ରାକ୍ଷୀ ପୂର୍ଣ୍ଣିମା କୁଇଜ ? ପ୍ରଥମେ କିଏ କାହାକୁ ରାକ୍ଷୀ ବାନ୍ଧିଥିଲେ ? ଏହା ସହ ଜାଣନ୍ତୁ ରାକ୍ଷୀ ପୂର୍ଣ୍ଣିମା ସମ୍ବଧିତ ଆଉ କିଛି ପ୍ରଶ୍ନ ଓ ଏହାର ଉତ୍ତର ।

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଛନ୍ତି ପ୍ରତେକ ବର୍ଷ ଶ୍ରାବଣ ମାସରେ ଯେଉଁ ପୂର୍ଣ୍ଣିମା ପଡିଥାଏ ତାହାକୁ ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରା ଯାଇଥାଏ । ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ । ଭଉଣୀ ର ଭାଇ ର ମଙ୍ଗଳ କାମନା କରି ରାକ୍ଷୀ ବାନ୍ଧି ଥାଏ ଏବଂ ଭାଇ ମଧ୍ୟ ଭଉଣୀ ର ସୁରକ୍ଷା କରିବା କଥା ଦେଇଥାଏ । ତେବେ ରାକ୍ଷୀ ପୂର୍ଣ୍ଣିମା ଏକ ପବିତ୍ର ପର୍ବ ଅଟେ ଆମ ହିନ୍ଦୁ ଧର୍ମ ରେ ।

ହିନ୍ଦୁ ଧର୍ମ ରେ ରାକ୍ଷୀ ବନ୍ଧନ କୁ ଖୁବ ଧୂମ ଧାମ ରେ ପାଳନ କରା ଯାଇଥାଏ । ରାକ୍ଷୀ ବନ୍ଧନର ଶୁଭ ମୂହୁର୍ତ୍ତ  2023ବର୍ଷ ଅଗଷ୍ଟ 30 ଓ 31 ତାରିଖ ରେ ପାଳନ କରାଯିବ । ପୂର୍ଣ୍ଣିମା ତିଥି ଆରମ୍ଭ ହେବ ଅଗଷ୍ଟ 30 ପ୍ରାତଃ 10:58 ମିନିଟ ରୁ ଓ ପୂର୍ଣ୍ଣିମା ତିଥି ସମାପ୍ତ ହେବ 31 ଅଗଷ୍ଟ ପ୍ରାତଃ 7:05 ମିନିଟ ରେ । ପ୍ରଦୋଷ କାଳ ରାକ୍ଷୀ ବାନ୍ଧିବାର ଶୁଭ ସମୟ ହେଉଛି 31 ଅଗଷ୍ଟ ରାତି 9:01 ମିନିଟ ପରେ ।

ଭଦ୍ରା କଳାର ସମୟ ଶେଷ ହେବ ରାତି 9:01 ମିନିଟ ରେ । ଶାସ୍ତ୍ର ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ 30 ବୁଧବାର ଓ 31 ଅଗଷ୍ଟ ଗୁରୁବାର ଦିନ ପାଳନ କରାଯିବ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି 31 ଅଗଷ୍ଟ ବୁଧବାର ସକାଳ 10:58 ମିନିଟ ରୁ ଆରମ୍ଭ ହୋଇ 31 ଅଗଷ୍ଟ ଗୁରୁବାର ସକାଳ 7:05 ମିନିଟ ଯାଏଁ ରହିବ । ଆସନ୍ତୁ ଜାଣିବା ରାକ୍ଷୀ ପୂର୍ଣ୍ଣିମା ସମ୍ବଧିତ କିଛି ଜଣା ଜଣା ପ୍ରଶ୍ନ ଓ ଏହାର ଉତ୍ତର ।

୧- ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ ରାକ୍ଷୀ ପୂର୍ଣ୍ଣିମା କେଉଁ ମାସରେ ପଡିଥାଏ ?

ଉତ୍ତର- ଶ୍ରାବଣ ମାସ ।

୨- କେଉଁ ଠାକୁର ଙ୍କ ଜନ୍ମ ଦିନ କୁ ରାକ୍ଷୀ ପୂର୍ଣ୍ଣିମା ରୂପେ ପାଳନ କରା ଯାଇଥାଏ ?

ଉତ୍ତର- ପ୍ରଭୁ ବଳଭଦ୍ର ।

୩- କେଉଁ ହିନ୍ଦୁ ରାଣୀ ପ୍ରାର୍ଥମେ ଏକ ମୁସଲମାନ ରାଜା ଙ୍କୁ ରାକ୍ଷୀ ପଠାଇ ଥିଲେ ?

ଉତ୍ତର- ରାଣୀ କର୍ଣ୍ଣାବତି ।

୪- କେଉଁ ପଶୁ କୁ ରାକ୍ଷୀ ପୂର୍ଣ୍ଣିମା ରେ ପୂଜା କରାଯାଏ ?

ଉତ୍ତର- ବଳଦ ।

୫- କେଉଁ ପୁରାଣ ରେ ସର୍ବ ପ୍ରଥମେ ରାକ୍ଷୀ ବନ୍ଧନର ବର୍ଣ୍ଣନା କରା ଯାଇଛି ?

ଉତ୍ତର- ବିଶୁଣୁ ପୁରାଣ ।

୬- ରକ୍ଷା ବନ୍ଧନ ରେ କିଏ କାହାକୁ ରାକ୍ଷୀ ବାନ୍ଧି ଥାଏ ?

ଉତ୍ତର- ଭଉଣୀ ଭାଇ କୁ ।

୭- ଦକ୍ଷିଣ ଭାରତରେ ରକ୍ଷା ବନ୍ଧନ କୁ କେଉଁ ନାମରେ ପାଳନ କରାଯାଏ ?

ଉତ୍ତର- ଅଭନୀ ଅଭିତମ ବା ଉପକ୍ରମ ।

୮- ବିଶୁଣୁ ପୁରାଣ ଅନୁସାରେ ସର୍ବ ପ୍ରଥମେ କିଏ କାହାକୁ ରାକ୍ଷୀ ବାନ୍ଧି ଥିଲେ ?

ଉତ୍ତର- ମାତା ଲକ୍ଷ୍ମୀ ରାଜା ବଳି ଙ୍କୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *