ବନ୍ଧୁଗଣ ଚଳିତ ବର୍ଷ ସେପ୍ଟେମ୍ବର 6 ତାରିଖ ବୁଧବାର ଦିନ ପଡୁଛି ପବିତ୍ର ଜନ୍ମାଷ୍ଟମୀ ପର୍ବ । ପ୍ରାଚୀନ କାଳ ରୁ ଶ୍ରୀକୃଷ୍ଣ ଙ୍କ ଜନ୍ମାଷ୍ଟମୀ ପର୍ବ ଶ୍ରଦ୍ଧା ଭାବେ ପାଳିତ ହେଉଛି । ପ୍ରଭୁ କୃଷ୍ଣ କଂସ ର ଅତ୍ୟାଚାରରୁ ବଞ୍ଚିବା ପାଇଁ କୃଷ୍ଣ ଅବତାର ନେଇଥିଲେ । ମାନ୍ୟତା ଅନୁଯାୟୀ ପ୍ରତେକ ବର୍ଷ ଭାଦ୍ରବ ମାସ ଅଷ୍ଟମୀ ତିଥିକୁ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ । ୬ ତାରିଖ ବୁଧବାର ଦିନ ଅପରାମହ ୩:୩୮ ମିନିଟ ଠାରୁ ୭ ତାରିଖ ଗୁରୁବାର ଅପରାହ୍ନ ୪:୧୫ ମିନିଟ ଯାଏଁ ଅଷ୍ଟମୀ ତିଥି ଭୋଗ ହେବ । ଆଜି ଆମେ ଜାଣିବା ଜନ୍ମାଷ୍ଟମୀ ଦିନ ଘରକୁ କେଉଁ କେଉଁ ଜିନିଷ ଆଣିବା ଶୁଭ ହୋଇଥାଏ ।
୧- ଗାଈ ଓ ବାଛୁରୀ : ଜନ୍ମାଷ୍ଟମୀ ପୂଜା ଦିନ ଗାଈ ଓ ବାଛୁରୀ ର ରୂପା ମୂର୍ତ୍ତି ଘରକୁ ଆଣି ଭଗବାନଙ୍କ ଠାରେ ସ୍ଥାପନ କରନ୍ତୁ । ଏହା ଦ୍ଵାରା ଆର୍ଥିକ ସ୍ଥିତି ଠିକ ହେବ ।
୨- କଇଁଛ ମାଳା : ଭଗବାନ ଶ୍ରୀ କୃଷ୍ଣଙ୍କୁ କଇଁଛ ବା ବୈଜୟନ୍ତ ମାଳା ପିନ୍ଧା ଯାଇଥାଏ । ଜନ୍ମାଷ୍ଟମୀ ଦିନ ଏହି କଇଁଛ ମାଳା ଶ୍ରୀ କୃଷ୍ଣ କୁ ଅର୍ପଣ କରିବା ବହୁତ ଖାସ ହୋଇଥାଏ । ହଳଦିଆ କପଡାରେ ବାନ୍ଧି ଏହାକୁ ରଖିଲେ ଧନର ବୃଦ୍ଧି ହୋଇଥାଏ ।
୩- ଦକ୍ଷିଣାବର୍ତ୍ତୀ ଶଙ୍ଖ : ଉହାଯାଏ ଦକ୍ଷିଣାବର୍ତ୍ତୀ ଶଙ୍ଖ ରହିଥାଏ ସେହି ଘରେ କେବେ ବି ଧନର ଅଭାବ ରୁହେ ନାହିଁ । ଜନ୍ମାଷ୍ଟମୀ ପର୍ବରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ଠାକୁର ଘରେ ସ୍ଥାପନ କରିଲେ ନେଗେଟିଭ ଶକ୍ତି ଦୂର ହୋଇଥାଏ ।
୪- ବଂଶୀ : ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଅଟେ ବଂଶୀ । ଏହା ସହ ବସ୍ତୁ ଦୋଷ ଦୂର ହୋଇଥାଏ । ସ୍ଵାମୀ- ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେଉଥିଲେ ଶୋଇବା ଘରେ ବେଡ ପାଖରେ ବଂଶୀ କୁ ରଖିବା ଉଚିତ ।
୫- ଗୋମତୀ ଚକ୍ର : ଜନ୍ମାଷ୍ଟମୀ ପର୍ବ ଦିନ ଗୋମତୀ ଚକ୍ର ନିଶ୍ଚୟ ଘରକୁ ଆଣନ୍ତୁ । ବ୍ୟବସାୟ, ଚାକିରିରେ ଉନ୍ନତି ପାଇଁ ଏହି ଦିନ ୧୧ଟି ଗୋମତିଚକ୍ର ଲଡୁ ଗୋପାଳ ଙ୍କୁ ଅର୍ପଣ କରିବେ ତେବେ କାର୍ଯ୍ୟ ରେ ସିଦ୍ଧି ଲାଭ ହୋଇଥାଏ ।
୬- ମୟୂର ପଙ୍ଖ : ମୟୂର ପଙ୍ଖ କୁ ପବିତ୍ର ଜନମାଷ୍ଟମୀ ଦିନ ଘରକୁ ଆଣି ଲଡୁ ଗୋପାଳ ଙ୍କୁ ଅର୍ପଣ କରନ୍ତୁ । ଏହାକୁ ବେଡ ରୁମରେ ରଖିଲେ ଘରେ ଅସାନ୍ତି ଦୂର ହୋଇଥାଏ ।
୭- ଚନ୍ଦନ : ଘରେ ଚନ୍ଦନ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ସୁଗନ୍ଧରେ ନେଗେଟିଭ ଊର୍ଜା ସମାପ୍ତ ହୋଇଥାଏ । ତେଣୁ ଜନ୍ମାଷ୍ଟମୀରେ ଚନ୍ଦନ ନିଶ୍ଚୟ ଘରକୁ ଆଣନ୍ତୁ ।
୮- ଦେଶୀ ଘିଅ ବା ଲହୁଣୀ : ଜନମାଷ୍ଟମୀ ଦିନ ଦେଶୀ ଘିଅର ଦୀପ ଶ୍ରୀକୃଷ୍ଣଙ୍କ ନିକଟରେ ଜଳାଇଲେ ପୂଜାର ଫଳ ମିଳିଥାଏ ।
୯- ମହୁ : ଜନ୍ମାଷ୍ଟମୀ ପୂର୍ବ ଦିନ ଘରକୁ ମହୁ ନିଶ୍ଚୟ ଆଣନ୍ତୁ । ଏହା ଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ ।
୧୦- ବାଲ ଗୋପାଳ : ସନ୍ତାନ ସୁଖକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଜନ୍ମାଷ୍ଟମୀରେ ନିଶ୍ଚୟ ଲଡୁ ଗୋପାଳଙ୍କ ଫୋଟୋ ଆଣି ଘରେ ସ୍ଥାପନ କରନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।