ପୁରୁଷ ଏବଂ ମହିଳା ମାନଙ୍କର ମୁହଁ ଦେଖି ଜାଣନ୍ତୁ ସେମାନଙ୍କର ଭବିଷ୍ୟତ…

ବନ୍ଧୁଗଣ ଆଜି ଆମେ ଜାଣିବା ପୁରୁଷ ଓ ମହିଳା ମାନଙ୍କର ଏମିତି କିଛି ସ୍ଵଭାବ ବା ଲଖାୟାନ ବିଷୟରେ । ଯାହା ଦ୍ଵାରା ସେମାନଙ୍କର ଭବିଷ୍ୟତ ସହ ଜଡିତ କିଛି ଖାସ କଥା ଜାଣି ହେବ । ଏହି ସବୁ ଲକ୍ଷଣ ରୁ ଜଣା ପଡିଥାଏ ମହିଳା ବା ପୁରୁଷ କେଉଁ ପ୍ରକୃତିର ହୋଇଥାନ୍ତି । ଏହି ସ୍ଵଭାବ କୁ ଆଧାର କରି ଉଭୟ ମହିଳା ଓ ପୁରୁଷ ଙ୍କର ଚରିତ୍ର, ବ୍ୟବହାର, ଆଚାର ବିଷୟରେ ଜାଣି ହୁଏ । ଆସନ୍ତୁ ଜାଣିବା ସେହି ସବୁ ଲକ୍ଷଣ ବିଷୟରେ ବିସ୍ତାର ଭାବେ ।

1- ଯେଉଁ କନ୍ଯାର ମୁହଁ ଟି ପିତାଙ୍କ ପରି ହୋଇଥାଏ ସେମାନଙ୍କର ସାରା ଜୀବନ ସୁଖରେ କଟିଥାଏ । ଯେଉଁ ପୁଅଙ୍କର ମୁଖ ମାତାଙ୍କ ମୁଖ ସହ ସମାନ ଦେଖାଯାଏ ସେମାନେ ସାରା ଜୀବନ ନିଶ୍ଚିନ୍ତ ଭାବେ ସୁଖୀ ରହିଥାଏ ।

2- ଯେଉଁ ବ୍ୟକ୍ତି ମୁହଁରେ ହସ ନ ଥାଏ ସେ ସାରା ଜୀବନ ଦୁଃଖ କଷ୍ଟ ଭୋଗ କରିଥାନ୍ତି । ଯେଉଁ ବ୍ୟକ୍ତିଙ୍କର ମୁଖ ଚାରି କୋଣିଆ ସେମାନେ ଭୀଷଣ ଚତୁର ଓ ବୁଦ୍ଧିମାନ ହୋଇଥାନ୍ତି ।

3- ଯେଉଁ ବ୍ୟକ୍ତିଙ୍କର ମୁଖ ଗୋଲ ସେମାନେ ଧନବାନ ହୋଇଥାନ୍ତି । ଯେଉଁ ମାନଙ୍କର ମୁହଁ ଦେଖିଲେ ଝିଅ ପରି ମନେ ହୁଏ ସେମାନେ ଅପୌତ୍ରିକ ହେବାର ସମ୍ଭାବନା ଥାଏ ।

4- ଯେଉଁ ବ୍ୟକ୍ତିଙ୍କର ମୁହଁ ସର୍ବଦା ତଳକୁ ଓ ନାଇଁଲା ପରି ହୋଇଥାଏ ସେମାନେ ପାପ କର୍ମରେ ଲିପ୍ତ ଥାଇପାରନ୍ତି । ଯେଉଁ ବ୍ୟକ୍ତିଙ୍କର ମୁଖ ଦେହ ଅନୁସାରେ ଛୋଟ ସେମାନେ ବହୁତ କୃପଣ ହୋଇଥାନ୍ତି ।

5- ଯେଉଁ ମାନଙ୍କର କପାଳ ଚୁଟିରେ ଘୋଡାଇ ହୁଏ ରୁହେ ସେମାନେ ଶାନ୍ତ ପ୍ରକୃତିର ହୋଇଥାନ୍ତି । ଯେଉଁ ପୁରୁଷଙ୍କ ମୁଣ୍ଡ ବଡ ସେମାନେ ବୁଦ୍ଧିମାନ ଓ ଜ୍ଞାନୀ ହୋଇଥାନ୍ତି । ମହିଳାଙ୍କର ବଡ ମୁଣ୍ଡ ହେଲେ ସେମାନେ କଳହ ପ୍ରିୟ ହୋଇଥାନ୍ତି ।

6- ଯେଉଁ ନାରିଙ୍କର ମୁଣ୍ଡଅତ୍ୟନ୍ତ ସାନ ସେମାନେ ବିଧବା ହେବାର ସମ୍ଭାବନା ଅଧିକ ଥାଏ । ଯେଉଁ ସ୍ତ୍ରୀ ର ମୁଣ୍ଡ ଶରୀର ଠାରୁ ବଡ ହୋଇଥାଏ ସେମାନଙ୍କର ସ୍ଵାମୀ ଦୁହିଖୀ ହୋଇଥାନ୍ତି ।

7- ଯେଉଁ ପୁରୁଷଙ୍କର ମୁଣ୍ଡ ଗୋଲ ଓ ପଛ ପଟ ଚନ୍ଦା ଥାଏ ସେମାନେ ଧନବାନ ହୋଇଥାନ୍ତି । ଯେଉଁ ନାରୀଙ୍କର ମୁଣ୍ଡରେ ରୁମ ଓ ସିର ଦେଖାଜେ ସେମାନେ ଚିର ବ୍ୟାଧି ଯୁକ୍ତ ହୋଇଥାନ୍ତି ।

8- ଯେଉଁ ମହିଳାଙ୍କର ମୁଣ୍ଡ ମୋଟା ସେମାନଙ୍କର ଦୁର୍ଭାଗ୍ୟ ପିଛା କେବେ ବି ଛାଡେ ନାହିଁ । ଯେଉଁ ମହିଳାଙ୍କର ଚୂଳ ସାମାନ୍ଯ କଳା ଓ କୁଞ୍ଚକୁଞ୍ଚିଆ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି ।

9- ଯେଉଁ ମାନଙ୍କର ଦେହ ସାରା ସରଳ ଓ ମସୃଣ ରୁମ ଥାଏ ସେମାନେ ସରଳ ପ୍ରକୃତିର ହୋଇଥାନ୍ତି । ଯେଉଁ ସ୍ତ୍ରୀ ବା ପୁରୁଷଙ୍କର ମୁଣ୍ଡ ଅସ୍ଵାଭାବିକ ଭାବେ ଚେପଟା ସେମାନେ ଚିର ଋଣି ହୋଇଥାନ୍ତି ।

10- ଯେଉଁ ପୁରୁଷଙ୍କର କେଶ କୁଞ୍ଚୁକୁଞ୍ଚିଆ ସେମାନେ ବଦ୍ରାଗୀ, ସରଳମନା, ଭାବି ଚିନ୍ତି କଥା ନ କହି ରୋକଠୋକ କଥା କହିବା ଓ ଜିଦିଆ ସ୍ଵଭାବର ହୋଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *