ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ସୂର୍ଯ୍ୟପରାଗ ସମୟରେ ଆପଣଙ୍କୁ ସବୁ କେଉଁ କେଉଁ ଜିନିଷର ଧ୍ୟାନ ରଖିବାକୁ ପଡିବ । ସୂର୍ଯ୍ୟ ପରାଗର ସମୟ ସୀମା, ସୁତକ କାଳ ଓ ଦେବ ନୀତି, ହାଣ୍ଡିଛାଡ ଓ ପାକ ନିଷେଧ, ଗର୍ଭବତୀ ମହିଳା, ଶୁଭ ଅଶୁଭ କାର୍ଯ୍ୟ ସୂଚୀ ଏବଂ ଶୁଭ ଅଶୁଭ ରାଶି ଫଳ ବିଷୟରେ ଆମେ ଆପଣଙ୍କୁ ଆଜି ଜଣାଇବୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହିସବୁ ବିଷୟରେ ବିସ୍ତାରରେ ।
ଗ୍ରହଣ ଲାଗିବାର ନଅ ଘଣ୍ଟା ବା ତିନି ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର ୧୨ଘଣ୍ଟା ବା ଚାରି ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ କରାଯାଇଥାଏ । ଏହି ସମୟ ସୀମାକୁ ସୁତକ ସମୟ ବୋଲି ମଧ୍ୟ କୁହାଯାଇଥାଏ । ଏହି ଗ୍ରହଣ ବା ପରାଗ ଲାଗୁଥିବା ସମୟରେ ଖାଦ୍ଯ ଗ୍ରହଣ କରିବାକୁ ବାରଣ କରାଯାଇ ଅଛି । କାରଣ ଏହି ସମୟରେ କିଚ୍ ଖାଦ୍ଯ ପଦାର୍ଥ ନ ରହିବା ଉଚିତ । ତେଣୁ ସୂର୍ଯ୍ୟ ପରାଗ ହେବାର ୧୨ଘଣ୍ଟା ପୂର୍ବରୁ ହାଣ୍ଡିଛାଡ କରାଯାଇଥାଏ ।
ପାକ ନିଷେଧ ବା ହାଣ୍ଡିଛାଡ ସମୟ ହେଉଛି, ୨୪ ଅକ୍ଟୋବର ସୋମବାର ରାତ୍ରି ୧୯:୨୫ ମିନିଟରୁ ୨୫ ଅକ୍ଟୋବର ମଙ୍ଗଳବାର ଦିନ ୨:୩୧ ମିନିଟ ପର୍ଯ୍ୟନ୍ତ । ସୂର୍ଯ୍ୟ ପରାଗ ଲାଗିବାର ସମୟ: ତାରିଖ: ୨୫ ଅକ୍ଟୋବର ୨୦୨୨ ମଙ୍ଗଳବାର । ଆରମ୍ଭ: ଦିନ ୧୨:୧୧ ମିନିଟ । ସର୍ବାଧିକ ସୂର୍ଯ୍ୟ ପରାଗ: ଦିନ ୧:୨୧ ମିନିଟ । ସର୍ବାଧିକ ସୂର୍ଯ୍ୟ ପରାଗ ଅବଧି: ମାତ୍ର ୩୪ ସେକେଣ୍ଡ । ଶେଷ ବା ମୋକ୍ଷ ପ୍ରାପ୍ତି: ଦିନ ୨:୩୧ ମିନିଟ ।
ଅବଧି କାଳ: ୨ ଘଣ୍ଟା ୧୯ ମିନିଟ ଏବଂ ୨୬ ସେକେଣ୍ଡ । ଏହି ସମୟଟି ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଅଶୁଭ ହୋଇଥିବାରୁ ସେମାନଙ୍କୁ ସୂର୍ଯ୍ୟ ପରାଗ ଦେଖିବା ପାଇଁ ମଧ୍ୟ ବାରଣ କରାଯାଏ । ଏହି ପରାଗ ସମୟରେ ଆପଣ କୌଣସି ଜିନିଷ କଟାକଟି ବା ସିଲେଇ କରନ୍ତୁ ନାହିଁ । ଏବଂ ପରାଗ ଲାଗୁଥିବା ସମୟରେ କଳାରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ।ଜାଣନ୍ତୁ ଏହି ସ୍ମୟରେ କେଉଁ କାର୍ଯ୍ୟ କରିବା ଅନୁଚିତ: ଏହି ସମୟରେ ଖାଦ୍ୟ ତିଆରି କରନ୍ତୁ ନାହିଁ ।
ଏହି ସମୟରେ ଖାଇବା ଖାନ୍ତୁ ନାହିଁ । ଏହି ସମୟରେ ଶୁଖିଲା ଖାଦ୍ୟ ବା ଫଳ ମୂଳ ଖାଇପାରିବେ । ସୂର୍ଯ୍ୟପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ କେବେ ମଧ୍ୟ କରନ୍ତୁ ନାହିଁ । ଏହାଦ୍ଵାରା ପରିବାରରେ ଅନିଷ୍ଟ ହୋଇଥାଏ । ଠାକୁର ପୂଜା କେବେ ବି କରନ୍ତୁ ନାହିଁ ଏହି ସମୟରେ । ଏହି ସମୟରେ କୌଣସି ଗଛକୁ ସ୍ପର୍ଶ କରନ୍ତୁ ନାହିଁ । ଏହି ସମୟକୁ ଅନ୍ନ ଦାନ କରିବାର ଉତ୍ତମ ସମୟ ମନା ଯାଇଥାଏ । ଏହା କରିବା ଦ୍ଵାରା ଶରୀରରେ କୌଣସି ରୋଗ ହୋଇନଥାଏ । ସୂର୍ଯ୍ୟ ପରାଗ ଶେଷ ହେବା ପରେ ସ୍ନାନ କରନ୍ତୁ ଏବଂ ପିନ୍ଧିଥିବା ବସ୍ତ୍ରକୁ ଧୋଇ ଦିଅନ୍ତୁ ।
ଘରର ସବୁଆଡେ ଗଙ୍ଗା ଜଳ ଛିଞ୍ଚି ଘରକୁ ପବିତ୍ର କରିଦେବା ଉଚିତ । ଏହି ସମୟରେ ବିଲକୁଲ ମଧ୍ୟ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ । ଏହି ସୂର୍ଯ୍ୟ ପରାଗରେ ଶୁଭ ପ୍ରଭାବ ପଡିବାକୁ ଯାଉଥିବା ରାଶି ଗୁଡିକ ହେଉଛି, ମେଷ, ମିଥୁନ, ସିଂହ, ବିଛା, ଧନୁ, ମକର, କୁମ୍ଭ, ଓ କର୍କଟ ରାଶି । ଏହାସହ ବୃଷ, ତୁଳା, କନ୍ୟା, ଏବଂ ମିନା ରାଶିର ବ୍ୟକ୍ତିଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିବାକୁ ଯାଉଛି । ଏହାଥିଲା ସୂର୍ଯ୍ୟ ପରାଗର ସମ୍ପୂର୍ଣ ବିବରଣୀ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।