ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ୩ ଟି କାମ-Vastu Tips

ବନ୍ଧୁଗଣ ଭଗବାନ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା । ତାଙ୍କର କୃପା ଦ୍ରୁଷ୍ଟି ପାଇବାକୁ ହେଲ ଅନେକ ନୀତି ନିୟମର ପାଳନ କରିବାକୁ ପଡିଥାଏ । ଶନିଦେବ ଙ୍କ କୁ-ଦ୍ରୁଷ୍ଟି ପଡିଲେ ବ୍ୟକ୍ତି ଜୀବନରତେ ଅନେକ ସମସ୍ଯା ଆସିଥାଏ । ତେବେ ଶନିବାର ଦିନ ଭଗବାନ ଶନି ଙ୍କୁ ସମର୍ପିତ ଅଟେ । ଏହି ଦିନ ବ୍ୟକ୍ତି ଏମିତି କିଛି ଭୁଲ କରିବା ଉଚିତ ନୁହେଁ ଯାହା ଦ୍ଵାରା ଭଗବାନ ଶନି ଙ୍କ କୁ-ଦ୍ରୁଷ୍ଟି ପଡିବ । ତେବେ ଆସନ୍ତୁ ଆଜି ଜାଣିବା କି ଶନିବାର ଦିନ କେଉଁ କେଉଁ ଭୁଲ କରିବା ଉଚିତ ନୁହେଁ ।

୧- ଶନିବାର ଦିନ ଯେଉଁ ଦମ୍ପତି ଭୋଗ ବିଳାସରେ ବୁଡି ରୁହନ୍ତି ସେମାନଙ୍କୁ ଶନିଦେବଙ୍କ କୋପ ଦୃଷ୍ଟିର ସାମ୍ନା କରିବାକୁ ପଡିଥାଏ । ଏହିପରି ପାପ ଭୁଲରେ ବି ଶନିବାର ଦିନ କରିବା ଉଚିତ ନୁହେଁ ।

୨- ଶନିବାର ଦିନ ଯଦି ଘର ପାଖରେ କୁକୁର, ବିଲେଇ ଶବ୍ଦ କରନ୍ତି ତେବେ ଅଶୁଭ ହୋଇଥାଏ । ଶନିବାର ଦିନ ଯେଉଁ ମାନେ ସ୍ନାନ କରନ୍ତି ନାହିଁ ସେମାନଙ୍କୁ ଜୀବନରେ ସଫଳତା ମିଳି ନ ଥାଏ ।

୩- ଶନିବାର ଦିନ ଭାଙ୍ଗି ଯାଇଥିବା ପାନିଆ ଓ ଆଇନାର ବ୍ୟବହାର କରନ୍ତୁ ନାହିଁ । ଏହାଦ୍ବାରା ବ୍ୟକ୍ତି କାଙ୍ଗାଳ ହୋଇଯାଏ ।

୪- ଶନିବାର ଦିନ ଘରେ କୌଣସି ଜିନିଷ ଭାଙ୍ଗିବା ଅଶୁଭ ମାନାଯାଏ । ଏହି ଦିନ ଭାଙ୍ଗି ଯାଇଥିବା ଯାନ ରେ ବସି ଯାତ୍ରା କରିବା ଉଚିତ ନୁହେଁ ।

୫- ଶନିବାର ଦିନ ରସୁଣ, ପିଆଜ, ମଦ୍ୟପାନ, ଆମିଷ ସେବନ କରିବା ଅନୁଚିତ । ଏହା ଦ୍ଵାରା ଗ୍ରହ ଦୋଷ ଲାଗିଥାଏ । ଏହି ଦିନ କାହା ସହ ଝଗଡା କରିବା, ଗାଳି ଦେବା ଅନୁଚିତ ।

୬- ମହିଳାଙ୍କ ଉପରେ ଖରାପ ନଜର ରଖିଲେ ଶନି ଗ୍ରା କ୍ରୋଧିତ ହୋଇଥାନ୍ତି । ଶନିବାର ଦିନ ଶନିଦେବ ଓ ହନୁମାନ ଜି ଙ୍କୁ ଦର୍ଶନ କରିଲେ ଶୁଭ ହୋଇଥାଏ ।

୭- ଶନିବାର ଦିନ ସୋରିଷ ତେଲର ଦୀପ ଜାଳିଲେ ବ୍ଯକ୍ତିର ସବୁ କଷ୍ଟ ଦୂର ହୋଇଥାଏ । ଏହି ଦିନ ଶନିଙ୍କ ଆଖିକୁ ଦେଖିବା ଉଚିତ ନୁହେଁ । ଏହି ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଅନୁଚିତ ।

୮- ଯେଉଁ ବ୍ୟକ୍ତି ଶନିବାର ଦିନ ଦାନ କରନ୍ତି ସେମାନଙ୍କ ଉପରେ ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଏହି ଦିନ ଘରକୁ ତେଲ, ଲୁହା କିଣି ଆଣନ୍ତୁ ନାହିଁ ।

୯- ଶନିବାର ଦିନ କଳା ବିରି ବନାଇବା ଉଚିତ ନୁହେଁ । କିନ୍ତୁ ଏହି ଦିନ କଳା ରଙ୍ଗର ବସ୍ତୁ ଦାନ କରିବା ଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ଦୁର୍ଘଟଣା ଘରେ ନାହିଁ ।

୧୦- ଶନିବାର ଦିନ ହଠାତ କରଜ ବଢିବା, କ୍ଷୀର ଉତୁରିବା, ଖର୍ଚ୍ଚ ବଢିବା, ତେଲ ପଡିବା, କାଚ ଭାଙ୍ଗିବା ଏହା ଆଗକୁ ଆସିବାର ଗରିବତାର ସମୟ ଆସିଥାଏ । ଏହାର ପ୍ରତିକାର ପାଇଁ ସୋରିଷ ତେଲର ଦୀପ ଜାଳିବା ଉଚିତ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *