କାର୍ତ୍ତିକ ମାସରେ ତୁଳସୀ ପୂଜା କରିବା ବିଧି ଓ ତୁଳସୀ ପତ୍ର ତୋଳିବା ଠିକ ନା ଭୁଲ ?

ବନ୍ଧୁଗଣ ଧର୍ମ ର ମାସ କାର୍ତ୍ତିକ ମାସ ଅକ୍ଟୋବର 29 ତାରିଖ ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ମାସ ରେ ପ୍ରଭୁ ଶ୍ରୀହରି ଙ୍କୁ ପୂଜା କରିବାର ବିଶେଷ ବିଧି ରହିଛି । ଏହା ସହ ମା ବୃନ୍ଦାବତୀ ଓ ଅଁଳା ଗଛ କୁ ମଧ୍ୟ ପୂଜା କରିବାର ବିଧାନ ରହିଛି । ଏହି ମାସରେ ତୁଳସୀ ଗଛର ପୂଜା କରିବା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତୁଳସୀ ପୂଜନର ମାହାତ୍ମ୍ଯା ଏହି ମାସରେ ବିଶେଷ ଭାବେ ରହିଛି ।

ତୁଳସୀ ଗଛର ମୂଳରେ ସବୁ ତୀର୍ଥ ମାନ ନିବାସ କରିଥାନ୍ତି ଏମିତି ମାନ୍ୟତା ଅଛି । ମା ତୁଳସୀ ଙ୍କର ମୂଳ ପ୍ରଦେଶରେ ବ୍ରହ୍ମା, ମଧ୍ୟ ଭାଗରେ ପ୍ରଭୁ ଶ୍ରୀହରି ଓ ମଞ୍ଜରି ବା ଜଟା ରେ ସଦାଶିବ ନିବାସ କରିଥାନ୍ତି । ଆଜି ଆମେ ଜାଣିବା କାର୍ତ୍ତିକ ମାସରେ ତୁଳସୀ ତୋଳିବା ଠିକ ନା ଭୁଲ ଅଟେ । କାର୍ତ୍ତିକ ମାସରେ ତୁଳସୀ ପୂଜା କରିବା ଉଚିତ ହୋଇଥାଏ । ତୁଳସୀ ପୂଜା କରିବା ପୂର୍ବରୁ ମା ବୃନ୍ଦାବତୀ ଙ୍କୁ ପ୍ରଥମେ ପ୍ରଣାମ କରିବା ଉଚିତ ।

ଏହା ପରେ ମା ବୃନ୍ଦାବତୀ ଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହି ସମୟରେ ପୂର୍ବ ବା ଉତ୍ତର ଦିଗକୁ ମୁଖ ରହିବା ଉଚିତ । ମା ବୃନ୍ଦାବତୀ ଙ୍କୁ ଜଳ ଅର୍ପଣ କରିବା ସମୟରେ ଶ୍ରୀ ହ୍ରୀଙ୍ଗ କ୍ଲିଙ୍ଗ ଐଂ ବୃନ୍ଦାବାନ୍ୟେ ସ୍ଵାହା ମନ୍ତ୍ର ଟି ଜପ କରିବା ଉଚିତ । ଏହା ହେଉଛି ମା ବୃନ୍ଦାବତୀ ଙ୍କର ଦଶାକ୍ଷର ମନ୍ତ୍ର । ଜଳ ଅର୍ପଣ କରିବା ପରେ ମା ବୃନ୍ଦାବତୀ ଙ୍କୁ ସିନ୍ଦୁର ଲାଗି କରିବା ଉଚିତ ।

ସିନ୍ଦୁର ଦାନ କରିବା ପାଇଁ ମା ବୃନ୍ଦାବତୀ ଙ୍କୁ ଚନ୍ଦନ ଲାଗି କରିବା ଉଚିତ । ଚନ୍ଦନା ସମର୍ପଣ କରିବା ପରେ ମା ବୃନ୍ଦାବତୀ କୁ ଫୁଲ ଅର୍ପଣ କରିବା ଉଚିତ । ଏହା ପରେ ଧୂପ ଦୀପ ଅର୍ପଣ କରିବା ଉଚିତ । ଦୀପ ସମ୍ପନ୍ନ ମା ବୃନ୍ଦାବତୀ ଙ୍କୁ କରିବା ସମୟରେ ମୁଖ ଉତ୍ତର ବା ପୂର୍ବ ଦିଗକୁ ରହିବା ଉଚିତ । ଦୀପ କେବେ ବି ଭୂମି ଉପରେ ରଖିବା ଉଚିତ ନୁହେଁ ।

ଏହା ପରେ ନୈବେଦ୍ୟ ଲାଗି କରିବା ଉଚିତ । ଏହି ସମୟରେ ଦଶାକ୍ଷର ମନ୍ତ୍ର ଜପ କରିବା ଉଚିତ । ଏହିଭଳି ଭାବେ କାର୍ତ୍ତିକ ମାସରେ ପଞ୍ଚ ଉପଚାର ରେ ମା ବୃନ୍ଦାବତୀ ଙ୍କୁ ପୂଜା କରିବା ଉଚିତ । ମା ବୃନ୍ଦାବତୀ ଙ୍କୁ ଜଳ ଅର୍ପଣ କରିବା ସମୟରେ ତୁଳସୀ ମୂଳରେ ଜଳ ଦେବା ଉଚିତ । ଏହା ପରେ ଜଳ ଧାରା ମୂଳ ପ୍ରଦେଶ ରୁ ଅଗ୍ର ଯାଏଁ ଦେବାକୁ ହେବ ।

ତୁଳସୀ ର ଅଗ୍ର ଭାଗରେ ଜଳ ଲାଗି ହେଲେ ଗଛ ମୂଳରେ ରଖାଯାଇଥିବା ପାତ୍ରରେ ଜଳ ପଡିଲେ ଏହାର ସେବନ କରିଲେ ପୂଣ୍ୟ ପ୍ରାପ୍ତି ହୁଏ । 11 ରାତ୍ରି ଯାଏଁ ତୁଳସୀ ବାସୀ ହେବନି । କାର୍ତ୍ତିକ ମାସରେ ତୁଳସୀ ତୋଳି ହେବ । ଏକ ନିର୍ଦିଷ୍ଟ ସମୟରେ ତୁଳସୀ ତୋଳିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *