ପସନ୍ଦ କରନ୍ତୁ ନିଜର ଜନ୍ମ ବାର ଓ ଜାଣନ୍ତୁ ନିଜର ଭବିଷ୍ୟତ…

ବନ୍ଧୁଗଣ ସପ୍ତାହ ରେ 7ଟି ବାର ଅଛି । ଏହି 7ଟି ବାର ର ବିଶେଷ ମହତ୍ଵ ମଧ୍ୟ ରହିଛି । ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ରୁ ଯେପରି ତାର ଭାଗ୍ୟ ଭବିଷ୍ୟତ ବିଷୟରେ ଜାଣିହୁଏ । ଠିକ ସେହିପରି ବ୍ଯକ୍ତିର ଜନ୍ମ ର ବାର ଅନୁସାରେ ମଧ୍ୟ ତାର ଭବିଷ୍ୟତ ବିଷୟରେ ଜାଣି ହୁଏ । ଆଜି ଆମେ ଜାଣିବା 7ଟି ବାର ରେ ଜାତ ହୋଇଥିବା ବ୍ୟକ୍ତିଙ୍କର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ବିସ୍ତାର ଭାବେ ।

1- ରବିବାରରେ ଜାତ ହୋଇଥିବା ବ୍ୟକ୍ତି ତେଜବନ୍ତ, ବିଚକ୍ଷଣ, ଚତୁରବନ୍ତ, ଅସ୍ଥିର ହୋଇଥାନ୍ତି । ଯେଉଁ କାମରେ ଲାଗିଥାନ୍ତି ତାହା ପୁରା ନ ହେବା ଯାଏଁ ଛାଡନ୍ତି ନାହିଁ । ଏହି ବ୍ୟକ୍ତି ମାନେ ସତ୍ୟ କହିବାକୁ କେବେ ବି ଭୟ କରନ୍ତିନି । ଏହି ବାରରେ ଜନ୍ମ ହୋଇଥିବା ସ୍ତ୍ରୀ ମାନେ ଅସ୍ଥିର, ବିଚକ୍ଷଣ ଅଟନ୍ତି ।

2- ସୋମବାରରେ ଯେଉଁ ପୁରୁଷ ଜନ୍ମ ହୋଇଥାନ୍ତି ସ୍ଥିରମତା, ଧାର୍ଯ୍ୟବନ୍ତ, ବହୁଗୁଣ ବିଶିଷ୍ଟ, ବିଚାରଶୀଳ, ଶାସ୍ତ୍ର ପ୍ରିୟ, କଳା ବିଦ୍ୟା ପ୍ରେମିକ, ଚନ୍ଦ୍ରତୁଲ୍ୟ ସୌନ୍ଦର୍ଜ୍ୟ, ନିୟମର ବଶବର୍ତ୍ତୀ ହୋଇଥାନ୍ତି । ଏମାନଙ୍କ ଜୀବନରେ ଅପବ୍ୟୟ କାମ ଅନେକ ଆସିଥାଏ କିନ୍ତୁ ଏମାନେ ସବୁ କାମକୁ ସହଜରେ ପୂରଣ କରିଥାନ୍ତି ।

3- ମଙ୍ଗଳବାରରେ ଯେଉଁ ବ୍ୟକ୍ତି ଜନ୍ମଗ୍ରହଣ କରିଥାନ୍ତି ସେ ପୁରୁଷ ଅଧା କାମ କରିବାରୁ ଅଧାରେ ରହିଥାନ୍ତି । କିନ୍ତୁ ବିଳମ୍ବରେ ହେଲେ ବି କାର୍ଯ୍ୟ ପୂରଣ ହୁଏ । ଏମାନେ ଜିଦ ଖୋର ହେବା ସହ ଧର୍ମକୁ ବିଶ୍ଵାସ କରନ୍ତି । ଧାର୍ମିକ କିନ୍ତୁ ହୋଇପାରନ୍ତିନି । ଏହିପରି ସ୍ତ୍ରୀ ଅସ୍ଥିରା ଓ କ୍ଳେଶି ହୋଇଥାନ୍ତି ।

4- ବୁଧବାରରେ ଯେଉଁ ବ୍ୟକ୍ତି ଜନ୍ମ ନେଇଥାନ୍ତି ସେହି ପୁରୁଷ ବୁଦ୍ଧିମନ୍ତ, କଉଶଳୀ ଭଳି ଏମାନଙ୍କ ମାଇଣ୍ଡ କାମ କରିଥାଏ । ଏମାନେ ବହୁମୂଖୀ, ପରୋପକାରୀ, ଧନୀ ହୋଇଥାନ୍ତି । ଦଅଣା ଧର୍ମରେ ଉଶ୍ଚାହ ଓ କୌଣସି ବି ସ୍ଥିତିରେ ବିଚଳିତ ହୁଅନ୍ତିନି । ଏହି ସ୍ତ୍ରୀ ମାନେ ବୁଦ୍ଧିମତୀ ଓ ଧନବନ୍ତି ହୋଇଥାନ୍ତି ।

5- ଯେଉଁ ବ୍ୟକ୍ତି ଗୁରୁବାରରେ ଜନ୍ମଗ୍ରହଣ କରିଥାନ୍ତି ସେ ପୁରୁଷ ଗୁରୁ ମାନ୍ୟ ସମାନ ପାଇଥାନ୍ତି । ତଥା ରାଜ ସମ୍ମାନ ଓ ପ୍ରଶଂସା ଭଜନ ହୁଅନ୍ତି । ସତ କାର୍ଯ୍ୟ ରେ ପ୍ରବୀଣ ଅଟନ୍ତି । ବୁଦ୍ଧି ଓ ଜ୍ଞାନରେ ଶ୍ରେଷ୍ଠ ଅଟନ୍ତି । ଏହି ସ୍ତ୍ରୀ ମାନେ ତାଙ୍କ ଜୀବନରେ ସୁଖୀ ରହିଥାନ୍ତି ।

6- ଶୁକ୍ରବାରରେ ଜାତ ପୁରୁଷ ଶୁକ୍ରାଚାର୍ଜ୍ୟ ଙ୍କ ଭଳି କମ କରନ୍ତି । ଯେତେ ବି ବ୍ୟୟ ଯୁକ୍ତ ମୁଣ୍ଡକୁ ଆସୁ ନା କାହିଁକି ସେମାନେ ଧର୍ଯ୍ୟ ସହ କରିଥାନ୍ତି । କଳାବିଦ୍ୟାରେ ରୁଚିବାନ ଅଟନ୍ତି । ଏକ ଗୁଣ ବ୍ୟୟ ହେଲେ ବି 10 ଗୁଣ କାର୍ଯ୍ୟ ହାସଲ କରନ୍ତି । ଏହି ସ୍ତ୍ରୀ ମାନେ ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ଅଟନ୍ତି ।

7- ଶନିବାରରେ ଜାତ ପୁରୁଷ ଅସ୍ଥିର, କାମଭିଳାଷୀ, ଜିଦ ଖୋର, ନିଚ୍ଚ ବୁଦ୍ଧିରେ ପରିଚାଳିତ ହୁଅନ୍ତି । ଏମାନେ ବିଚଳିତ ଅବସ୍ଥାରେ ଥାନ୍ତି । ନ୍ଯାୟରେ ପଶ୍ଚାତାପ ହୁଅନ୍ତିନି । ଏହି ଦିବସରେ ସ୍ତ୍ରୀ ଜିଦଖୋର ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *