ନମସ୍କାର ବନ୍ଧୁଗଣ । ଆଜିର ସୂଚନା ଅନୁସାରେ ଆପଣ ମାନେ ଜାଣିବାକୁ ପାଇବେ କେଉଁ ୧୦ଟି ଲକ୍ଷଣ ମୂର୍ଖ ମାନଙ୍କ ପାଖରେ ଥାଏ । ବିଦୁର ନାମକ ଜଣେ ବ୍ୟକ୍ତି ଜିଏକି କୌଶଳ ଓ ବୁଦ୍ଧିମାନ ଥିଲେ । ସେ ହିନ୍ଦୁ ଗ୍ରନ୍ଥର ମହାଭାରତରେ ମୁଖ୍ୟ ପାତ୍ର ଥିଲେ । ହସ୍ତିନା ପୁରର ପ୍ରଧାନ ମନ୍ତ୍ରୀ ଓ କୌରବ ଓ ପାଣ୍ଡବଙ୍କର କକେଇ ଥିଲେ । ବିଦୁରଙ୍କୁ ଧର୍ମରଜାର ଅବତାର ମଧ୍ୟ କୁହାଯାଇଥାଏ । ବିଦୁରଙ୍କ ମହାତ୍ୱୋ ନୀତିରେ ସେ ଅନେକ କଥା ସମାଜକୁ ଶିକ୍ଷା ଦେଇଯାଇଛନ୍ତି । ସେହି ମହାନ ବିଦୁରଙ୍କ କଥା ଅନୁଯାଇ ମୂର୍ଖ ମାନଙ୍କ ପାଖରେ ଥିବା ଲକ୍ଷଣ ବର୍ଣନା କରିବା ।
ଜ୍ଞାନ ନଥାଇ ଅହଂକାରରେ ପୂର୍ଣ୍ଣ ହୋଇରହିବା । ଦରିଦ୍ର ହୋଇ ବଡ ବଡ କଥା କହିବା । ବିନା ପରିଶ୍ରମରେ ଯିଏ ଧନବାନ ହେବା ପାଇଁ ପ୍ରୟାସ କରିଥାଏ । ଏପରି ବ୍ୟକ୍ତି ମାନଙ୍କୁ ମୂର୍ଖର ଦରଜା ଦିଆଯାଇଥାଏ । ଯିଏ ନିଜ କାମ ଛାଡି ସର୍ବଦା ଅନ୍ୟ ମାନଙ୍କ କାମରେ ମୁଣ୍ଡ ଖେଳାଉଥିବ । ମିତ୍ର ମାନଙ୍କ ସାଥିରେ ଖରାପ କାମରେ ଲିପ୍ତ ରହୁଥିବ, ସେପରି କିସମର ଲୋକ ମୂର୍ଖ ବିବେଚିତ ହୋଇଥାନ୍ତି ।
ଯେଉଁ ମାନେ ଦରକାରୀ କଥାକୁ ଅବହେଳା କରି ଅଦରକାରୀ କଥାରେ ମୁଣ୍ଡ ବେଶି ଖେଳାଇଥାଏ । ଏପରି ଲୋକ ମୂର୍ଖ ରୂପରେ ସିକୃତି ପାଇଥାନ୍ତି । ଯିଏ ଶତୃକୁ ନିଜର ମିତ୍ର ବନେଥାଏ ଓ ନିଜର ମିତ୍ରକୁ ଈର୍ଷା କରିଥାଏ । ଯିଏ ନିଜର କାର୍ଯ୍ୟର ଭେଦକୁ ସମସ୍ତଙ୍କ ଆଗରେ ଖୋଲି କହିଥାଏ ଅର୍ଥାତ ନିଜର ଲକ୍ଷ ବିଷୟରେ ଅନ୍ୟ ଆଗରେ ଚର୍ଚା କରିଥାଏ । ପ୍ରତ୍ଯେକଟି କଥାରେ ଯିଏ ଅନ୍ୟକୁ ସନ୍ଦେହ କରିଥାଏ ।
ଯେଉଁ କାର୍ଯ୍ୟକୁ କରିବା ପାଇଁ ଅଳ୍ପ ସମୟ ଦରକାର ହୋଇଥାଏ, ସେପରି କାର୍ଯ୍ୟକୁ ଯିଏ କରିବା ପାଇଁ ବହୁତ ବିଳମ୍ବ କରିଥାଏ । ସେପରି ଲୋକ ମାନଙ୍କୁ ମୂର୍ଖ କହିଥାନ୍ତି । ଯେଉଁ ବ୍ୟକ୍ତିମାନେ ପିତୃ ପୁରୁଷଙ୍କର ପିଣ୍ଡ ଦାନ କରିନଥାଏ ଓ ଦେବତା ମାନଙ୍କର ପୂଜା କରିନଥାଏ କି ଭଲ ଲୋକ ସାଥିରେ ମିତ୍ରତା କରି ନଥାଏ । ସେହି ଭଳି ଲୋକ ମାନେ ମୂର୍ଖରେ ଗଣତି ହୋଇଥାନ୍ତି ।
ବିନା ନିମନ୍ତ୍ରଣରେ ଯେଉଁ ବ୍ୟକ୍ତି ପହଞ୍ଚି ଯାଇଥାଏ ଓ କେହି ନ ପଚାରି ମଧ୍ୟ ନିଜ ଆଡୁ କହିବା ଆରମ୍ଭ କରିଦେଇଥାଏ ଏବଂ ଅବିଶ୍ବନୀୟ ଲୋକଙ୍କୁ ମଧ୍ୟ ବିଶ୍ବାସ କରିଥାଏ । ସେମାନଙ୍କୁ ମୂର୍ଖ ବୋଲି କୁହାଯାଇଥାଏ । ଯେଉଁ ମାନେ ଭୁଲ କରି ମଧ୍ୟ ଅନ୍ୟ ଉପରେ ଦୋଷ ଲଦି ଥାଏ ଓ ଅସମର୍ଥ ହେଇ ମଧ୍ୟ ଅନ୍ୟ ଉପରେ କ୍ରୋଧ କରିଥାଏ । ସେଭଳି ଲୋକଙ୍କୁ ମଧ୍ୟ ମୂର୍ଖ କୁହ ଯାଇଥାଏ ।
ଯିଏ ନିଜର ଶକ୍ତି ଓ ସାମର୍ଥତାକୁ ନ ଚିହ୍ନି ଧର୍ମର ବିପରୀତ କାମ କରିଥାଏ ଏମାନଙ୍କୁ ମୂର୍ଖ ବୋଲି କୁହାଯାଇଥାଏ । ଅକାରଣରେ ଦଣ୍ଡ ଦେଉଥିବା ବ୍ୟକ୍ତି ଓ ଅଜ୍ଞାନୀଙ୍କ ପ୍ରତି ଶ୍ରଦ୍ଧାରେ ପୂର୍ଣ୍ଣ ହୋଇଥାଏ ଏବଂ ଲୋଭିର ଆଶ୍ରୟ ନେଇଥାଏ, ଏପରି ଲୋକ ଥିବା ମଣିଷକୁ ମୂର୍ଖ ବୋଲି କୁହାଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ ପୋଷ୍ଟଟିକୁ ଲାଇକ୍ କରିବା ସହିତ କମେଣ୍ଟ କରିକି ଜଣାନ୍ତୁ ।