ମାଣବସା ଗୁରୁବାର ଦିନ କରନ୍ତୁ ନାହିଁ ଏହି 10ଟି ଭୁଲ, ନଚେତ ଘରକୁ ଆସିବ ମହା ବିପଦ

ନମସ୍କାର ବନ୍ଧୁଗଣ, ନମସ୍ତେ କମଳା ମାଗୋ ସାଗର ଦୁଲଣୀ ଏହି ଲକ୍ଷ୍ମୀ ପୁରାଣର ଗୁଞ୍ଜନ ଏବେ ସବୁ ହିନ୍ଦୁ ଘରେ ଶୁଣିବାକୁ ମିଳିବ । କାରଣ ଧନର ଦେବୀ ମା ଲକ୍ଷ୍ମୀଙ୍କ ପୂଜା ଅର୍ଚନା କରିବା ପାଇଁ ମାର୍ଗଶିର ମାସଟିକୁ ଶାସ୍ତ୍ର ଅନୁଯାୟୀ ଶ୍ରେଷ୍ଠ ମନାଯାଇଛି । ଏହିଦିନ ମାତା ଲକ୍ଷ୍ମୀ ମର୍ତ୍ତ୍ୟକୁ ଓଲ୍ହାଇଆସି ତାଙ୍କୁ ଆକର୍ଷିତ କରୁଥିବା ଘରକୁ ପ୍ରବେଶ କରିଥାନ୍ତି । ତେଣୁ ଏହି ଦିନ କୌଣସି ଭୁଲ କରିବାଦ୍ଵାରା ମାତା ରୁଷ୍ଟ ହୋଇଯାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଭୁଲ ଗୁଡିକ ମାଣବସା ଗୁରୁବାର ଦିନ କରିବା ଅନୁଚିତ ।

ପ୍ରଥମ: ଗୁରୁବାର ଦିନ କେବେ ମଧ୍ୟ ଡେରି ପର୍ଯ୍ୟନ୍ତ ଶୋଇବା ଉଚିତ ହୋଇନଥାଏ । ଗୁରୁବାର ଦିନ ପ୍ରଥମେ ସକାଳୁ ଉଠି ଘର ଦ୍ଵାରା ଓଳା ଓଳି କରି ସଫା କରିବା ଉଚିତ । ଦିତୀୟ: ସକାଳୁ ଉଠିବା ପରେ ପ୍ରଥମେ ବାସୀ ବିଛଣାକୁ ଉଠାଇ ଦିଅନ୍ତୁ । କାରଣ ବାସି ବିଛଣା ପଡିଥିବା ଅବସ୍ଥାରେ ପୂଜା କରିବା ଅନୁଚିତ । ନିଜର ବାସି ବିଛଣା ପ୍ରଥମେ ଉଠାଇ ଘର ସଫା କରି ପରେ ଗାଧୋଇ ଠାକୁର ପୂଜା କରିବା ଉଚିତ ।

ତୃତୀୟ: ଗୁରୁବାର ଦିନ ପ୍ରଥମେ ତୁଲସୀ ଚଉରାକୁ ପୂଜା କରନ୍ତୁ । ଏହାପରେ ଯାଇ ଠାକୁର ଘରେ ପୂଜା କରନ୍ତୁ । ଚତୁର୍ଥ: ଗୁରୁବାରଟି ବୃହସ୍ପତିଙ୍କ ବାର ରୂପେ ମନାଯାଇଥାଏ । ବୃହସ୍ପତିଙ୍କ ପ୍ରିୟ ହଳଦିଆ ରଙ୍ଗ ହୋଇଥାଏ ତେଣୁ ଏହିଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଭଗବାନ ବିଷ୍ଣୁଙ୍କର ମଧ୍ୟ ପ୍ରିୟା ରଙ୍ଗ ହଳଦିଆ ଅଟେ । ତେଣୁ ଆପଣ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରିବା ଉଚିତ ।

ପଞ୍ଚମ: ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତୁ ଦାନ କରନ୍ତୁ । ଯଥା, ହଳଦୀ, ଡାଲି, ଚଣା କିମ୍ବା କଦଳୀ ଗୁରୁବାର ଦିନ ଦାନ କରିବା ଉଚିତ । ଏହାସହିତ ଗୁରୁବାର ଦିନ ବୃହସ୍ପତିଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ  ଶୁଭଫଳ ମିଳିଥାଏ । ଷଷ୍ଠ: ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଏ ।

ତେଣୁ ଆପଣ ଏହିଦିନ ମା ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ଏକ ନାଲି ରଙ୍ଗର କପଡା ଉପରେ ଶ୍ଵେତ ଧାନ ରଖି ପୂଜା କରନ୍ତୁ । କିଛି ଧଳା ଫୁଲ ମଧ୍ୟ ମାଙ୍କ ଉପରେ ଚଢାଇ ଦିଅନ୍ତୁ । ସପ୍ତମ: ଗୁରୁବାର ଦିନ କେବେ ମଧ୍ୟ ଆମିଷ ରୋଷେଇ କରିବା ଉଚିତ ହୋଇନଥାଏ । ଆମିଷ ଖାଇବା ତ ଏକ ବଡ ପାପ ସମାନ ହୋଇଥାଏ ।

ଅଷ୍ଟମ: ଗୁରୁବାର ଦିନ ୧୨ଟା ପରେ କେହି ଭିକ୍ଷା ମାଗିଲେ ତାଙ୍କୁ ଦିଅନ୍ତୁ ନାହିଁ । ଏହା କଲେ ଘରୁ ମାତା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି । ନବମ: ଗୁରୁବାର ଦିନ ସନ୍ଧ୍ୟାରେ ମୁଣ୍ଡ କୁଣ୍ଡାଇବା ଓ ଶୋଇବା ଅନୁଚିତ । ଦଶମ: ସନ୍ଧ୍ୟା ସମୟରେ ଝୁଣା ଧୁଆଁ ଘର ସାରା ନିଶ୍ଚୟ ବୁଲାନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *