ପାଠ ଜଲ୍ଦି ମନେ ରଖିବା ପାଇଁ ଜାଣନ୍ତୁ ସହଜ ଓ ସରଳ ଉପାୟ-Vastu Tips

ବନ୍ଧୁଗଣ ଆଜିକାଲି ଛାତ୍ର ଛାତ୍ରୀ ମାନଙ୍କ ଉପରେ ପାଠ ପଢା ର ଚିନ୍ତା ଅଧିକ ରହୁଛି । ଆଉ ଏହି ଟେନସନରେ ପିଲା ମାନେ କେମିତି ଜଲ୍ଦି ପାଠ ମନେ ରଖିବେ କେମିତି ପାଠ ପଢିବେ ତାହା ବୁଝି ପାରନ୍ତି ନାହିଁ । ଏହି କାରଣରୁ ପିଲା ମାନେ ପରୀକ୍ଷା ରେ ସଫଳତା ହୋଇ ପାରନ୍ତି ନାହିଁ । କିଛି ପିଲା ମାନେ ପାଠ ମନେ ରଖିବା ପାଇଁ ଘୋଷିବା ଆରମ୍ଭ କରି ଦେଇଥାନ୍ତି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଆଜି ଆମେ ଆପଣଙ୍କୁ କହିବୁ ପିଲା ମାନେ ପାଠ ମନେ ରଖିବା ପାଇଁ କିଛି ଉପାୟ ବିଷୟରେ ।

ଅନେକ କ୍ଷେତ୍ରରେ ଏମିତି ଦେଖାଯାଏ ପିଲା ମାନେ ତରବର ହୋଇ ପାଠ ମନେ ରଖିବା ପାଇଁ ଘୋଷିଥାନ୍ତି । କିନ୍ତୁ ଜଲ୍ଦି ମନେ ରଖିବା ପାଇଁ ଯାହା ବି ପାଠ ଘୋଷିଥାଉ ତାହା ସବୁ ଭୁଲି ଯାଇଥାଉ । ପାଠ ମନେ ରଖିବା ପାଇଁ ସବୁଠାରୁ ସହଜ ଓ ସରଳ ଉପାୟ ହେଉଛି ପାଠ ଘୋଷିବା କଥା ମନରୁ ବାହାର କରି ଦେବା ଉଚିତ । ଯଦି ପିଲା ମନେ ଭାବୁ ଥାନ୍ତି କି କୌଣସି ବିଷୟ ବସ୍ତୁ ଘୋଷି କି ମନେ ରଖି ଦେବେ ତେବେ ଧ୍ୟାନ ପାଠ ରୁ ହଟିପାରେ ।

ଆଉ କୌଣସି ବି ବିଷୟ ବସ୍ତୁ ମନେ ରଖିବା ପୂର୍ବରୁ ଯାହା ବି ଅଧା କାମ ଥିବ ତାହା କରି ଦିଅନ୍ତୁ । ଯାହା ଦ୍ଵାରା ପାଠ ପଢିବା ସମୟରେ ଆଉ ଉଠିକି ଯିବାକୁ ପଡିବ ନାହିଁ । ଏହାର ଅନ୍ୟ ଏକ କାରଣ ହେଉଛି ଯଦି ଆପଣ କିଛି କାମ ଛାଡି ପାଠ ପଢିବାକୁ ବସିଯିବେ ତେବେ ସେହି କାମରେ ଧ୍ୟାନ ଥିବ ପାଠ ପଢାରେ ମନ ଲାଗିବ ନାହିଁ । ଆଉ ଏହି କାରଣରୁ ପାଠ ପଢାରେ ଧ୍ୟାନ ଲାଗିବ ନାହିଁ ।

ତରବର ହୋଇ ପାଠ ପଢିଲେ ସେହି ବିଷୟ ବସ୍ତୁ ମନେ ରହିବ ନାହିଁ । ପ୍ରଥମେ ବିଷୟ ବସ୍ତୁ କୁ ଭଲ ଭାବେ ଠାରେ ଦୁଇ ଥର ପଢିବା ଉଚିତ । ପୁଣି ତାକୁ ନିଜ ଭାଷାରେ ବୁଝିବାକୁ ଚେଷ୍ଟା କରନ୍ତୁ । ଏମିତି କରିବା ଦ୍ଵାରା ସେହି ବିଷୟ ବସ୍ତୁ ଭଲ ଭାବେ ବୁଝି ପାରିବେ । ଓ ଏହା ଅନ୍ୟ କାହାକୁ ମଧ୍ୟ ବୁଝାଇ ପାରିବେ ।

ଯେଉଁ ବି ବିଷୟ ବସ୍ତୁ ପଢୁଛନ୍ତି ତାହାକୁ କମ ସେ କମ 2-3 ଥର ନ ଦେଖି ଲେଖିବାକୁ ଚେଷ୍ଟା କରନ୍ତୁ । ଯେଉଁ ଯାଏଁ ସେହି ବିଷୟ ବସ୍ତୁ କୁ ନ ବୁଝିଛନ୍ତି ତାହାର ଉତ୍ତର ଲେଖନ୍ତୁ । ସବୁଠୁ ଜରୁରୀ ହେଲା ବିଷୟ ବସ୍ତୁର ରିଭିଜନ କରିବା । ବାରମ୍ବାର ବିଷୟ ବସ୍ତୁ କୁ ରିଭିଜନ କରିଲେ ଯାହା ପଢିଥିବେ ତାହା ସବୁ ସମୟରେ ମନେ ରହିବ । ରିଭିଜନ କରିଲେ ପାଠ ଜଲ୍ଦି ମନେ ରହିଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *