ବାଛନ୍ତୁ ନିଜ ଜନ୍ମ ବାର ଓ ଜାଣନ୍ତୁ ଗୋଟେ ରାଜର କଥା- Personality Test

ନମସ୍କାର ବନ୍ଧୁଗଣ, ଗୋଟିଏ ମଣିଷର ଜନ୍ମ ହେଇଥିବା ତିଥି, ବାର, ନକ୍ଷତ୍ର ମାସ ସମୟ ସବୁର ମହତ୍ଵ ରହିଥାଏ । କାରଣ ସେହି ସବୁର ଆଧାରରେ ହିଁ ଗୋଟିଏ ଲୋକର ଭାଗ୍ୟକୁ ନିରୂପଣ କରାଯାଇଥାଏ । ତେବେ ଆଜି ଆମେ ଜାଣିବା ଆପଣ ଜନ୍ମ ନେଇଥିବା ବାର ଅନୁଯାୟୀ କଣ ରହିଛି ଆପଣଙ୍କ ଜୀବନର ସତ୍ୟତା । ଆପଣ ଭାବୁଥିବେ ନା ବାରରୁ କିଭଳି ଏହା ଜାଣିବା ସମ୍ଭବ । ତେବେ ଆଉ ଡେରି ନକରି ଜାଣନ୍ତୁ କିଭଳି ଆପଣ ଜନ୍ମ ହୋଇଥିବା ବାର ଆପଣଙ୍କ ସ୍ଵଭାବକୁ ଦର୍ଶାଇଥାଏ ।

ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ ସମସ୍ତ ବାର କୌଣସି ନା କୌଣସି ଗ୍ରହ ସହ ଜଡିତ ଥାନ୍ତି । ସେହି ଗ୍ରହର ପ୍ରଭାବ ହିଁ ସେହି ମଣିଷ ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ବାରରେ କେଉଁ ଗ୍ରହର ପ୍ରଭାବ ପଡିଥାଏ । ସୋମବାର: ଏହି ବାରର ସ୍ଵାମୀ ଗ୍ରହ ହେଉଛନ୍ତି ଚନ୍ଦ୍ରମା । ଏମାନେ ବହୁତ ହିଁ ସମ୍ବେଦନଶୀଳ ହୋଇଥାନ୍ତି । ପ୍ରତ୍ୟକ କଥାକୁ ନିଜ ହୃଦୟ ଭିତରକୁ ନେଇ ଗଭୀର ଭାବରେ ଭାବିଥାନ୍ତି ।

ନିଜ ଘର ପରିବାର ଲୋକ ହିଁ ଏମାନଙ୍କ ପାଇଁ  ସବୁକିଛି ହୋଇଥାନ୍ତି । ଆପଣ ସୋମବାର ଦିନ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଉପରେ ଆଖି ବନ୍ଦ କରି ବିଶ୍ଵାସ କରିପାରିବେ । ମଙ୍ଗଳବାର: ଏହି ବାରର ସ୍ଵାମୀ ଗ୍ରହ ମଙ୍ଗଳ ଅଟେ । ଏହି ଗ୍ରହର ରାଶି ମେଷ ଓ ବିଛା । ତେଣୁ ଏହି ଦୁଇ ରାଶିର ପ୍ରଭାବ ମଧ୍ୟ ଆପଣଙ୍କ ଉପରେ ପଡିଥାଏ । ଆପଣଙ୍କ ମନ ଭିତରେ ସବୁବେଳେ ଆଗ୍ରହ ଉତ୍କଣ୍ଠା ଲାଗିରହିଥାଏ । ଏମାନେ ଯୋଜନା କରିଥିବା ସମସ୍ତ କାର୍ଯ୍ୟରେ ସଫଳ ହୁଅନ୍ତି ।

ବୁଧବାର: ଏହିବାର ସ୍ଵାମୀ ଗ୍ରହ ବୁଧ ଅଟନ୍ତି । ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମିଥୁନ ଓ କନ୍ୟା ରାଶି ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଆପଣ ନିଜ ଆଚାର ବ୍ୟବହାରରେ ହିଁ ସମସ୍ତଙ୍କ ମନ କିଣି ନେଇଥାନ୍ତି । ଗୁରୁବାର: ବୃହସ୍ପତି ଗ୍ରହ ଗୁରୁବାରର ସ୍ଵାମୀ ଗ୍ରହ ଅଟନ୍ତି । ଆପଣ ଧନୁ ଏବଂ ମୀନ ରାଶି ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଆପଣ ମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି ।

ସବୁ କ୍ଷେତ୍ରରେ ସଫଳ ମଧ୍ୟ ହୋଇଥାନ୍ତି । ଜୀବନରେ ଖୁବ ଧନ ପ୍ରାପ୍ତି ହୋଇଥାଏ । ଶୁକ୍ରବାର: ଶୁକ୍ର ଗ୍ରହ ଦ୍ଵାରା ଆପଣ ମାନେ ପ୍ରଭାବିତ ହୋଇଥାନ୍ତି । ଏହିଦିନ ଜନ୍ମ ନେଇଥିବା ପ୍ରାୟ ଲୋକ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ନିଜ ଆଡାକୁ ସମସ୍ତଙ୍କୁ ଟାଣି ଆଣିବାର କ୍ଷମତା ଆପଣ ରଖନ୍ତି । ଶନିବାର: ଶନିଗ୍ରହ ଦ୍ଵାରା ଆପଣ ପ୍ରଭାବିତ ହୋଇଥାନ୍ତି । ସମସ୍ତ କାର୍ଯ୍ୟକୁ ଆପଣ ସୂଚାରୁ ରୂପରେ ତୁଲାଇଥାନ୍ତି । ସମ୍ପର୍କର ମୂଲ୍ୟ ମଧ୍ୟ ବୁଝନ୍ତି । ସବୁ କ୍ଷେତ୍ରରେ ଆପଣ ସଫଳ ବ୍ୟକ୍ତି ରୂପେ ବିବେଚିତ ହୋଇଥାନ୍ତି ।

ରବିବାର: ସୂର୍ଯ୍ୟ ଦ୍ଵାରା ପ୍ରଭାବିତ ହୋଇଥାନ୍ତି ଆପଣ ମାନେ । ଏବଂ ସିଂହ ଗ୍ରହର ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ଆପଣ ବହୁତ ବୁଦ୍ଧିମାନ ଅଟନ୍ତି । ପୁରା ଦୁନିଆ ଭ୍ରମଣର ଇଚ୍ଛା ଆପଣ ମନରେ ରଖନ୍ତି । ସମସ୍ତଙ୍କୁ ଆପଣ ନିଜେ ହି ପରିଚାଳନା କରନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *