ମୃତ୍ୟୁ ପରେ ତ୍ରୟୋଦଶ କାହିଁକି ପାଳନ କରାଯାଏ ? Garuda Purana

ବନ୍ଧୁଗଣ ନମସ୍କାର । ଯଦି କେବେ ଏକ ମଣିଷର ମୃତ୍ୟୁ ହୋଇଯାଇଥାଏ ତାହାର ଅନ୍ତିମ ସଂସ୍କାର କରାଯାଇଥାଏ ଓ ମୃତ୍ୟୁ ବ୍ୟକ୍ତିର ଆତ୍ମା କୁ ଶାନ୍ତି କରିବା ପାଇଁ ତାହାର କ୍ରିୟା କର୍ମ କରାଯାଇଥାଏ । ତାହାର ତ୍ରୟୋଦଶ କରାଯାଇଥାଏ । କଣ ପାଇଁ କରାଯାଇଥାଏ ତାହା  ଓ ଏହାର ଫଳ ପ୍ରେତାତ୍ମାକୁ କଣ ମିଳିଥାଏ ଯଦି ଜାଣିନାହାନ୍ତି ତାହାଲେ ଆସନ୍ତୁ ଜାଣିବା ଏହା ବିଷୟରେ । ଆଜି ଆମେ ଆପଣମାନଙ୍କୁ ତ୍ରୟୋଦଶର ମହତ୍ଵ ବିଷୟରେ କହିବୁ ଯାହାକି ଗରୁଡ ପୁରାଣରେ ଲେଖା ଯାଇଛି । ଗରୁଡ ପୁରାଣରେ ଲେଖା ଅଛିକି ଗୋଟେ ମଣିଷର ଯଦି ମୃତ୍ୟୁ ହୋଇଯାଇଥାଏ ତାହାର ଆତ୍ମା ପରିବାର ଲୋକଙ୍କ ପାଖ ପାଖିରେ ରହିଥାଏ ।

କାରଣ ମୃତ୍ୟୁ ପରେ ମୃତ୍ୟୁ ବ୍ୟକ୍ତି ପାଖରେ ଏତେ ବଳ ନଥାଏ କି ସେ ଯମଲୋକକୁ ଯାଇପାରିବ ।   ତେଣୁ ଯଦି କୌଣସି ମନୁଷ୍ୟର ମୃତ୍ୟୁ ହୋଇଯାଏ ତାହାର ପରିବାର ଲୋକ ତାହାର ପିଣ୍ଡ ଦାନ କରିଥାନ୍ତି । ଗରୁଡ ପୁରାଣ ଅନୁସାରେ ମୃତ୍ୟୁର ୧୦ ଦିନ ପର୍ଯ୍ୟନ୍ତ ଯେଉଁ ପିଣ୍ଡ ଦାନ କରାଯାଇଥାଏ ଏହା ଦ୍ଵାରା ମୃତ୍ୟୁ ଲୋକର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ନିର୍ମାଣ କରାଯାଇଥାଏ । ୧୧ ଓ ୧୨ ଦିନ ଶରୀରର ତ୍ଵଚା ଓ ମୁହଁ ନିର୍ମାଣ କରାଯାଇଥାଏ ଓ ୧୩ ଦିନ ମୃତ୍ୟୁ ବ୍ୟକ୍ତି ନାମରେ ପିଣ୍ଡ ଦାନ କରାଯାଇଥାଏ ଏହା ଦ୍ଵାରା ତାହାର ଆତ୍ମା ଯମପୁରକୁ ଯିବାକୁ ସକ୍ଷମ ହୋଇଥାଏ ଓ ଯମପୁର ଚାଲିଯାଇଥାଏ ।

