10ଟି ମଜାଦାର ଢଗ: ତିନି ଅକ୍ଷର ମୋର ନାମ, ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଫଳ ର ନାମ… ଏହାର ଉତ୍ତର କଣ ? ଏହା ସହ ଆହୁରି କିଛି ଢଗ ଢମାଳି

ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ ।

ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଢଗ ନେଇକି ଆସିଛୁ । ଯାହାର ଅର୍ଥ ବାହାର କରିବା ଦାୟିତ୍ଵ ହେଉଛି ଆପଣଙ୍କର । କାରଣ ଏହି ସବୁ ଢଗ ର ଅର୍ଥ କିଛି ମଜାଦାର ରହିଛି । ଏହି ସବୁ ଢଗ କୁ ଜାଣିବା ଓ ଏହାର ଉତ୍ତର ବାହାର କରିବା ଟିକେ କଷ୍ଟ ହୋଇପାରେ । କିନ୍ତୁ ଏହାର ଉତ୍ତର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣି ନେବା କିଛି ଢଗ ଓ ଏହାର ଉତ୍ତର ।

୧- ସରଗ ରୁ ଆସିଲା ଟୋକାଟିଏ ତା ମୁଣ୍ଡ ରେ ଟୋପି ଦିଏ । ଏହାର ଉତ୍ତର କଣ ?

ଉତ୍ତର- ତାଳ ।

୨- ଚାରି ଟି ଅକ୍ଷରେ ନାମ ମୋର ଚାରି ଟି ଅକ୍ଷରେ ହର୍ଷେଇ କାର । କହିଲ ଦେଖି ନାମ କଣ ?

ଉତ୍ତର- ଝିଟିପିଟି ।

୩- ଗୋଟିଏ ଘର ବାର ଦୁଆର ତିନି ଲୋକ ଚଳପ୍ରଚଳ । ଏହି ଢଗ ର ଅର୍ଥ କଣ ?

ଉତ୍ତର- ଘଣ୍ଟା ।

୪- ଗରମ ପାଇଲେ ଆକାଶେ ଉଡେ ଶୀତଳ ପାଇଲେ ତଳକୁ ପୋଡେ । କହିଲ ଦେଖି ଏହାର ଅର୍ଥ କଣ ?

ଉତ୍ତର- ବାଷ୍ପ ।

୫- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ । ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ । ଲାଞ୍ଜ ଧରି ତାର ଖେଳନ୍ତି ସମସ୍ତେ । ତଥାପି କାନ୍ଦେନି କୁହ ସେ କିଏ ?

ଉତ୍ତର- ବେଲୁନ ।

୬- କେଉଁ ଜିନିଷ ପ୍ରଥମ ଦୁଇ ଥର ମାଗଣା ରେ ମିଳେ କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡିଥାଏ ?

ଉତ୍ତର- ଦାନ୍ତ ।

୭- ଗୋଟିଏ ଫଳରେ ଅନେକ କଣ୍ଟା । ପାଚିଲା ଖାଇଲେ ହାତ ରେ ଅଠା । କୁହ ଏହାର ଉତ୍ତର କଣ ?

ଉତ୍ତର- ପଣସ ।

୮- ବନ ରୁ ଆସିଲା କୂତି , ଖାଇବାରେ ଦେଲା ମୁତି । କୁହ ଏହି ଢଗ ର ଉତ୍ତର କଣ ?

ଉତ୍ତର- ଲେମ୍ବୁ ।

୯- ଗୋଟିଏ ଶବ୍ଦ ରେ ଉତ୍ତର ଦିଅ ଗୋଟିଏ ଫଳ ର ନାମ, ଗୋଟିଏ ଝିଅର ନାମ, ଗୋଟିଏ ରଙ୍ଗର ନାମ ।

ଉତ୍ତର- କମଳା ।

୧୦- ତିନି ଅକ୍ଷର ମୋର ନାମ । ପ୍ରଥମ କାଟିଲେ ରାମ । ଦ୍ଵିତୀୟ କାଟିଲେ ଫଳ ର ନାମ । ଏହାର ଉତ୍ତର କଣ ?

ଉତ୍ତର- ଆରାମ ।

ବନ୍ଧୁଗଣ ଆପଣ ମାନଙ୍କୁ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *