ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ସ୍ଵଭାବ କିପରି ହୋଇଥାଏ ?

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଶନିବାର କୁ ଭଗବାନ ଶନିଦେବ ଙ୍କ ବାର ବୋଲି ମାନା ଯାଇଥାଏ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଉପରେ ଶନି ଗ୍ରହର ପ୍ରଭାବ ସାମାନ୍ୟତମ ରହିଥାଏ । ଶନିବାର ଦିନ ଜନ୍ମ ଲାଭ କରିଥିବା ବ୍ୟକ୍ତିଙ୍କର ସ୍ଵଭାବ, ସ୍ୱାସ୍ଥ୍ୟ, କ୍ୟାରିୟର, ଦାମ୍ପତ୍ୟ, ପ୍ରେମ ଜୀବନ କିପରି ହୋଇଥାଏ ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯେଉଁ ମାନଙ୍କର ଜନ୍ମ ଶନିବାର ଦିନ ହୋଇଛି ସେମାନଙ୍କର ଲକି ନମ୍ବର 3, 6, 9 ।

ଲକି ରଙ୍ଗ କଳା ଓ ନାଲି । ଲକି ବାର ହେଉଛି ଶନିବାର ଓ ମଙ୍ଗଳବାର । ଶନିବାର ଦିନ ହୋଇଥିବା ବ୍ୟକ୍ତି ନିଜ କଥାରେ ପକ୍କା ହୋଇଥାନ୍ତି । ଏମାନେ ନିଜର ଦେଇଥିବା କଥା କେବେ ବି ଭାଙ୍ଗନ୍ତି ନାହିଁ । ଏମାନେ ନିଜ ଜୀବନରେ ଅନେକ ସମସ୍ୟାର ସାମ୍ନା କରିଥାନ୍ତି । କିନ୍ତୁ ଶେଷରେ ଏମାନଙ୍କର ହିଁ ବିଜୟ ହୋଇଥାଏ । ଏମାନେ କେବେ କେବେ ଆଳସ୍ୟ ବି ହୋଇ ଯାଆନ୍ତି । ଏମାନଙ୍କର ବହୁତ କମ ସାଙ୍ଗ ଥାନ୍ତି । ଆଉ ନିଜ ବନ୍ଧୁଙ୍କ ପାଇଁ ବହୁତ ସଚ୍ଚୋଟ ହୋଇଥାନ୍ତି ।

ଏହି ଦିନ ଜାତ ବ୍ୟକ୍ତି ରାଗି ସ୍ଵଭାବର ହୋଇଥାନ୍ତି । ଏମାନଙ୍କୁ ରାଗ ବହୁତ ଜଲ୍ଦି ଆସିଯାଏ । ମାନଙ୍କର ଲୋକଙ୍କ ସହ କଳହ ଜଲ୍ଦି ହୋଇଯାଏ । ଏମାନେ ଲୋକଙ୍କୁ ଅଧିକ ଆକର୍ଷିତ କରିଥାନ୍ତି । ଏମାନେ ଲୋକଙ୍କୁ ପ୍ରଥମ ଦେଖାରେ ହିଁ ପସନ୍ଦ ଆସିଥାନ୍ତି । ଏମାନେ ଜୀବନରେ ନିଜର ଅଲଗା ପରିଚୟ ବନାଇଥାନ୍ତି । ଏମାନେ ହସ ମୁଖର ହେବା ସହ ଫ୍ରାଙ୍କ ନ୍ୟାଚରର ହୋଇଥାନ୍ତି ।

ଏମାନେ ଅନ୍ୟ କାହାର ମନ କିପରି ଜିତା ଯାଇପାରିବ ତାହା ବେଶ ଭଲ ଭାବେ ଜାଣିଛନ୍ତି । ସେଥିପାଇଁ ଏମାନଙ୍କୁ ଅଧିକ ଲୋକ ପସନ୍ଦ କରିଥାନ୍ତି । ଏମାନେ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିଥାନ୍ତି । ଏମାନଙ୍କର ଶିକ୍ଷାରେ ବହୁତ ବାଧା ଆସିଥାଏ କିନ୍ତୁ ନିଜର ପରିଶ୍ରମରେ ପୁନଃ ଶିକ୍ଷା ଲାଭ କରିଥାନ୍ତି । ଏମାନଙ୍କ ଜୀବନରେ ଯେତେ ବି କଷ୍ଟ ଆସୁ ନିଜର ହସମୁଖ କାରଣରୁ ବିଚଳିତ ହୁଅନ୍ତି ନାହିଁ ।

ଶନିବାର ଦିନ ଜାତ ବ୍ୟକ୍ତିଙ୍କୁ ହାଡ ରୋଗ, ଶାରୀରିକ ଦୁର୍ବଳତା, ଆଖି ସମସ୍ଯା, ଅଣ୍ଟା, ପିଠି ରୋଗ ହୋଇପାରେ । ଶନିବାରରେ ଜାତ ବ୍ୟକ୍ତି ଯେଉଁ କ୍ଷେତ୍ରରେ ରହିଥାନ୍ତି ସେଠାରେ ଦକ୍ଷ ହୋଇଥାନ୍ତି । ଏମାନେ ନିଜ କାମରେ ସଚ୍ଚୋଟ ଥାନ୍ତି । ନିଜ କାମକୁ ବହୁତ ଭଲ ଭାବେ କରିଥାନ୍ତି । ସେଥିପାଇଁ ଅଫିସରେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ।

ଏହି ଦିନ ଜାତ ବ୍ୟକ୍ତି କାହାକୁ ଧୋକା ଦିଅନ୍ତି ନାହିଁ କିନ୍ତୁ ପ୍ରେମ ପ୍ରଦର୍ଶନ କରନ୍ତିନି । ଏମାନେ ଯାହାକୁ ଭଲ ପାଇଥାନ୍ତି ସବୁ କିଛି କରିବାକୁ ରେଡି ରହିଥାନ୍ତି । ଏମାନଙ୍କୁ ବଡ ଘରର ଝିଅଙ୍କୁ ଜୀବନସାଥି ମିଳିଥାଏ । ଏମାନଙ୍କର ଦାମ୍ପତ୍ୟ ଜୀବନ ଖୁସି ରେ କଟିଥାଏ ଓ ଏମାନଙ୍କୁ ଆକର୍ଷିତ ଭଳି ଜୀବନ ସାଥି ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *