ମାଣବସା ଗୁରୁବାର ପାଳନ କରନ୍ତୁ ଏହି ନିୟମ, ଧନର ହେବ ଆଗମନ

ଓଡିଶାରେ ମାର୍ଗଶିର ମାସରେ ଗୁରୁବାରକୁ ମାଣଓଷା ଭାବେ ପାଳନ କରାଯାଏ । ଗୁରବାର ଓଷା ହେଉଛି ପ୍ରଧାନ ପର୍ବ । ଓଡିଶାର କଳା, ସଂସ୍କୃତି, ପରମ୍ପରା, ଖାଦ୍ୟପେୟ, ଆନନ୍ଦ ଉଶ୍ଚବ ଓ ସରଳ ବିଶ୍ବାସର ଶ୍ରେଷ୍ଠ ଉଦାହରଣ । ମାଣଓଷାର ୪ ବା ୫ ପାଳି ମାଣ ବସା ଯାଇଥାଏ । ଏହି ଓଷାର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ ଯିଏ ଧନଧାନ୍ୟରେ ପରିପୂର୍ଣ୍ଣ । ମା ଲକ୍ଷ୍ମୀଙ୍କ ମାଣଓଷାରେ ଧାନକୁ ପୂଜା କରାଯାଏ । ମାସ ମଧ୍ୟରେ ଶ୍ରେଷ୍ଠ ମାସ ହେଉଛି ମାର୍ଗଶିର ମାସ ।

ଗୁରୁବାର ଦିନ ପୂର୍ବ ଦିନ ରାତିରେ ଘର ପୋଛା କାରିବା ସହ ଅରୁଆ ଚାଉଳରେ ଝୋଟି ବା ଚିଟା ପକା ଯାଇଥାଏ । ବିଭିନ୍ନ ପ୍ରକାରର ଝୋଟି ପକାଇ ଘରର ଦୁଆର ମୁହଁ ଠାରୁ ଆରମ୍ଭ କରି ଘର ଭିତର ଓ ଠାକୁର ଘରେ ପକାଯାଏ ।

ନିଷ୍ଠାର ସହ ମାଣଓଷା ପାଳନ କରାଗଲେ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ବୁଧବାର ଦିନ ନୂଆ ଖଟୁଲି ଓ ମାନ ଆଣି ଧୋଇ ସେଥିରେ ମାଟି ଲିପି ଚିତା ପକାଯାଏ । ଗୁରୁବାର ଦିନ ପ୍ରାତ କାଳରେ ସ୍ନାନ କରି ମାଣ ବସିବା ଜାଗାରେ କୋଠି ଲେଖି ଟା ଉପରେ ପୀଡା ପକାଇ ଆସନ ରଖାଯାଏ ।

ଏହା ପରେ ଖଟୁଲିରେ ମାଣ ରଖାଯାଇ ଧାନ ରଖାଯାଏ । ଏହା ପରେ ନୂଆ ଓଢଣିରେ ମା ଲକ୍ଷ୍ମୀଙ୍କୁ ସଜାଯାଏ । ତା ପରେ ଚନ୍ଦନ, ସିନ୍ଦୁର, ଧୂପଦୀପ, ଫୁଲଫଳ ଆଦି ପଞ୍ଚ ଉପଚାରରେ ନୈବେଦ୍ୟ ଦେଇ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ଆବାହନ କରିବା ପରେ ଗୋଟିଏ ପରେ ଗୋଟିଏ ପୂଜା ନିଷ୍ଠାର ସହ କରାଯାଏ । ଗୁରୁବାର ଦିନ ପ୍ରାତ କାଳରେ ଘର ଲିପି ଲକ୍ଷ୍ମୀ ପାଦ ଚିହ୍ନ ପକାଯାଏ । ଖଟୁଲି ଉପରେ ଶୁକ୍ଲ ବର୍ଣ୍ଣର ଧାନ ରଖି ତା ଉପରେ ମାଣ ରଖି ତା ଉପରେ ହଳସୀ ପାଣିରେ ଧୁଆ ହୋଇଥିବା ୩ଟି ଗୁଆ ରଖନ୍ତୁ ।

ଏହା ପରେ ପୂର୍ବ ଦିନ ପ୍ରସ୍ତୁତ ହୋଇଥିବା ଧାନ ମେଣ୍ଟାକୁ ମାଣ ଉପରେ ରଖାଯାଏ । ଧାନ ମାଣ ପାଖରେ ଚୂଳ, ଆଖୁ, ବିଭିନ୍ନ ପ୍ରକାରର ଫୁଲ ରଖିବା ସହ ମା ଲକ୍ଷ୍ମୀଙ୍କର ପ୍ରିୟା ହଳଦିଆ ବା ନାଲି ରଙ୍ଗର ଗେଣ୍ଡୁ ଫୁଲ ରଖାଯାଏ । ଏହା ପରେ ନୂଆ ନାଲି ଓଢଣି ମାଣ ଉପରେ ରଖାଯାଏ । ଗୁରୁବାରର ଚାରି ପାଳିରେ ବିଧାନ ଅନୁସାରେ ପୂଜା କରିବାର ନିୟମ ରହିଛି । ସକାଳ ପ୍ରାଥମିକ ସମୟରେ ବାଳ ଭୋଗ ସମର୍ପିତ କରାଯାଏ ଯେଉଁଥିରେ ବିଭିନ୍ନ ପରାକର ଫଳ ଭୋଗ କରାଯାଏ ।

ପରେ ଦିପହରରେ ଅର୍ଣ୍ଣ, ଖେଚେଡୀ, ଡାଲମା, ଖଟା, ଶାଗ ଭୋଗ ଲଗାଯାଏ । ମା ଲକ୍ଷ୍ମୀଙ୍କର ପ୍ରିୟା ମୂଳା ଶାଗ ହୋଇଥାଏ । ସନ୍ଧ୍ୟା ସମୟରେ ବିଭିନ୍ନ ପ୍ରାକାର ପିଠା ଭୋଗ ଲାଗାଯାଏ । ଗୁରୁବାର ଦିନ ପ୍ରତି ପାଳିରେ ବାଳ ଭୋଗ, ଶଙ୍କୁଳି ଭୋଗ ଓ ଗନ୍ଧଧୂପ ପରି ତିନି ଧୂପରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *