଛି ଘଟଣାମାନ କୁ ନେଇ ଆଧାରିତ ହୋଇଥାଏ । ଯାହା ବିଷୟରେ କିଛି ଲୋକ ଜାଣିଥିଲେ ମଧ୍ୟ ଠିକ ସମୟରେ ଉତ୍ତର ଦେଇ ପାରନ୍ତି ନାହିଁ ।
ଏହି ସବୁ ଜ୍ଞାନ କୁ ନିଜର ବୁଦ୍ଧି ଖର୍ଚ୍ଚ କରି କହିବାକୁ ପଡିଥାଏ । ଏହି ସବୁ ସାଧାରଣ ପ୍ରଶ୍ନ ବିଷୟରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜଣାଇବା ନିହାତି ଜରୁରୀ ହୋଇଥାଏ । ଯାହା ଦ୍ୱାରା ସେମାନେ ଦରକାର ସମୟରେ ଅତି ସହଜରେ କେଉଁଠି ବି ଉତ୍ତର ଦେଇ ପାରିବେ । ଆସନ୍ତୁ ଜାଣିବା ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ।
1- କିଏ ଆଖି ରେ ଦେଖୁନି କିଏ ପାଟି ରେ କହେନି, କିଏ କାନ ରେ ଶୁଣେନି ?
ଉତ୍ତର- ଗାନ୍ଧୀଜୀ ଙ୍କ ତିନି ମାଙ୍କଡ ।
2- ଚାରୋଟି ଅକ୍ଷର ରେ ନାମ ମୋହର ଚାରୋଟି ଅକ୍ଷରେ ହର୍ଷେଇ କାର । କହିଲା ଦେଖି ନାମ ମୋହର ?
ଉତ୍ତର- ଝିଟିପିଟି ।
3- କେଉଁ ଦୁଇ ଟି ସତ୍ୟ କଥା ?
ଉତ୍ତର- ଜନ୍ମ ଓ ମୃତ୍ୟୁ ।
4- ଏକ ଗ୍ରାମ ସୁନା କେତେ କିଲୋମିଟର ତାର ହୋଇ ପାରିବ ?
ଉତ୍ତର- 2 କୀ ।
5- ମୁଁ ନ ଥିଲେ କେହି ଚଢି ପାରିବେନି ଉପରକୁ । ମୁଁ କିଏ ?
ଉତ୍ତର- ସିଡି ।
6- ଦିନ ସାରା ଜଳୁଥାଏ ରାତି ହେଲେ ଲିଭିଯାଏ । ତାହା କଣ ?
ଉତ୍ତର- ସୂର୍ଯ୍ୟ ।
7- କେଉଁ ରାତି ବାସ୍ନା ହୁଏ ?
ଉତ୍ତର- ଗୁଜୁଇରାତି ।
8- କେଉଁ ଜିନିଷ ପାଖରେ ଅଛି ଯାହା ଆମେ ଦେଖି ପାରୁନା କି ଛୁଇଁ ପାରୁନା ?
ଉତ୍ତର- ପବନ ।
9- କେଉଁ ଲାଇଟ ଜଳେ ନାହିଁ ?
ଉତ୍ତର- ସନ ଲାଇଟ ସାବୁନ ।
10- କେଉଁ ଫଳ ସିଝେନା ?
ଉତ୍ତର- ନଡିଆ ।
11- ଜନ୍ମ ପର ଠାରୁ ଆମେ କାହାକୁ କଷ୍ଟ ଦେଇଥାଉ ସେ ଆମକୁ କିଛି କୁହେନି ?
ଉତ୍ତର- ମାଟି ମା ।
12- ଜୀବନରେ ଥରେ କଣ ଆସେ ?
ଉତ୍ତର- ଯୌବନ ।
13- କିଏ ବନ୍ଦ ହୋଇଗଲେ ସବୁ ଅନ୍ଧାର ହୋଇଯାଏ ?
ଉତ୍ତର- ଆଖି ।
14- କେଉଁ ପୋକ ସର୍ବ ପ୍ରାଚୀନ ଅଟେ ?
ଉତ୍ତର- ଅସରପା ।
15- କେଉଁ ପକ୍ଷୀ ଡେଣା ନ ବାଡେଇ ଉଡିପାରେ ?
ଉତ୍ତର- ଅଲବ୍ରାଟାସ ।
16- ପୃଥିବୀ ରେ ପକ୍ଷୀ କେତେ ପ୍ରକାରର ଅଛନ୍ତି ?
ଉତ୍ତର- 9600 ପ୍ରକାରର ।
17- ପକ୍ଷୀ ସମ୍ପର୍କୀୟ ବିଜ୍ଞାନର ନାମ କଣ ?
ଉତ୍ତର- ଅରିତଥାଲଜି ।
18- କଞ୍ଚା ବେଳେ କଷା, ପାଚିଗଲେ ମିଠା, ମୋ ପତ୍ର ଔଷଧ ଅଟେ । କୁହ ତେବେ ମୋ ନାଁ ?
ଉତ୍ତର- ପିଜୁଳି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।