ଗରୁଡ ପୁରାଣରେ ଲେଖା ଅଛି ମୃତ୍ୟୁ ଲୋକକୁ ଯମଲୋକ କୁ ଯିବାକୁ ୧ ବର୍ଷ ଲାଗିଥାଏ, ୧୩ ଦିନ ଦିଆଯାଇଥିବା ପିଣ୍ଡ ଦାନ ମୃତ୍ୟୁ ଲୋକକୁ ଭୋଜନ ୧ ବର୍ଷ ପର୍ଯ୍ୟନ୍ତ ଦିଆଯାଇଥାଏ । ଗରୁଡପୁରାଣରେ ଲେଖା ଅଛିକି ଯଦି କୌଣସି ବ୍ୟକ୍ତିର ୧୩ ଦିନ ପିଣ୍ଡ ଦାନ କରାଯାଇନଥାଏ ତାହଲେ ତାହାର ଆତ୍ମାକୁ ୧୩ ଦିନ ଯମ ଦୁତ  ଘୋଷାଡ଼ି ଘୋଷାଡ଼ି ଯମ ଲୋକକୁ ନେଇଥାନ୍ତି ।   ଯେତେ ବେଳେ ତାହାର ଆତ୍ମାକୁ ଘୋଷାଡ଼ି ଘୋଷାଡ଼ି ନେଇଥାନ୍ତି ତାହର ଶରୀରର ଅଙ୍ଗ ଛିଡିଯାଇଥାଏ । ଯଦି ତାହର ପିଣ୍ଡ ଦାନ କରିବେନି ତାହେଲେ ତାହାର ଆତ୍ମା କୁ ବହୁତ କଷ୍ଟ ପଡିଥାଏ । ଯଦି ଆମେ ପିଣ୍ଡ ଦାନ କରିବା ତାହେଲେ ତାହାର ଶରୀରକୁ କଷ୍ଟ ହୋଇନଥାଏ । କାରଣ ପିଣ୍ଡ ଦାନ ଦ୍ଵାରା ତାହାର ଆତ୍ମା କୁ ବଳ ଆସିଥାଏ ।

ଗରୁଡ ପୁରାଣରେ ଲେଖା ଅଛି ଯଦି ୧୩ ଦିନ ତାହାର ପିଣ୍ଡ ଦାନକରାଯାଇନଥାଏ ତାହାଲେ ତାହାର ଆତ୍ମାକୁ ଶାନ୍ତି ମିଳିନଥାଏ । ଏହା ବି କୁହାଯାଇଛି ୧୩ ଦିନ ଆପଣ ୧୩ ଜଣ ବ୍ରାହ୍ମଣଙ୍କୁ ଖାଇବାକୁ ଦେବେ ।   ଗରୁଡ ପୁରାଣରେ ଲେଖା ଅଛି କି ଯଦି ଆମେ ୧୩ ଜଣ ବ୍ରାହ୍ମଣଙ୍କୁ ଖାଇବାକୁ ଦେବା ତାହେଲେ ମୃତ୍ୟୁ ବ୍ୟକ୍ତିକୁ ୧ ବର୍ଷ ପର୍ଯ୍ୟନ୍ତ ଖାଦ୍ଯ ମିଳିଯାଇଥାଏ । ଗରୁଡ ପୁରାଣରେ ଲେଖା ଯାଇଛି କି ୧୩ ଦିନ ଠାରୁ ପରିବାର ଲୋକ ମୃତ୍ୟୁ ବ୍ୟକ୍ତି ବିଷୟରେ ଭାବିବା ଧୀରେ ଧୀରେ ଛାଡିଦିଅନ୍ତି । ଗରୁଡ ପୁରାଣରେ ଲେଖା ଅଛି କି ମୃତ୍ୟୁ ବ୍ୟକ୍ତିର ପିଣ୍ଡ ଦାନ ଦ୍ଵାରା ତାହାର ଖାଦ୍ଯର ବେବସ୍ତା ହୋଇଯାଇଥାଏ । ତେଣୁ ବନ୍ଧୁଗଣ ଜାଣିଲେ ତ ମୃତ୍ୟୁ ପରେ  ତ୍ରୟୋଦଶ କାହିଁକି ପାଳନ କରାଯାଏ ।

Leave a Reply

Your email address will not be published. Required fields are marked *