ମୃତ ବା ପିତୃ ପୁରୁଷଙ୍କ ଫଟୋ ଘରର ଏହି ଜାଗାରେ ଲଗାଇଲେ ହୋଇଥାଏ ଧନ ବୃଦ୍ଧି- Vaastu Tips

ପ୍ରାୟତ ପ୍ରତ୍ୟକଙ୍କ ଘରେ ପିତୃ ପୁରୁଷଙ୍କ ଫୋଟୋ ରହିଥାଏ । ଏପରି ମାନ୍ୟତା ଅହିଛି ପିତୃ ପୁରୁଷଙ୍କ ଫୋଟୋ ଲଗାଇବା ଦ୍ଵାରା ବା ତାଙ୍କ ପ୍ରତି ସମ୍ମାନ ଭାବ ରଖିବା ଦ୍ଵାରା ଗୃହକୁ ଉନ୍ନତି ଆସିଥାଏ । ଏହା ସହ ଧନ ସମ୍ପତିର କେବେ ଅଭାବ ରୁହେ ନାହି । ପିତୃ ପୁରୁଷଙ୍କ ଫୋଟୋ ସର୍ବଦା ଆମ ମାନଙ୍କ ଉପରେ ରହିଥାଏ । ଯାହା ଦ୍ଵାରା ଗୃହରେ ବ୍ୟକ୍ତି ମାନଙ୍କୁ ବହୁତ ପ୍ରକାରର ଲାଭ ହେବା ସହ ପ୍ରତ୍ୟକ କାମରେ ସଫଳତା ମିଳିଥାଏ । କିନ୍ତୁ ପିତୃ ପୁରୁଷଙ୍କ ଫୋଟୋ ଭୁଲ ଜାଗାରେ ଲଗାଇଲେ ଅଶୁଭ ଫଳ ମିଳିଥାଏ ।

ଆଜି ଆମେ ଆପଣଙ୍କୁ ଗୃହରେ କେଉଁଠି ପିତୃ ପୁରୁଷଙ୍କ ଫୋଟୋ ଲଗାଇବା ଆବଶ୍ୟକ ଓ କେଉଁଠି ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ । ଘରର ମନ୍ଦିର ବା ଯେଉଁ ସ୍ଥାନରେ ପୂଜା ପାଠ କରୁଛନ୍ତି ସେଠାରେ ପିତୃ ପୁରୁଷଙ୍କ ଫୋଟୋ ରଖନ୍ତୁ ନାହିଁ । ଠାକୁର ଘରେ ପିତୃ ପୁରୁଷଙ୍କ ଫୋଟୋ ରଖିବା ଅଶୁଭ ହୋଇଥାଏ । ଏହାର ବହୁତ ନାକାରାତ୍ମକ ପ୍ରଭାବ ପଡିଥାଏ । ଏହାର ଫଳ ସର୍ବଦା ଅଶୁଭ ମିଳିଥାଏ ।

ଘରର ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ କୋଣରେ ମନ୍ଦିର ରଖିବା ଶୁଭ ବିଚାର କାରଜାଏ । ଯଦି ଉତ୍ତର-ପୂର୍ବ କୋଣରେ ପୂଜା ସ୍ଥାନ ରହୁଛି ତେବେ ପିତୃ ପୁରୁଷଙ୍କ ଫୋଟୋକୁ ପୂର୍ବ ଦିଗରେ ଲଗାନ୍ତୁ । ଯଦି ପୂଜା ପାଠର ସ୍ଥାନ ପୂର୍ବ ଦିଗରେ ରହିଛି ତେବେ ପିତୃ ପୁରୁଷଙ୍କ ଫୋଟୋକୁ ଐଶାନ୍ୟ କୋଣରେ ଲଗାନ୍ତୁ ।

ଠାକୁର ଘରର ଓଲଟା ଦିଗରେ ହିଁ ପିତୃ ପୁରୁଷଙ୍କ ଫୋଟୋ ଲଗାଇବା ଉଚିତ । ଘରର ଉତ୍ତର ବା ଆପଣ ଯେଉଁ ଗୃହରେ ସୟନ କରୁଛନ୍ତି ସେହି ଘରର ଉତ୍ତର କାନ୍ଥ ରେ ଯଦି ଆପଣ ପିତୃ ପୁରୁଷଙ୍କ ଫୋଟୋ ଲଗାଇଥାନ୍ତି ତେବେ ଏହା ବହୁତ ଶୁଭ ଫଳଦାୟକ ହୋଇଥାଏ । ତେଣୁ ସବୁଠାରୁ ଶୁଭ ହେଉଛି ଘରର ଉତ୍ତର ବା ଯେଉଁ ଦିଗରେ ଆପଣ ସୟନ କରୁଛନ୍ତି ସେହି ଘରର ଉତ୍ତର କାନ୍ଥ ରେ ପିତୃ ପୁରୁଷଙ୍କ ଫୋଟୋ ଲାଗାନ୍ତୁ ।

ଘରର ନୈରୁତ କୋଣ ବା ଦକ୍ଷିଣ-ପଶ୍ଚିମ କୋଣରେ ପିତୃ ପୁରୁଷଙ୍କ ଫୋଟୋ କେବେ ଲଗାଇବେ ନାହିଁ । ଯଦି ଆପଣ ଲାଗନ୍ତି ତେବେ ଆପଣଙ୍କର ଘରର ଉନ୍ନତି ଅଟକି ଯାଇଥାଏ । ଘରର ପଶ୍ଚିମ ବା ଦକ୍ଷିଣ ଦିଗରେ ପିତୃ ପୁରୁଷଙ୍କ ଫୋଟୋ ଲଗାଇବା ଘର ପାଇଁ ଅମଙ୍ଗଳ ହୋଇଥାଏ । ଏପରି ମାନ୍ୟତା ରହିଛି ଏହି ଦୁଇ ଦିଗରେ ପିତୃ ପୁରୁଷଙ୍କ ଫୋଟୋ ଲଗାଇଲେ ଧନ ହାନି ହୋଇଥାଏ ।

ଏହା ସହ ଘରର ବ୍ରହ୍ମ ସ୍ଥାନ ବା ମଝି ଜାଗାରେ ଭୁଲରେ ବି ପିତୃ ପୁରୁଷଙ୍କ ଫୋଟୋ ଲଗାଇବା ଦ୍ଵାରା ସେଠାରେ ଯେଉଁ ବ୍ୟକ୍ତି ରହୁଥିବେ ତାଙ୍କର ମାନସମ୍ମାନରେ ହାନି ଘଟିଥାଏ । ସେମାନଙ୍କୁ କୌଣସି ସ୍ଥାନରେ ସମ୍ମାନ ମିଳେ ନାହିଁ । ଘରର ଉତ୍ତର ଦିଗରେ ପିତୃ ପୁରୁଷଙ୍କ ଫୋଟୋ ଲଗାଇବା ଉତ୍ତମ ଅଟେ । ଯଦି ଏହି ସ୍ଥାନରେ ଫୋଟୋ ରଖିବାରେ ସମସ୍ୟା ଅଛି ତେବେ ଘରର ମନ୍ଦିର ଉତ୍ତର-ପୂର୍ବ କୋଣରେ ରହିଛି ତେବେ ପିତୃ ପୁରୁଷଙ୍କ ଫୋଟୋ ପୂର୍ବକୁ ରଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବାକୁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *