ଯଦି ପିଲା ମାନଙ୍କର ପାଠ ପଢା ରେ ମନ ଲାଗୁ ନାହିଁ ତେବେ କଣ କରିବେ ? Ajira Anuchinta

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ସହ ଜଡିତ କିଛି ଉପାୟମାନ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ନୀତିଦିନିଆ ଜୀବନରେ କାମର ଏ ଆସିଥାଏ । 1- ପିଲାଙ୍କ ପଢିବା ଘରେ ଶୁଦ୍ଧ ଘିଅ ଦୀପ ଲଗାଇଲେ ଏବଂ ସରସ୍ଵତୀ ଯନ୍ତ୍ର ରଖିଲେ ପିଲାଙ୍କର ପାଠ ପଢା ରେ ମନ ଲାଗିଥାଏ ଓ ବିଦ୍ୟା ବୃଦ୍ଧି ହୋଇଥାଏ ।

2- ଶୋଇଲା ବେଳେ କାଶ ଓ ଛିଙ୍କ ହେଲେ ମୁଣ୍ଡ ତଳେ ତକିଆ ଦେଇ ସୋଇଲେ କିଛି ପରିମାଣରେ କମି ଯାଇଥାଏ ।

3- ବାଦାମ, ମିଶ୍ରି ଓ ପାନମଧୁରୀକୁ ପାଉଡର କରି ରାତିରେ ଖାଇବା ପୂର୍ବରୁ ଦୁଇ ଚାମଚ ଗରମ ପାଣିରେ ମିଶାଇ ସେବନ କରିଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ।

4- ଘରର ଛାତ ଉପରେ ଦକ୍ଷିଣ-ପୂର୍ବ କୋଣରେ ପକ୍ଷୀ ମାନଙ୍କ ପାଇଁ ପିଇବା ପାଣି ରଖିଲେ ପରିବାରର ଆୟ ବୃଦ୍ଧି ହୋଇଥାଏ । ଭଗବାନ ଗଣେଶଙ୍କୁ ସକାଳୁ ନାଲି ରଙ୍ଗର ଫୁଲ ଅର୍ପଣ କରିଲେ ଘର କରିବାର ଇଚ୍ଛା ପୂରଣ ହୋଇଥାଏ ।

5- ମଙ୍ଗଳବାର ଦିନ ଗାଉଇକୁ ମସୁର ଡାଲି ସହ ଗୁଡ ମିଶାଇ ଖାଇବାକୁ ଦେଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ । କନ୍ଯାର ବିବାହ ହେଉ ନ ଥିଲେ ହଳଦିଆ କପଡାରେ ହଳଦୀ ବାନ୍ଧି ତକିଆ ତଳେ ରଖନ୍ତୁ ।

6- ଯଦି ବାହାଘର ପାଇଁ ପୁଅ କି ଝିଅ ରାଜି ହେଉ ନାହାନ୍ତି ତେବେ ସେମାନଙ୍କର ଶୋଇବା ଘରର ଉତ୍ତର ଦିଗରେ କ୍ରିଷ୍ଟାଲ ବଲ କାଚ ପାତ୍ରରେ ରଖନ୍ତୁ ।

7- ପୁଅ ବା ଝିଅର ଜାତକରେ ମଙ୍ଗଳ ଦୋଷ ଥିଲେ ମଙ୍ଗଳବାର ବ୍ରତ କରିଲେ ତାହା ଦୂର ହୁଏ । ଗର୍ଭାବସ୍ଥା ସମୟରେ ଚାଉଳରେ ହଳଦୀ ମିଶାଇ ଘର ଭିତରେ ପକାଇଲେ ସବୁ ଅଶୁଭତ୍ଵ ଦୂର ହୁଏ ।

8- କୌଣସି କାମ ହୋଇପାରୁ ନାହିଁ ବା ବାଧା ଆସୁଛି ତେବେ ଗାଈ କାନରେ ତାହା କୁହନ୍ତୁ । ନିଶ୍ଚୟ କାମ ପୂରଣ ହୋଇଯିବ । ଶୁଭ କାମରେ ଘରୁ ବାହାରିବା ସମୟରେ ଗୋଟେ ଲେମ୍ବୁରେ 4ଟି ଲବଙ୍ଗ ପୋତି ସାଙ୍ଗରେ ନେଇକି ଯାଆନ୍ତୁ ।

9- ସପ୍ତାହ କୁ ଥରେ ମିଶ୍ରି ଯୁକ୍ତ ଖିରୀ ପରିବାରର ସମସ୍ତେ ଖାଇଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଲୁଣ ନେଇ ମୁଣ୍ଡ ଚାରିପଟେ ବୁଲାଇ ବାହାରକୁ ଫିଙ୍ଗି ଦେଲେ ଅଶୁଭ ଦ୍ରୁଷ୍ଟି ଦୂର ହୁଏ ।

10- ପ୍ରତେକ ଦିନ ପାଣିରେ ଲୁଣ ପକାଇ ଘର ପୋଛିଲେ ଭାଗ୍ୟ ବଦଳିବା ସହ ସୌଭାଗ୍ୟ ଆସିଥାଏ । କେବେ ବି କାହାକୁ ସିଧା ହାତରେ ଲୁଣ ଦେବା ଉଚିତ ନୁହେଁ ।

11- ରାତିରେ ଶୋଇବା ବେଳେ ପାଣିରେ ଲୁଣ ପକାଇ ଗୋଡ ଧୋଇଲେ ଭଲ ନିଦ ହୋଇଥାଏ । ଉଷୁମ କ୍ଷୀର ରେ ଏକ ଚାମଚ ହଳଦୀ ମିଶାଇ ସେବନ କରିଲେ ଛିଙ୍କ କାଶ ଦୂର ହୁଏ ।

13- ଯଦି ପିଲାଙ୍କର ପାଠ ପଢାରେ ମନ ଲାଗୁ ନ ଥାଏ ତେବେ ପୂର୍ବ ଦିଗକୁ ମୁଖ କରି ପାଠ ପଢିଲେ ପାଠ ରେ ମନ ଲାଗିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *