ଶନିବାର ଦିନ ଏହି 5ଟି ଜିନିଷ ଖାଇଲେ ହେବ ସର୍ବନାଶ । ଶନିଙ୍କ କୋପ ଦୃଷ୍ଟିର ଶିକାର ହେବାକୁ ପଡିଥାଏ ।

ବନ୍ଧୁଗଣ ଶନିବାର ହେଉଛି ଶନିଦେବ ଙ୍କ ବାର । ପ୍ରତେକ ବ୍ୟକ୍ତିଙ୍କ ରାଶିରେ ସୂର୍ଯ୍ୟ ଗୋଟିଏ ମାସ ପାଇଁ, ଚନ୍ଦ୍ରମା ଦୁଇ ମାସ 2 ଦିନ ଯାଏଁ, ମଙ୍ଗଳ ଦେଢ ମାସ, ବୁଧ ଗୋଟେ ମାସ, ଶୁକ୍ର ଗୋଟେ ମାସ ରହିଥାନ୍ତି । କିନ୍ତୁ ଶନିଦେବ କୌଣସି ରାଶିରେ ଅଢେଇ ବର୍ଷରୁ ଆରମ୍ଭ କରି ସାଢେ ସାତ ବର୍ଷ ଯାଏଁ ରହିଥାନ୍ତି । ଶାସ୍ତ୍ର ଅନୁଯାୟୀ ଶନିବାର ଦିନକୁ ନ୍ୟାୟର ଦେବତା ଶନିଦେବଙ୍କୁ ସମର୍ପିତ କରାଯାଇଛି । ଆଜି ଆମେ ଜାଣିବା ଶନିବାର ଦିନ କେଉଁ କେଉଁ ଜିନିଷ ଖାଇଲେ ସର୍ବନାସ ହେବାର କାରଣ ହୋଇଥାଏ ।

ପ୍ରତେକ ମଣିଷ ସବୁ ସମୟରେ ଶନିଦେବ ଙ୍କ ନିୟମ କୁ ମାନିବା ଦରକାର । କାରଣ ଯଦି ତାଙ୍କର କୋପ ଦ୍ରୁଷ୍ଟି ପଡେ ତେବେ ଧନୀ ହୋଇଥିଲେ ବି ଭିକାରି ହୋଇପାରେ । 1- କ୍ଷୀର : ଶନିବାର ଦିନ ଯଦି କ୍ଷୀର ବା ଦହି ଖାଉଛନ୍ତି ତେବେ ସାଧା ଖାଆନ୍ତୁ ନାହିଁ । କ୍ଷୀର ରେ ହଳଦୀ ବା ଗୁଡ ମିଶାଇ ସେବନ କରନ୍ତୁ । ଖାଲି କ୍ଷୀର ବା କ୍ଷୀର ଜାତୀୟ ଦ୍ରବ୍ଯ ଖାଇଲେ ଶନିଦେବ ଙ୍କ ଅବମାନନା ହୋଇଥାଏ । ତେଣୁ ଭୁଲରେ ବି ଶନିବାର ଦିନ ଖାଲି କ୍ଷୀର ବା ଦହି ଖାଇବା ଉଚିତ ନୁହେଁ ।

2- ଆମ୍ବ ଆଚାର : ଶନିବାର ଦିନ ଭୁଲରେ ବି ଆମ୍ବ ଆଚାର ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଶନିଦେବ ଙ୍କ କୋପର ଶିକାର ହେବାକୁ ପଡିଥାଏ । ଅନ୍ୟ କୌଣସି ଆଚାର ଖାଇ ପାରିବେ । କିନ୍ତୁ ଆମ୍ବ ବା ପଣସ ଆଚାର ଖାଇ ପାରିବେ ନାହିଁ ।

3- ନାଲି ଲଙ୍କା : ଶନିବାର ଦିନ ଭୁଲରେ ବି ନାଲି ଲଙ୍କା ଖାଆନ୍ତୁ ନାହିଁ । କାରଣ ଏହା ଶନିଦେବଙ୍କର ନାପସନ୍ଦ ଜିନିଷ ଅଟେ । ଆପଣ ଅନ୍ୟ ରଙ୍ଗର ଲଙ୍କା ଖାଇ ପାରିବେ । ଏପରି କରିବା ଦ୍ଵାରା ଶନିଦେବ ଙ୍କ କୋପର ଶିକାର ହେବାକୁ ପଡିଥାଏ ।

4- ଡାଲି ଜାତୀୟ ଜିନିଷ : ଶନିବାର ଦିନ ଚଣା, ବିରି, ମୁଗ ଡାଲି ଖାଇ ପାରିବେ । କିନ୍ତୁ ମସୁର ଡାଲି ଏହି ଦିନ ଭୁଲରେ ବି ଖାଆନ୍ତୁ ନାହିଁ । କାରଣ ମସୁର ଡାଲି ସହ ମଙ୍ଗଳ ଗ୍ରହଙ୍କର ସମର୍କା ରହିଛି । ତେଣୁ ମସୁର ଡାଲି ଖାଇବା ଦ୍ଵାରା ଶନିଦେବ ଙ୍କ କୋପ ଦ୍ରୁଷ୍ଟି ପଡିଥାଏ ଓ ନାନା ସମସ୍ଯା ହୋଇଥାଏ ।

5- ନିଶା ଦ୍ରବ୍ଯ : ଭୁଲରେ ବି ଶନିବାର ଦିନ ନିଶା ଦ୍ରବ୍ଯ ଯେମିତି ମଦ, ସିଗାରେଟ ଆଦି ର ସେବନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଶନିଦେବ ଙ୍କ କୁ-ପ୍ରଭାବ ପଡିଥାଏ । ଏହା ସହ ଦୁର୍ଘଟଣା ଘଟିବାର ସମ୍ଭାବନା ବୃଦ୍ଧି ପାଇଥାଏ । ଏହି ଦିନ ଶନିଦେବ ଙ୍କୁ ନିଶ୍ଚୟ ସୋରିଷ ତେଲ ଅର୍ପଣ କରନ୍ତୁ । ଏହା ଦ୍ଵାରା ଶନିଦେବ ପ୍ରସନ୍ନ ହେବ ସହ ବ୍ଯକ୍ତିର ସବୁ ସମସ୍ଯା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *