ମଙ୍ଗଳବାର ଦିନ କରନ୍ତୁ ଏହି 7ଟି କାମ, ହେବ ଧନର ବର୍ଷା…

ବନ୍ଧୁଗଣ ମଙ୍ଗଳବାର ଦିନକୁ ହନୁମାନ ପ୍ରଭୁଙ୍କ ଦିନ ବୋଲି ବିଚାର କରାଯାଏ । କୁହାଯାଏ କି ହନୁମାନ ଜୀ ସବୁ ମନସ୍କାମନା ପୂରଣ କରିଥାନ୍ତି ଖାଇ ଅଳ୍ପ ଶ୍ରଦ୍ଧାର ଆବଶ୍ୟକତା ରହିଛି । ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ଚିନ୍ତାରେ ଅଛନ୍ତି, ଧାର କରଜରେ ବୁଡି ରହିଛନ୍ତି, ଯେତେ ରୋଜଗାର କରିଲେ ବି ଟଙ୍କା ପଇସାର ଅଭାବ ହେଉଛି ତେବେ ମଙ୍ଗଳବାର ଦିନ କିଛି ଖାସ ଉପାୟ କରିବା ଦ୍ଵାରା ଏହାର ସମାଧାନ ହୋଇଥାଏ । ଆଜି ଆମେ ଜାଣିବା ମଙ୍ଗଳବାର ଦିନ କେଉଁ କେଉଁ ଉପାୟ କରିବା ଉଚିତ ।

1- ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ହନୁମାନ ଜୀ ଙ୍କ ମନ୍ଦିର କୁ ଯାଇ ଗୋଲାପ ଫୁଲର ମାଳା ଅର୍ପଣ କରନ୍ତୁ । ଏହା ଦ୍ଵାରା ସବୁ ଇଚ୍ଛା ପୂରଣ ହୋଇଥାଏ ।

2- ମଙ୍ଗଳବାର ଦିନ ସକାଳ ସମୟରେ ସ୍ନାନ କରିବା ପରେ ବର ଗଛର ପତ୍ର କୁ ସ୍ବଚ୍ଛ ପାଣିରେ ଧୋଇ ଏହାକୁ ହନୁମାନ ଜୀ ଙ୍କ ଚରଣରେ ସମର୍ପଣ କରନ୍ତୁ । ଏହା ପରେ ଏହି ପତ୍ରରେ କେସର ଦ୍ଵାରା ଶ୍ରୀରାମ ଲେଖନ୍ତୁ । ସେହି ପତ୍ରକୁ କିଛି ସମୟ ଯାଏଁ ହନୁମାନ ଜୀଙ୍କ ପାଦ ତଳେ ରଖିକି ନିଜ ପର୍ସରେ ବା ଧନ ରଖୁଥିବା ଜାଗାରେ ରଖିଲେ ଧନ ଜନିତ ସମସ୍ଯା ଦୂର ହେବ ।

3- ମଙ୍ଗଳବାର ଦିନ ହନୁମାନ ଯନ୍ତ୍ର ର ସ୍ଥାପନ ନିଜ ପୂଜା ଘରେ କରନ୍ତୁ । ଏହାକୁ ବିଧି ବିଧାନ ଭାବେ ପ୍ରତିଦିନ ପୂଜା କରନ୍ତୁ । ଏହା ଦ୍ଵାରା ଗୃହରୁ ସବୁ ନେଗେଟିଭ ଊର୍ଜା ଦୂର ହେବା ସହ ଶୁଭ ଫଳ ପ୍ରାପ୍ତ ହୁଏ ।

4- ମଙ୍ଗଳବାର ଦିନ ହନୁମାନ ଜୀ ଙ୍କ ମନ୍ଦିରକୁ ଯାଇ ସିନ୍ଦୁର ଓ ଚମେଲି ତେଲ ଅର୍ପଣ କରନ୍ତୁ । ଏହାଦ୍ବାରା ସବୁ ଇଚ୍ଛା ପୂରଣ ହେବ ସହ ହନୁମାନ ଜୀ ପ୍ରସନ୍ନ ହୋଇଥାନ୍ତି ।

5- ମଙ୍ଗଳବାର ଦିନ ହନୁମାନ ଜୀ ଙ୍କ ମନ୍ଦିର କୁ ଯାଇ ଶ୍ରୀରାମ ରକ୍ଷା ସୂତ୍ର ର ପାଠ କରନ୍ତୁ । ହନୁମାନ ଜୀ ଙ୍କୁ ଗୁଡ ପ୍ରସାଦ ଚଢାନ୍ତୁ । ଏହାଦ୍ବାରା ଜୀବନରୁ ସବୁ ସମସ୍ଯା ଦୂର ହୋଇଥାଏ ।

6- ମଙ୍ଗଳବାର ଦିନ ସକାଳ ସମୟରେ ସ୍ନାନ କରିବା ପରେ ଓସ୍ତ ଗଛର ମୂଳେ ସୋରିଷ ତେଲ ର ଦୀପ ଜଳାନ୍ତୁ । ଏହା ପରେ ପୂର୍ବ ଆଡକୁ ମୁଖ କରି ତୁଳସୀ ର ଗୋଟେ ମାଳା ନିଅନ୍ତୁ । 11 ଥର ରାମ ନାମ ଜପ କରିବା ଦ୍ଵାରା ଇଚ୍ଛା ପୂରଣ ହୋଇଥାଏ ।

7- ଯଦି ଗ୍ରହ ଦୋଷ କାରଣରୁ କିଛି ବି ସମସ୍ଯା ଜୀବନରେ ଲାଗି ରହୁଛି ତେବେ ମଙ୍ଗଳବାରରେ ହନୁମାନ ଜୀ ଙ୍କ ମନ୍ଦିରକୁ ଯାଇ ରାମ ନାମର ଜପ 108 ଥର ଅବଶ୍ୟ କରନ୍ତୁ । ସନ୍ଧ୍ୟାରେ ବୁନ୍ଦି ଭୋଗ ଲଗାନ୍ତୁ । ଏହି ଉପାୟ ଟି 5 ବା 7ଟି ମଙ୍ଗଳବାର କରନ୍ତୁ । ଏହା ଦ୍ଵାରା ଆପଣଙ୍କର ମନୋକାମନା ପୂରଣ ହେବା ସହ ସମସ୍ଯା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *