ରାତିରେ କପଡା ଧୋଉଥିବା ଏବଂ ଶୁଖାଉଥିବା ମହିଳାମାନେ ଏହାକୁ ନିଶ୍ଚୟ ଦେଖନ୍ତୁ- Vaastu Shastra

ନମସ୍କାର ବନ୍ଧୁଗଣ, କିଛି ମହିଳା ମାନେ ଦିନରେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ହେତୁ ରାତିରେ କପଡା ସଫା କରିଥାନ୍ତି ଏବଂ ଶୁଖାଇଥାନ୍ତି । ତେବେ ଏହା କେତେଦୂର ଠିକ ଏହାର କଣ ପ୍ରଭାବ ପଡିବ ପଡିବ ଆପଣଙ୍କ ଉପରେ ଏହା କଣ ଆପଣ କେବେ ଭାବିଛନ୍ତି କି ! ଯଦି ନା ତେବେ ବ୍ୟସ୍ତ ହୁଅନ୍ତି ନାହିଁ ଆଗକୁ ଆପଣ ଏହି ଭୁଲ ଆଉ ନକରିବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ରାତିରେ କାହିଁକି କପଡା ଧୋଇବା ଅନୁଚିତ ହୋଇଥାଏ ।

ପ୍ରଥମ: ରାତିରେ ନକରାତ୍ମକ ଶକ୍ତି ମାନେ ପ୍ରଭାବଶାଳି ହୋଇଉଠନ୍ତି । ସେମାନେ ଶରୀର ଖୋଜିଥାନ୍ତି ପ୍ରବେଶ କରିବା ପାଇଁ । ତେଣୁ ଯଦି ଆପଣ ରାତିରେ କପଡାକୁ ଧୋଇ ଶୁଖାଇଥାନ୍ତି ତେବେ ସେହି କପଡା ମାଧ୍ୟମରେ ସେ ଆପଣଙ୍କ ପାଖରେ ପହଞ୍ଚି ଯାଇଥାନ୍ତି । ତେଣୁ ଆପଣ ଏହି କାମ କରିବା ଯେତେ ଶୀଘ୍ର ପାରୁଛନ୍ତି ବନ୍ଦ କରନ୍ତୁ ।

ଦିତୀୟ: ଏହାର ସବୁଠାରୁ ଅଧିକ ପ୍ରଭାବ ଛୋଟ ଛୁଆ ଏବଂ ଗର୍ଭବତୀ ମହିଳା ମାନଙ୍କ ଉପରେ ପଡିଥାଏ । ଛୋଟ ଛୁଆଙ୍କ କପଡାର ବାସ୍ନା ନକରାତ୍ମକ ଶକ୍ତିକୁ ପିଲାଙ୍କ ପାଖକୁ ଟାଣି ଆଣିଥାଏ । ଅଶୁଭ ଶକ୍ତି ମାନଙ୍କୁ ଛୋଟ ଛୁଆଙ୍କ  ଉପରେ ଖରାପ ପ୍ରଭାବ ପକାଇବା ବହୁତ ସହଜ ହୋଇଥାଏ । ତେଣୁ ଆପଣ ଛୋଟ ଛୁଆଙ୍କ କପଡା ବାହାରେ ଶୁଖାଇବା ଅନୁଚିତ ।

ତୃତୀୟ: ଗର୍ଭବତୀ ମହିଳା ମାନଙ୍କ କପଡା ରାତିରେ ଶୁଖାଇବା ଅନୁଚିତ । ଯଦି ପାରୁଛନ୍ତି ତାଙ୍କ କପଡାରେ ଲୁଣ ପକାଇ ଧୁଅନ୍ତୁ । ଏହା କରିବା ଫଳରେ ତାଙ୍କ ଉପରେ ଖରାପ ପ୍ରଭାବ ପଡିନଥାଏ । ଯଦି ଥାଏ ତେବେ ତାହାର ବିନାଶ ହୋଇଯାଇଥାଏ । କୌଣସି ତନ୍ତ୍ର ମନ୍ତ୍ର କିମ୍ବା ବଶୀକରଣ ପାଇଁ ଆପଣଙ୍କ କପଡା ସବୁଠାରୁ ବେଶି ସହାୟ ଆପଣଙ୍କ କପଡା କରିଥାଏ ।

ଚତୁର୍ଥ: ଯଦି ଆପଣଙ୍କ କପଡା ବାହାରେ ଶୁଖାଇଛନ୍ତି ଏବଂ ତାହା ଚୋରୀ ହୋଇଯାଏ ତେବେ ସାବଧାନ ରୁହନ୍ତୁ । କାରଣ ଏହାର ପରିଣାମ ଆପଣଙ୍କୁ କୌଣସି ଦୁର୍ଘଟଣାର ସାମ୍ନା କରାଇଦେଇପାରେ । କେହି ବି ଆପଣଙ୍କଠାରୁ ପ୍ରତିଶୋଧ ନେବା ଉଦେଶ୍ୟରେ ଆପଣଙ୍କ କପଡା ଚୋରୀ କରି ତାକୁ ନେଇ ତନ୍ତ୍ର ମନ୍ତ୍ର କରିବାର ସମ୍ଭାବନା ରହିଥାଏ । ପଞ୍ଚମ: ଆମ ଶରୀର ଏକ ଅଲଗା ଶକ୍ତି ବାସ୍ନା ଏବଂ ଊର୍ଜା ରହିଥାଏ ଯାହା ଆମ କପଡାରେ ରହିଯାଇଥାଏ । ଏହି ସୁଗନ୍ଧ ହିଁ ଅଶୁଭ ଶକ୍ତି ଗୁଡିକୁ ଆକର୍ଷିତ କରାଇଥାନ୍ତି ଆମ ପାଖକୁ ଆସିବା ପାଇଁ ।

ତେଣୁ ସବୁବେଳେ କପଡାକୁ ଖରାରେ ଏବଂ ଦିନରେ ଶୁଖାଇବା ଉଚିତ । ଏହାଦ୍ୱାରା ସୂର୍ଯ୍ୟ ଦେବଙ୍କ ସକାରାତ୍ମକ ଊର୍ଜା ଆପଣଙ୍କୁ ମିଳିଥାଏ । ତେଣୁ ଏହିସବୁ କଥାକୁ ଧ୍ୟାନରେ ରଖି କେବେ ମଧ୍ୟ ସୂର୍ଯ୍ୟ ଅସ୍ତ ପରେ ବାହାରେ କପଡା ଶୁଖାଇବା ଉଚିତ ହୋଇନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *