ସାବିତ୍ରୀ ବ୍ରତରେ ଏହି 1 ଜିନିଷ ନିଶ୍ଚୟ ଖାଇ ନିଅନ୍ତୁ, ପୁରା ବର୍ଷ ଯମେଇକି ଆସିବ ପଇସା

ବନ୍ଧୁଗଣ ପ୍ରତିବର୍ଷ ଓଡିଶାରେ ସଧବା ନାରୀ ମାନେ ସାବିତ୍ରୀ ବ୍ରତ ବଡ ଧୂମଧାମରେ ପାଳନ କରିଥାନ୍ତି । ଏମିତି ମାନ୍ୟତା ଅଛି ବ୍ରତକୁ ରଖିବା ଦ୍ଵାରା ସ୍ବାମୀଙ୍କୁ ଲମ୍ବା ଆୟୁଷ ବୃଦ୍ଧି ପାଇଥାଏ । ଅଖଣ୍ଡ ସୌଭାଗ୍ୟ ଓ ସନ୍ତାନ ସୁଖ ପାଇବାକୁ କାମନା ସହ ମହିଳା ମାନେ ଏହି ବ୍ରତ କରିଥାନ୍ତି । ଯଦି ସ୍ଵାମୀ-ସ୍ତ୍ରୀ ଙ୍କ ସମ୍ପର୍କରେ ଭଲ ପାଇବା ବଢାଇବାକୁ ଚାହୁଁଥାନ୍ତି ତେବେ ଶାସ୍ତ୍ର ଅନୁଯାୟୀ ସାବିତ୍ରୀ ବ୍ରତକୁ ସଂପୂର୍ଣ୍ଣ ବିଧି ବିଧାନ ଅନୁଯାୟୀ କରିବାକୁ ହୁଏ ।

ଚଳିତ ବର୍ଷ ମେ 19 ଶୁକ୍ରବାର ଦିନ ପାଲଟିତ ହେବ ସାବିତ୍ରୀ ବ୍ରତ । ଏମିତି କେଉଁ ଏହି ଦିନ ଖାଇବା ଦ୍ଵାରା ଶୁଭ ଫଳ ମିଳିଥାଏ ଆଜି ଆମେ ଜଣାଇବୁ । ସାବିତ୍ରୀ ବ୍ରତ ପୂଜା କରିବାର ଶୁଭ ସମୟ ହେଉଛି ମେ 19 ଶୁକ୍ରବାର ସକାଳ 7ଟା 19 ମିନିଟରୁ ଆରମ୍ଭ ହୋଇ 10ଟା 42 ମିନିଟ ଯାଏଁ ରହିବ । ଛୋଲା ବୁଟ କୁ ବହୁତ ଶୁଭ ମାନାଯାଏ । ଏହାକୁ ସାବିତ୍ରୀ ବ୍ରତରେ ନିଶ୍ଚୟ ଚଢାନ୍ତୁ ।

ଏହା ସହ ତରଭୁଜର ଭୋଗ ଲଗାଇବା ଶୁଭ ହୋଇଥାଏ । ଏହି ବ୍ରତ ପୁରା ହେବା ପରେ ତରଭୁଜ ଅବଶ୍ୟ ଖାଇବା ଉଚିତ ହୋଇଥାଏ । ଏହି ଦିନ ଛୋଲା ବୁଟ ନିଶ୍ଚୟ ଦାନ କରନ୍ତୁ । ଏହା ଶୁଭ ହୋଇଥାଏ । ଏହା ଦ୍ଵାରା ମା ସାବିତ୍ରୀଙ୍କ କୃପା ମିଳିଥାଏ । ଏହି ଦିନ ଖିରୀ ଓ ହାଲୱା ଭୋଗ ଲଗାଇବା ଉଚିତ । ଘରର ସବୁ ସଦସ୍ଯଙ୍କୁ ପ୍ରସାଦ ରୂପରେ ଖାଇବା ଉଚିତ ହୋଇଥାଏ ।

ସାବିତ୍ରୀ ବ୍ରତରେ ମହିଳା ମାନେ ଷୋହଳ ଶ୍ରୀଙ୍ଗାର କରି ନେବା ଉଚିତ । ଏହି ଦିନ କଳା ଓ ଧଳା ରଙ୍ଗର ବସ୍ତ୍ର ପିନ୍ଧିବା ଅନୁଚିତ । ଏହା ଅଶୁଭ ହୋଇଥାଏ । ଏହି ଦିନରେ ନାଲି ବସ୍ତ୍ର ପିନ୍ଧିବା ଉଚିତ ହୋଇଥାଏ ଯାହା ଦ୍ଵାରା ମା ସାବିତ୍ରୀ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ଦେଇଥାନ୍ତି । ଏହି ସମୟରେ ଯେତେ ଅଧିକ ପାରିବେ ଶ୍ରୀଙ୍ଗାର ଆଦିର ଦାନ କରିଲେ ସ୍ଵାମୀ ଉପରେ ବିପଦ ଆସିବେ ନାହିଁ ।

ନିଜର ଜିନିଷ କାହାକୁ ଦାନ କରନ୍ତୁ ନାହିଁ । ଏହି ଦିନ ବ୍ରତଧାରୀଙ୍କୁ ଲୁଣର ସେବନ କରିବା ଅନୁଚିତ । ମଦ, ଆମିଷ ସେବନ କରିବା ଅନୁଚିତ । ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ । ମୁହଁରେ ଖରାପ କଥା ବାହାର କରିବା ଅନୁଚିତ । ସୁହାଗିନୀ ମହିଳା ଏହି ଦିନ ଅଧିକ ସମୟ ଶୋଇ ରହିଲେ ଘୋର ପାପ ଲାଗିଥାଏ ।

ଏହି ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବା ଉଚିତ । ଶାସ୍ତ୍ର ଅନୁଯାୟୀ ସାବିତ୍ରୀ ବ୍ରତରେ ଯେତେ ଅଧିକ ପାରିବେ ସିନ୍ଥିରେ ଲମ୍ବା ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀଙ୍କ ଆୟୁଷ ବୃଦ୍ଧି ପାଇଥାଏ । ଏହି ଦିନ ନାଲି ଫୁଲ ମା ସାବିତ୍ରୀଙ୍କୁ ଅର୍ପଣ କରିଲେ ପ୍ରସନ୍ନ ହୋଇଥାନ୍ତି ।

ଘରେ ମିଠା ଖାଦ୍ଯ ବନାଇ ଭୋଗ ଲଗାନ୍ତୁ । ଏହି ଦିନ କେଶ, ନଖ କାଟିବା ଅନୁଚିତ ହୋଇଥାଏ । ଏହା ଦ୍ଵାରା ସ୍ବାମୀଙ୍କ ଆୟୁଷ କମ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *