ପ୍ରଭୁ ଜଗନ୍ନାଥଙ୍କର ଏତେ ବଡ ବଡ ଆଖି କାହିଁକି ଥାଏ ? ଜାଣନ୍ତୁ ଏହାର ରହସ୍ୟ 

ନମସ୍କାର ବନ୍ଧୁଗଣ, ଆମ ଜଗତର ନାଥ ଜଗନ୍ନାଥ ଏବଂ କାଳିଆ ସାଆନ୍ତକୁ ଦୁନିଆରେ କିଏ ବା ନ ଜାଣିଛି । ତାଙ୍କ ମହିମା ଆମ ମାନଙ୍କ ପାଇଁ ଅପାର ଅଟେ । ସମସ୍ତେ କହିଥାନ୍ତି ଚକା ଆଖି ସବୁ ଦେଖୁଛି । ସେ ତାଙ୍କ ବଡ ବଡ ଚକା ନୟନରେ ସାରା ସଂସାର ଉପରେ ଦୃଷ୍ଟି ରଖିଥାନ୍ତି । ତେବେ ପ୍ରଭୁ ଜଗନ୍ନାଥଙ୍କ ଏତେ ବଡ ବଡ ଗୋଲ ଆଖି ହେବା ପଛର ରହସ୍ୟ କଣ ଆପଣ ଜାଣନ୍ତି । ଯଦି ନା ତେବେ ଆସନ୍ତୁ ଜାଣିବା ।

ମାତା ଯଶୋଦ ଦିନେ ଶ୍ରୀ କୃଷ୍ଣଙ୍କୁ ଦେଖା କରିବା ପାଇଁ ଦ୍ଵାରିକା ଆସିଥିଲେ । ଶ୍ରୀକୃଷ୍ଣଙ୍କ ରାଣୀମାନେ ମାତା ଯଶୋଦାଙ୍କୁ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା କହିବା ପାଇଁ କହିଲେ । ମାତା ଯଶୋଦା କହିଲେ ମୁଁ ନିଶ୍ଚୟ ଏହା ତୁମ ମାନଙ୍କୁ କହିବି କିନ୍ତୁ ଏହା ଯେପରି ଭଗବାନ କୃଷ୍ଣ ଏବଂ ବଳରାମ ନ ଜାଣନ୍ତି । ଏହାପାରେ ସୁଭଦ୍ରା ଦ୍ଵାର ସମ୍ମୁଖରେ ପ୍ରହରା ଦେଲେ । ଆଉ ମାତା ଯଶୋଦା ରାଣୀ ମାନଙ୍କୁ ବାଲ୍ୟଲୀଳା ଶୁଣାଇଲେ ।

ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଶୁଣି ସମସ୍ତେ ଭାବବିହ୍ଵଳ ହୋଇଗଲେ । ସୁଭଦ୍ରା ମଧ୍ୟ ଜାଣିପାରିଲେ ନାହିଁ କେତେବେଳେ ଶ୍ରୀକୃଷ୍ଣ ଏବଂ ବଳରାମ ଆସି ତାଙ୍କ ବାଲ୍ୟ ଶୁଣି ତାହାର ଆନନ୍ଦ ନେଉଛନ୍ତି । ନିଜର ବାଲ୍ୟ ଲୀଳାକୁ ସ୍ମରଣ କରି ପ୍ରେମରେ ତାଙ୍କର ଆଖି ବଡ ବଡ ହେବାକୁ ଲାଗିଲା । ସେତେବେଳେ ନାରଦ ସେଠାକୁ ଆସିଲେ । କାହାର ଆସିବାର ଶବ୍ଦ ଶୁଣି ମାତା ଯଶୋଦା ତାଙ୍କ କାଥା ବନ୍ଦ କରିଦେଇ ଚୁପ ହୋଇଗଲେ ।

ନାରଦ ଭଗବାନ କୃଷ୍ଣ, ବଳରାମ ଏବଂ ଶୁଭଦ୍ରାଙ୍କର ଏମିତି ରୂପ ଦେଖି ମୋହିତ ହୋଇଗଲେ । ଆଉ ନାରଦ କହିଲେ ହେ ପ୍ରଭୁ ଆପଣ ଏମିତି ରୂପରେ ସାମାନ୍ୟ ଜନତାଙ୍କୁ ମଧ୍ୟ ଦର୍ଶନ ଦିଅନ୍ତୁ । ଏହା ଶୁଣି ଭଗବାନ କୃଷ୍ଣ କହିଲେ ତୁମର ଇଛାକ୍ମୁ ପୂରଣ କରିବାକୁ ଯାଇ ଆମେ ନୀଳାଚଳ ଧାମ ପୁରୀରେ କଳିଯୁଗରେ ଏହି ରୂପରେ ଜନ୍ମ ନେବୁ ।

ପ୍ରେମ ଏବଂ କରୁଣାରେ ଭରା ଭଗବାନ କ୍ରୀଷ୍ଣା ଏବଂ ବଳରାମ, ସୁଭଦ୍ରା ଆଜି ମଧ୍ୟ ନୀଳାଚଳ ଧାମ ପୁରୀରେ ଜଗନାନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ର ନାମରେ ପୂଜା ପାଉଛନ୍ତି । ତେବେ ଏହା ଥିଲା ତାଙ୍କ ବଡ ବଡ ଆଖି ପଛର ରହସ୍ୟ । ସେଥିପାଇଁ ଯେତେବେଳ ଆମେ ଜଗନ୍ନାଥ ଆଖିରେ ଆମ ଆଖି ମିଶାଇ ଥାଉ ସେତେବେଳେ ତାଙ୍କ ଏହା ଏକ ବନ୍ଧନ ବାନ୍ଧି ହେବାର ଅନୁଭୂତ ହୋଇ ଆମ ଆଖିରୁ ଧାର ଧାର ଖୁସିର ଲୋତକ ଝରି ଆସେ ।

ସତରେ ଭଗବାନ ଜଗନ୍ନାଥଙ୍କ କରୁଣା ଅପାର । ନିଜର ଏହି କରୁଣ କୃପା ସର୍ବଦା ସେ ସମସ୍ତଙ୍କ ଉପରେ ରଖିଥାନ୍ତୁ ଏହା ଆମର ପ୍ରାଥନା ତାଙ୍କ ଠାରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *