ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କ ସମୁଦାୟ ସମ୍ପତି କେତେ ?

ବନ୍ଧୁଗଣ ଆପଣ ମାନେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ଦବଦବା ରଖିଛନ୍ତି । ସେ ପ୍ରାୟତଃ 50 ରୁ ଅଧିକ ଓଡିଆ ଫିଲ୍ମ କରି ସାରିଲେଣି । ତାଙ୍କର ପ୍ରଥମ ଫିଲ୍ମ ର ନାଁ ହେଉଛି “ଆଇ ଲଭ ୟୁ” । ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ଯୋଡି ଦର୍ଶକ ମାନେ ବେଶ ପସନ୍ଦ କରିଥାନ୍ତି ।

ଅନୁଭବ ମହାନ୍ତି ଅଭିନେତା ସହ କେନ୍ଦ୍ରାପଡା ର ସାଂସଦ ଭାବେ ମଧ୍ୟ ପରିଚିତ ଅଟନ୍ତି । ସେ ବର୍ଷା ଙ୍କ ସହ ଅନେକ ଫିଲ୍ମ ରେ ଅଭିନୟ କରି ଖୁବ ଚର୍ଚ୍ଚା ରେ ରହି ଆସିଛନ୍ତି । ଆଜି ଆମେ ଜାଣିବା ଅନୁଭବ ମହାନ୍ତି ଙ୍କ ମୋଟ ସମ୍ପତି କେତେ ରହିଛି । ଅଭିନେତା ଅନୁଭବ ମହାନ୍ତି ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ସାରା ହିଟ ଫିଲ୍ମ ଭେଟି ଦେଇଛନ୍ତି । ଯାହାକୁ ଦର୍ଶକ ମାନେ ଖୁବ ସାରା ଭଲ ପାଇବା ଦେଇଛନ୍ତି ।

ଅନୁଭବ ଙ୍କ ଆକ୍ସନ ଯେତିକି ଦମଦାର ତାଙ୍କର ଷ୍ଟଣ୍ଡ ଓ ଡ୍ୟାନ୍ସ ମଧ୍ୟ ସେତିକି ପ୍ରଶଂସନୀୟ ଯୋଗ୍ୟ ଅଟେ । ସେ ଅନେକ ମେଗା ଷ୍ଟାର ମାନଙ୍କ ସହ ମଧ୍ୟ ଅଭିନୟ କରିବାର ନଜର ଆସିଛନ୍ତି । ତାଙ୍କର ଅଭିନୟ କୁ ନେଇ ଚର୍ଚ୍ଚାରେ ରହିଛନ୍ତି ତାହା ନୁହେଁ ସେ ତାଙ୍କର ବ୍ୟକ୍ତିଗତ ଲାଇଫ କୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି ।

ତାଙ୍କ ଘରେ ତାଙ୍କ ବାପା, ମା, ବଡ ଭାଇ ଅଛନ୍ତି । ଯାହାଙ୍କ ସହ ସେ ବେଶ ହସ ଖୁସି ରେ ସମୟ ବିତାଇଥାନ୍ତି । ସେ 2014 ମସିହା ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ କରିଛନ୍ତି । ଦୁହିଙ୍କର ଯୋଡି ଆଜି ବି ଖୁବ ଚର୍ଚ୍ଚା ରେ ରହିଥାଏ । ଅଭିନେତା ଅନୁଭବ ଙ୍କର 2ଟି ବଡ ବଡ ଘର ରହିଛି । ଯାହା କି ଭୁବନେଶ୍ଵର ଓ କଟକ ରେ ରହିଛି । ଯାହାର ମୂଲ୍ୟ ପାଖା ପାଖି 60 ଲକ୍ଷ ତାଙ୍କ ହେବ ।

ଏହା ସହ ତାଙ୍କ ପାଖରେ 2ଟି ଦାମୀ କାର ରହିଛି । ଯାହାର ଦାମ ପାଖା ପାଖି 80 ଲକ୍ଷ ଟଙ୍କା । ଅନୁଭବ ମହାନ୍ତି ଙ୍କ ପାଖରେ ଗୋଟେ ପ୍ରଡକସନ ରହିଛି ଯାହାର ନାଁ ରହିଛି ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