ଶନିବାର ଦିନ କରନ୍ତୁ ଏହି 3ଟି କାମ, ସବୁ ସମସ୍ୟାର ହେବ ଅନ୍ତ…

ବନ୍ଧୁଗଣ ଦୁଃଖ କଷ୍ଟ ଏମିତି ଏକ ଜିନିଷ ଯାହା ଯେ କୌଣସି ସମୟରେ ବ୍ୟକ୍ତି ଜୀବନରେ ଆସିଥାଏ । ଏଣୁ ବ୍ୟସ୍ତ ବହୁଳ ଜୀବନରେ ଅସୁବିଧା ଦୁଃଖ ସବୁବେଳେ ଲାଗି ରହିଥାଏ । ତେଣୁ ସମସ୍ତେ ପ୍ରୟାସ କରିଥାନ୍ତି କି ଯେତେ ସମ୍ଭବ ଦୁଃଖ କଷ୍ଟ କୁ ଦୂର କରିବା ପାଇଁ । କିନ୍ତୁ ଏହା ସହଜ ମଧ୍ୟ ହୋଇନ ଥାଏ । ଏଥିପାଇଁ ଅନେକ ପ୍ରକାରର କାର୍ଯ୍ୟ କରିବାକୁ ଅଡିଥାଏ । ଯଦି ଶନି ଦଶା ଚାଲିଥାଏ ତେବେ ଅନେକ ସମସ୍ଯା ଦେଖାଦିଏ ।

ଏହି ସ୍ଥିତିରେ ଶନିବାର ଦିନ ଏମିତି କିଛି କାମ କରିବା ଉଚିତ ଯାହା ଦ୍ଵାରା ଜୀବନରୁ ସବୁ ସମସ୍ଯା ଦୂରେଇଯାଏ । ଶନି ହେଉଛନ୍ତି ଏମିତି ଏକ ଭଗବାନ ଯିଏ କି ଲୋକଙ୍କ ଜୀବନର ଦୁଃଖ କଷ୍ଟ ଦୂର କରିବା ପାଇଁ ପରିଚିତ ଅଟନ୍ତି । ଯାହାଙ୍କ ଉପରେ ଶନିଙ୍କ କୃପା ପଡିଯାଏ ତା ଜୀବନରୁ କଷ୍ଟ ଦୂରେଇଯାଏ । ଶନିବାର ଦିନ ଶନିଦେବଙ୍କ ନାମ ନେଇ ୩ଟି କାମ କରିବା ଉଚିତ । ଯାହା ଦ୍ଵାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧- ସୋରିଷ ତେଲ ର ଦାନ : ଭଗବାନ ଶିବ ଙ୍କ ପୂଜାରେ ସୋରିଷ ତେଲ ର ବ୍ୟବହାର କରା ଯାଇଥାଏ । ଏହି ତେଲ ଶନିଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଶନିବାର ଦିନ ସୋରିଷ ତେଲ ର ଦାନ କରିଲେ ଏହା ଉପକାରୀ ପ୍ରମାଣିତ ହୋଇଥାଏ । ଏହି ଦାନ ଗରିବ, ପୂଜକ ବା ମନ୍ଦିର ରେ ଦେଇ ପାରିବେ । ଧ୍ୟାନ ରଖିବେ ସୋରିଷ ତେଲ ର ଦାନ ସମୟରେ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ । ଏହାଦ୍ବାରା ଜୀବନର ସବୁ କଷ୍ଟ ଦୂର ହୋଇଥାଏ ।

୨- କାଉ କୁ ଖାଦ୍ୟ ଖାଇବାକୁ ଦେବା : ଶନିବାର ଦିନ କାଉ କୁ କିଛି ଖାଦ୍ୟ ଖାଇବାକୁ ଦେଲେ ଅତ୍ୟନ୍ତ ଶୁଭ ହୋଇଥାଏ । କାଉ ଶନିଙ୍କର ବାହନ ହୋଇଥାଏ । ଯଦି କାଉ କୁ ଖାଇବାକୁ ଦିଆଯାଏ ତେବେ ଶତ୍ରୁ କୌଣସି ଅନିଷ୍ଟ କରି ପାରିବେ ନାହିଁ । ଏହା ସହ ଆପଣଙ୍କ ଜୀବନରେ ସବୁ ସମସ୍ଯା ଗୁଡିକ ଧୀରେ ଧୀରେ ଦୂର ହୋଇଥାଏ । ଏଥିପାଇଁ କାଉ କୁ ଚାଉଳ ସହ ଅନ୍ୟ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହା ପରେ ଶନିଦେବ ଙ୍କର ଦର୍ଶନ ନିଶ୍ଚୟ କରନ୍ତୁ । ନିଜର ସମସ୍ଯା ବିଷୟରେ ଜଣାନ୍ତୁ ।

୩- ଲୁହା ଜିନିଷ କିଣାବିକା : ଶନିବାର ଦିନ ଲୁହା ଜନିତ ବସ୍ତୁ କ୍ରୟ ବା ବିକ୍ରି କରିବା ଦ୍ଵାରା ଖରାପ ସମୟ ଦୂର ହୋଇ ଯାଇଥାଏ । ଏହି ଦିନ ନୂତନ ଲୁହା ବସ୍ତୁ ଆଣିବା ଉଚିତ ହୋଇଥାଏ । ଏହା ପରିବର୍ତ୍ତେ ଘରର ପୁରୁଣା ଲୁହା ବସ୍ତୁ କୁ ବିକ୍ରି କରି ଦେବା ଉଚିତ । ଏହା ଦ୍ଵାରା ଘରର ନେଗେଟିଭ ଊର୍ଜା ଦୂରେଇ ଯାଇଥାଏ । ଏହି ସମୟରେ ଶନିଦେବ ଙ୍କ ନାମ ନିଶ୍ଚୟ ଜପ କରିବା ଉଚିତ । ତେଣୁ ଏହି ୩ଟି କାମ ଶନିବାର ଦିନ ନିଶ୍ଚୟ କରନ୍ତୁ । ଏହାର ଶୁଭ ଫଳ ନିଶ୍ଚୟ ମିଳିବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *