ପ୍ରଭୁ ହନୁମାନଙ୍କ ବାହନ କିଏ ? କେଉଁ ଫୁଲ ରେ ପୂଜା କରିଲେ ମନସ୍କାମନା ପୂର୍ଣ୍ଣ ହୁଏ ? ଏବଂ ମଙ୍ଗଳ ଦୋଷ ଦୂର ହୋଇଥାଏ ?

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ମଙ୍ଗଳବାର ଦିନ ସ୍ଵାତି ନକ୍ଷତ୍ର ରେ ମେଷ ଲଗ୍ନ ରେ ସ୍ଵୟଂ ଭଗବାନ ଶିବ ହନୁମାନ ଙ୍କ ଅବତାର ନେଇ ପୃଥିବୀ ପ୍ରୁଷ୍ଠା କୁ ଆସିଥିଲେ । ତେଣୁ ହନୁମାନ ଜୀ ଶ୍ରୀରାମ ଙ୍କର ପରମ ଭକ୍ତ ଥିଲେ । ସବୁ ଦେବା ଦେବୀଙ୍କର କିଛି ନା କିଛି ପ୍ରିୟ ଫୁଲ ରହିଥାଏ । ସେହିପରି ହନୁମାନ ଜୀ ଙ୍କର ମଧ୍ୟ କିଛି ପ୍ରିୟ ଫୁଲ ରହିଛି ଯାହା ଶାସ୍ତ୍ର ରେ ବର୍ଣ୍ଣିତ ଅଛି । ଆଜି ଆମେ ଆପଣଙ୍କୁ କହିବୁ ହନୁମାନ ଜୀଙ୍କର ପ୍ରିୟ ଫୁଲ କଣ, ତାଙ୍କର ବାହନ କିଏ ଅଟନ୍ତି ।

ଶାସ୍ତ୍ର ଅନୁଯାୟୀ ପ୍ରଭୁ ହନୁମାନଙ୍କର ପ୍ରିୟ ଫୁଲ ହେଉଛି ନାଲି ପଦ୍ମ, ନୀଳୋତ୍ପଳ, ଶ୍ଵେତପଦ୍ମ, କଇଁ, । ଏହା ଛଡା ହନୁମାନ ଜୀ ଙ୍କର ଅନ୍ୟ ପ୍ରିୟ ଫୁଲ ଗୁଡିକର ନାଁ ହେଉଛି କନିଅର, ଜୁଇ, ଯାଇ, ବକୁଳ, ପାଟଳା, ଶ୍ଵେତ ମନ୍ଦାର, ରକ୍ତ ମନ୍ଦାର, ଶ୍ଵେତ ପଦ୍ମ, ଶ୍ଵେତ ଅରଖ, ନୀଳ ଅରଖ ଇତ୍ୟାଦି । ଏହା ସହ ଯେତେ ସବୁ ରକ୍ତ ବର୍ଣ୍ଣ ଓ ନାଲି ଫୁଲ ହନୁମାନ ଜୀ ଙ୍କର ପ୍ରିୟ ଫୁଲ ହୋଇଥାଏ ।

ହନୁମାନ ଜୀ ଙ୍କର ପାର୍ଶ୍ଵ ଦେବତା ହେଉଛନ୍ତି ଅଙ୍ଗଦ, ନୀଳ ଓ ନଳ । ହନୁମାନ ଜୀ ଙ୍କର ଦକ୍ଷିଣ ପାର୍ଶ୍ଵ ର ଦ୍ଵାରପାଳ ହେଉଛନ୍ତି ସୁଶିଣ, ବାମ ପାର୍ଶ୍ଵର ଦ୍ଵାରପାଳ ଦୁବିଧ । ଘରେ ହନୁମାନ ଜୀଙ୍କ ଫୋଟୋ ସ୍ଥାପନ କରିବା ବେଳେ ଦକ୍ଷିଣାଭିମୁଖୀ ହେବା ଦରକାର । ହନୁମାନ ଜୀଙ୍କର ପ୍ରିୟ ଦ୍ରବ୍ଯ ହେଉଛି ରାଶି ତେଲ, ସିନ୍ଦୁର, କପିଳା ଗାଇର ଘୃତ । ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ହନୁମାନ ଜିଙ୍କୁ ସିନ୍ଦୁର ଅଭିଷେକ କରନ୍ତି ଯାହା ବି ଇଚ୍ଛା ଥିବା ତାହା ନିଶ୍ଚୟ ପୂରଣ ହେବ ।

ବିବାହରେ ସମସ୍ଯା, ଜାତକରେ କାପସର୍ପ ଦୋଷ, ମଙ୍ଗଳ ଦୋଷ ଅଛି ତେବେ ମଙ୍ଗଳବାର ଦିନ ହନୁମାନ ଜୀଙ୍କୁ ତୈଳ ଓ ସିନ୍ଦୁର ଅଭିଷେକ କରାଇବା ଉଚିତ । ସ୍କନ୍ଧ ପୁରାଣ ଅନୁଯାୟୀ ପ୍ରଭୁ ହନୁମାନଙ୍କର ବାହନ ହେବା ପାଇଁ କାହାର ଶକ୍ତି ନାହିଁ । ହନୁମାନ ଜୀ ନିଜେ ନିଜର ବାହନ ଅଟନ୍ତି । ମଙ୍ଗଳବାର ଦିନ ହନୁମାନ ଜୀଙ୍କୁ ପୂଜା କରିବା ସହ କିଛି ଜ୍ଯୋତିଷ ଉପାୟ କରିବା ଦ୍ଵାରା ମଙ୍ଗଳ ଦୋଷରୁ ମୁକ୍ତି ମିଳିଥାଏ ।

ମଙ୍ଗଳବାର ଦିନ ଆମିଷ ଖାଇବା ଅନୁଚିତ । ଏହି ଦିନ କରଜ ଦେବା ଦୂରେଇ ରଖିବା ଉଚିତ । ଏହା ଦ୍ଵାରା ସେହି ପଇସା ମିଳିବାରେ ବିଳମ୍ବ ହୋଇପାରେ । ଏହି ଦିନ କ୍ରୋଧ କରିବା ଉଚିତ । ଏହି ଦିନ କାହାକୁ ଅପଶବ୍ଦ କହିବା ବା ଲୁହାର ଜିନିଷ କିଣିବା ଅନୁଚିତ । ଏହି ଦିନ ଷ୍ଟିଲ ବା ଧାର ଜିନିଷ କିଣିବା ଅନୁଚିତ ।

ଏହି ଦିନ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ସନ୍ତାନ ପ୍ରତି କ୍ଷତିକାରକ ହୋଇଥାଏ । ଏହି ଦିନ ଅସହାୟ ଲୋକଙ୍କୁ ଗହମ ଦାମ କରିଲେ ଭାଗ୍ୟ ପ୍ରାପ୍ତି, ଗୁଡ ଦାନ କରିଲେ ଧନ ପ୍ରାପ୍ତି ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *