ମଣିଷ 40 ବର୍ଷ ପରେ କାହାର ବୟସ ନେଇ ବଞ୍ଚିଥାଏ ? Garuda Purana

ବନ୍ଧୁଗଣ ଆଜି ଆମେ ଜାଣିବା ମଣିଷ ର ବୟସ ୪୦ ପରେ କାହାର ବୟସ ନେଇ ବଞ୍ଚିଥାଏ । ଅର୍ଥାତ ମଣିଷ କୁ ଯେବେ ୪୦ ବର୍ଷ ହୋଇଯାଏ ତା ପରବର୍ତ୍ତୀ ବୟସରେ ମଣିଷ କେଉଁ ଭଳି ଭାବେ ସମୟ କଟିଥାଏ । କଥା ଅନୁଯାୟୀ ଥରେ ହଂସ ଗଧ, କୁକୁର, ପେଚା କୁ କୈଳାସ ପର୍ବତ ରୁ ଖୁସି ଖୁସି ଯାଉଥିବାର ଦେଖି ମହାଦେବ ଙ୍କୁ ସେମାନଙ୍କର ଖୁଶିର କାରଣ କଣ ବୋଲି ପ୍ରଶ୍ନ କରିଥିଲା ।

ଏହାପରେ ଉତ୍ତର ରେ ମହାଦେବ କହିଥିଲେ କି କୁକୁର, ଗଧ, ପେଚା ଭଗବାନ ବ୍ରମ୍ହାଙ୍କ ନିକଟକୁ ଯାଇ ପ୍ରଶ୍ନ ପଚରିୟାଲେ କି ଆମର ଆୟୁଷ ଅକାଳ କେତେ ବର୍ଷ ? ଉତ୍ତରରେ ଭଗବାନ କହିଲେ ସମସ୍ତଙ୍କର ଆୟୁଷ କାଳ ୪୦ ବର୍ଷ । ସେଠାରେ ଥିବା ଜଣେ ମନୁଷ୍ୟ ପଚାରିଲା ମନୁଷ୍ୟ ମାନଙ୍କର ଆୟୁଷ କାଳ କେତେ ବର୍ଷ ? ଭଗବାନ ସେହି ସମାନ ଉତ୍ତର ଦେଲେ ୪୦ ବର୍ଷ ।

ଏହାପରେ ଗଧ କହିଲା ମୁଁ ଏତେ ବର୍ଷ ବଞ୍ଚିକି କଣ କରିବି ମୋର ଆୟୁଷ କମ କରି ଦିଅନ୍ତୁ । ଏହାପରେ ଭଗବାନ ବ୍ରମ୍ହା ତଥାସ୍ତୁ କହିଲେ ଓ ଗଧର ଆୟୁଷ କମି ୨୦ ବର୍ଷ ହୋଇଗଲା । ଆଉ ବାକି ୨୦ ବର୍ଷ ସେଠାରେ ଥିବା ମନୁଷ୍ୟ ଜଣକ ନେଇଗଲା । ଏମିତି ହେବାର ଦେଖି କୁକୁର ଓ ପେଚା ମଧ୍ୟ ନିଜର ଆୟୁଷ କମାଇବାକୁ ଭଗବାନଙ୍କୁ କହିଲେ ।

ଭଗବାନ ବ୍ରମ୍ହା ମଧ୍ୟ ଦୁହିଙ୍କର ଆୟୁଷ କମାଇ ୨୦ ବର୍ଷ କରି ଦେଲେ ଏବଂ ବାକି ୨୦ ବର୍ଷ ସେହି ମନୁଷ୍ୟ ଟି ନେଇଗଲା । ଏହାପରେ ସେହି ୩ ପ୍ରାଣୀ ଖୁସି ଖୁସି ସେଠାରୁ ଚାଲିଗଲେ । ଏମିତି ଭାବେ ମନୁଷ୍ୟର ଆୟୁଷ ୧୦୦ ବର୍ଷ ହୋଇଗଲା । ଏହା ଶୁଣିବା ପରେ ହଂସ କହିଲା ପ୍ରଭୁ ଯେବେ ମଣିଷ କୁକୁର, ଗଧ, ପେଚା ର ଜୀବନ ବ୍ଯତୀତ କରିବେ ସେତେବେଳେ କଣ ସେମାନଙ୍କର ପ୍ରଭାବ ମନୁଷ୍ୟ ଜୀବନରେ ପଡିବ ନାହିଁ ?

ଏହାପରେ ଭଗବାନ ଶିବ କହିଲେ ଯେବେ ମନୁଷ୍ୟ ୪୦ ବର୍ଷ ଯାଏଁ ବଞ୍ଚିକି ରହିବ ସେହି ସମୟରେ ସେ ମନୁଷ୍ୟ ଭଳି ବଞ୍ଚିବ । ସେହି ସମୟରେ ମନୁଷ୍ୟ ନିଜର ସଉକ ପୂରଣ କରିବା ସହ ଯାହା କରିବା କଥା କରିପାରିବ । ଏହି ସମୟରେ ମଣିଷର ବୁଦ୍ଧିମତାର ପରୀକ୍ଷା କରାଯିବ । ଏହାପରେ ଯେବେ ମନୁଷ୍ୟ ୪୦ ବର୍ଷ ଉପରକୁ ଆସିବ ସେତେବେଳେ ତାର ସମୟ ଗଧ ଭଳି ହୋଇଯିବ ।

୪୦ ବର୍ଷ ପରେ ମଣିଷ ଯେଉଁ ଜୀବନ ବଞ୍ଚିଯିବ ତରା ବୋଝ ଉଠାଇବାର ସମୟ ଆସିବ ଯେମିତି ଗଧ ଉଠାଇଥାଏ । ସେହି ବୟସରେ ମଣିଷର ପରିବାରରେ ବୃଦ୍ଧି ହେବ ଓ ସେ ନିଜର ପରିବାର ପାଇଁ କମାଇବ । ଏହାପରେ ଯେବେ ମନୁଷ୍ୟ ୬୦ ବର୍ଷ ହୋଇଯିବ ତାର କାମ କରିବାର ଶକ୍ତି ବନ୍ଦ ହୋଇଯିବ । ଯେବେ ବୃଦ୍ଧାବସ୍ଥା ଆସିଥାଏ ସେତେବେଳେ ମଣିଷ କୁକୁର ଭଳି ଜୀବନ ବଞ୍ଚିବ । ଯେବେ ମନୁଷ୍ୟକୁ ୮୦ ବର୍ଷ ହୋଇଯିବ ସେ କିଛି ଦେଖିପାରିବା କି ଶୁଣିପାରିବା ନାହିଁ । ସେହି ସମୟରେ ମନୁଷ୍ୟ ପେଚା ଭଳି ଜୀବନ ବଞ୍ଚିବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *