ସାଙ୍ଗମାନେ ସମସ୍ତଙ୍କୁ ପ୍ରଥମେ ନୂତନ ବର୍ଷର ଅନେକ ଅନେକ ଅଭିନନ୍ଦନ । ଆଉ କିଛି ଦିନ ପରେ ନୂତନ ବର୍ଷର ଆଗମନ ହେବାକୁ ଯାଉଛି । ସେହି ନୂତନ ବର୍ଷ ନିଜର ଆଗମନ ସହ କିଛି ରାଶିର ଭାଗ୍ୟକୁ ସାଙ୍ଗରେ ନେଇ ଆସୁଅଛି । ବର୍ଷର ପରିବର୍ତ୍ତନ ରାଶି ଉପରେ ଅନେକ ପ୍ରଭାବ ପକାଇଥାଏ । ଆଜି ଆମେ ରାଶି ଚକ୍ରରେ ରହିଥିବା ୧୨ଟି ରାଶି ମଧ୍ୟରୁ କେବଳ ମିଥୁନ ରାଶି ବିଷୟରେ ଜଣାଇବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ମିଥୁନ ରାଶିରେ ଘଟିବାକୁ ଯାଉଥିବା ୬ଟି ଘଟଣା ସମ୍ପର୍କରେ ।
ପ୍ରଥମ: ଯେଉଁମାନେ ବିଦେଶ ଯାତ୍ରା, ଚାକିରି ପରିବର୍ତ୍ତନ ପାଇଁ ଚାହୁଁଥିଲେ ତେବେ ୧୭ ଜାନୁୟାରୀ ପର ସମୟ ଏହି କାର୍ଯ୍ୟ ପାଇଁ ବହୁତ ଶୁଭ ରହିଛି । ଶନି ଦେବଙ୍କ ଗୋଚର ଆପଣଙ୍କ ରାଶିରେ ଦୁଇ ବର୍ଷ ପାଇଁ ହେବାକୁ ଯାଉଛି । ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ । କାରଣ ଶନି ଦେବ ଆପଣଙ୍କ ଭାଗ୍ୟ ସ୍ଥାନରେ ବିରାଜମାନ କରୁଅଛନ୍ତି ।
ଦିତୀୟ: ବୁଧ ଗ୍ରହ ୭ ଫେବୃୟାରି ପରେ ଆପଣଙ୍କ ଅଷ୍ଟମ ଘରକୁ ଗୋଚର କରିବେ । ଫେବୃୟାରି ମାସଟି ସ୍ୱାସ୍ଥ୍ୟ ପକ୍ଷେ ଏତେ ଭଲ ରହିବ ନାହି । ଚର୍ମ ସହ ଜଡିତ କୌଣସି ଅସୁବିଧା ଆପଣ ଭୋଗ କରିପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ଚିନ୍ତାର ବିଷୟ ରହିବାକୁ ଯାଉଛି । ତୃତୀୟ: ବୃହସ୍ପତି ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ଆପଣଙ୍କ ଏକାଦଶ ଘରକୁ । ଯାହାଫଳରେ ଆପଣ ସନ୍ତାନ ପ୍ରାପ୍ତି ପାଇଁ କରୁଥିବା ଯୋଜନା ୨୧ ଏପ୍ରିଲ ପରେ ହିଁ ଶୁଭ ଖବର ଆଣିଦେବ ।
ଚତୁର୍ଥ: ଦେବଗୁରୁ ବୃହସ୍ପତି ଆପଣଙ୍କ ସପ୍ତମ ଘରକୁ ଦ୍ରୁଷ୍ଟି ପକାଇବାକୁ ଯାଉଛନ୍ତି । ୨୧ ଏପ୍ରିଲ ଠାରୁ ନଭେମ୍ବର ପର୍ଯ୍ଯନ୍ତ ବିବାହର ଯୋଗ ଆପଣ ମାନଙ୍କ ପାଇଁ ଖୋଲିବାକୁ ଯାଉଛି । ଏହି ସମୟରେ ଆପଣଙ୍କ ପାଇଁ ବିବାହର ପ୍ରସ୍ତାବ ଆସିବ । ପଞ୍ଚମ: ରାହୁ ଦେବ ୩୦ ଅକ୍ଟୋବର ମାସରେ ଆପଣଙ୍କ ଦଶମ ଘରକୁ ଗୋଚର କରିବାକୁ ଯାଉଛି ।
ରାହୁଦେବ ଦଶମ ଘରେ ଗୋଚର ଆପଣଙ୍କ କ୍ୟାରିଅର ପାଇଁ ବହୁତ ଶୁଭ ରହିବ । ଦେଢ ବର୍ଷ ପର୍ଯ୍ଯନ୍ତ ଆପଣଙ୍କ କ୍ୟାରିଅରେ ଶୁଭ ପରିବର୍ତ୍ତନ ହେବାକୁ ଯାଉଛି । ଷଷ୍ଠ: କେତୁ ଗ୍ରହ ଆପଣଙ୍କ ଚତୁର୍ଥ ଘରକୁ ଗୋଚର କରିବେ । ରାହୁ ଆପଣଙ୍କ ଦଶମ ଘରେ ରହିବେ । ଶନି ଦେବ ଆପଣଙ୍କ ନବମ ଘରେ ରହିବେ । ଯାହାର ପ୍ରଭାବ ଆପଣଙ୍କ ମା ଙ୍କ ଉପରେ ପଡିବେ ।
ଯାହାଫଳରେ ୩୦ ଅକ୍ଟୋବର ପରେ ଆପଣଙ୍କ ମା ଙ୍କ ଗୋଡରେ କୌଣସି ସମସ୍ୟା ଦେଖାଦେଇପାରେ । କେତୁ ଆପଣଙ୍କ ଚତୁର୍ଥ ଘରକୁ ପ୍ରବେଶ କରିବା ପରେ ଆପଣଙ୍କ ପାଇଁ ଜମି ବାଡି ସମ୍ବନ୍ଧୀୟ କିଣା ବିକା ଲାଭଦାୟୀ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।