ପର୍ସ ରେ ରଖନ୍ତୁ ଏହି ସବୁ ଜିନିଷ, ହେବ ଧନର ବୃଦ୍ଧି…

ବନ୍ଧୁଗଣ ଅନେକ ସମୟରେ ବ୍ୟକ୍ତି ରୋଜଗାର କରିଥାଏ କିନ୍ତୁ କର୍ମ ରୁ ଫେରିବା ପରେ ଟଙ୍କା ପଇସା କିଛି ବି ପର୍ସ ରେ ନ ଥାଏ । ବ୍ୟକ୍ତି କଠିନ ପରିଶ୍ରମ କରି ମଧ୍ୟ ଧନର ଅଭାବ ଦେଖା ଯାଇଥାଏ । ଆଜି ଆମେ ଜାଣିବା ପର୍ସ ରେ ଏମିତି କେଉଁ ସବୁ ଜିନିଶ ରଖିବା ଦ୍ଵାରା କେବେ ବି ଧନର ଅଭାବ ହୁଏ ନାହିଁ ।

1- କେହି ଆପଣଙ୍କୁ ପର୍ସ ଉପହାର ସ୍ୱରୂପ ଦେଲେ ବହୁତ ଶୁଭ ହୋଇଥାଏ । ଯଦି ନୂଆ ପର୍ସ କିଣିକି ଆଣୁଛନ୍ତି ତେବେ ତାହା ଶୁଭ ହୋଇଥାଏ । ଯଦି ପର୍ସ ଫାଟିଯାଏ ବା ଚିରିଯାଏ ତେବେ ଧନର ହାନି ଓ ଅଯଥା ଖର୍ଚ୍ଚ ବୃଦ୍ଧି ପାଇଥାଏ ।

2- ପୁରୁଣା ପର୍ସ କୁ ପ୍ରତି ବର୍ଷ କୁ ବଦଳାଇ ନୂଆ ପର୍ସ ଆଣିବା ଉଚିତ । କେହି କେହି ଭବିଠନ୍ତି ପୁରୁଣା ପର୍ସ ରଖିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ । ତେଣୁ ପର୍ସ କୁ ବଦଳାଇବା ଉଚିତ । ପୁରୁଣା ପର୍ସ କୁ ନ ଫିଙ୍ଗି ଗଛ ମୂଳରେ ରଖିଦେବା ଉଚିତ ।

3- ଘରକୁ ଆଣିଥିବା ଟଙ୍କା ପ୍ରଥମେ ଠାକୁର ଘରେ ରଖିବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ପର୍ସ ରେ ରଖୁଥିବା ନୋଟ ମୋଡି କି ରଖନ୍ତୁ ନାହିଁ କି କାହାର ଫୋଟୋ ରଖିବା ଅନୁଚିତ । କାହାର ଭିଜିଟିଙ୍ଗ କାର୍ଡ ମଧ୍ୟ ପର୍ସ ରେ ରଖିବା ଅନୁଚିତ । ଏହା ଦ୍ଵାରା ନେଗେଟିଭ ଉର୍ଜ ବଢିଥାଏ ।

4- ପର୍ସ କୁ ସବୁବେଳେ ପରିଷ୍କାର ରଖିବା ଉଚିତ । କାରଣ ମା ଲକ୍ଷ୍ମୀ ସ୍ଵଚ୍ଛା ଜାଗାରେ ରହିବାକୁ ପସନ୍ଦ କରନ୍ତି । କର୍ମ ରୁ ଫେରିବା ପରେ ଘରେ ଥିବା କୌଣସି ମହିଳାଙ୍କୁ ଦେବା ଉଚିତ । ଓ ସ୍ଵତନ୍ତ୍ର ସ୍ଥାନରେ ରଖିବା ଉଚିତ ।

5- କେବେ ବି ପର୍ସ କୁ ପ୍ଯାଣ୍ଟ ସହ ଝୁଲାଇ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଅଯଥା ଖର୍ଚ୍ଚ ରୂଢି ପାଇଥାଏ । ପର୍ସ ରେ ରୂପା କଏନ ମା ଲକ୍ଷ୍ମୀ ଙ୍କ ପାଖରେ ରଖିକି ପୂଜା କରି ରଖିଲେ ଉନ୍ନତି ପ୍ରାପ୍ତ ହୋଇଥାଏ ।

6- ପର୍ସ ରେ କଉଡି ବା ଗୋମତୀ ଚକ୍ର କୁ ମା ଲକ୍ଷ୍ମୀ ଙ୍କ ପାଖରେ ପୂଜା କରି ରଖିଲେ ଶୁଭ ହୋଇଥାଏ । ସହ ଅରୁଆ ଚାଉଳ ମା ଲକ୍ଷ୍ମୀ ଙ୍କୁ ଲାଗି କରନ୍ତି । ସେହି ଚାଉଳ ରୁ 21ଟି ଚାଉଳ ଲାଲ କପଡା ରେ ବାନ୍ଧି ରଖିଲେ ଧନର ବୃଦ୍ଧି ହେବ ।

7- ସକାଳୁ ଉଠି ସ୍ନାନ କରି ଓସ୍ତ ପତ୍ର ଆଣି ଗଙ୍ଗା ପାଣି ରେ ଧୋଇ ଦିଅନ୍ତୁ । ସେହି ପତ୍ରରେ ଶ୍ରୀ କୁଙ୍କୁମ ରେ ଲେଖି ମା ଲକ୍ଷ୍ମୀ ଙ୍କ ଥରେ ପୂଜା କରନ୍ତୁ । ଓ ଏହାକୁ ପର୍ସ ରେ ରଖନ୍ତୁ । ପତ୍ର ଟି ଶୁଖିଗଲେ ଆଉ ଏକ ନୂଆ ପତ୍ର ଆଣି ରଖନ୍ତୁ । ଦେଖିବେ ଧନର ଅଭାବ କେବେ ବି ହେବ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *