ସପ୍ତାହ ରେ ମାତ୍ର 2 ଥର ପିଅନ୍ତୁ, ଗ୍ଯାସ ମୂଳରୁ ଶେଷ ହୋଇଯିବ ।

ବନ୍ଧୁଗଣ ଆଜିକାଲିର ଖରାପ ଜୀବନ ଶୈଳୀ ଓ ଖରାପ ଖାଦ୍ୟପେୟ କାରଣରୁ ପେଟ ଖରାପ ହେବା, ପେଟ ସଫା ନ ହେବା ଓ କବଚ ଆଦିର ସମସ୍ୟା ଦେଖା ଯାଉଛି । ଶରୀରର ପାଚନ କ୍ରିୟା ସାହାର୍ଯ୍ୟରେ ସବୁ ଅଙ୍ଗକୁ ଏନର୍ଜି ମିଳିଥାଏ । ତେଣୁ ଯେବେ ବି ପେଟ ଜନିତ ସମସ୍ଯା ହୋଇଥାଏ ତାହାର ସିଦ୍ଧର ପ୍ରଭାବ ଅନ୍ୟ ଅଙ୍ଗ ଉପରେ ଯେମିତିକି କିଡନୀ, ଲିଭର, ହାର୍ଟ, ତ୍ଵଚା ଉପରେ ଦେଖା ଯାଇଥାଏ ।

ଯେଉଁ ମାନଙ୍କର କବଚ ସମସ୍ଯା ଥାଏ ଶରୀରରେ ଖାଦ୍ୟ ଜମା ହୋଇଥାଏ । ଯାହା ସଢିଯାଇ ଶରୀରରେ ଗ୍ଯାସ, ଏସିଡିଟି ସମସ୍ଯା ବଢାଇଥାଏ । ଆଜି ଆମେ ଜାଣିବା ଜ୍ଞାସା ସମସ୍ଯା ଦୂର କରିବା ପାଇଁ ଘରୋଇ ଉପଚାର ବିଷୟରେ । ପ୍ରଥମ ରେମେଡି ବନାଇବା ପାଇଁ ଏକ ପାତ୍ରରେ 2 ଚାମଚ ଜୀରା ନିଅନ୍ତୁ । ଏହାପରେ ଏକ ଚାମଚ ଧନିଆ ନିଅନ୍ତୁ । ଏହାକୁ ହାଲକା ଭାଜିବା ପରେ ଏକ ଚାମଚ ଜୁଆଣୀ ପକାଇ ଭଲରେ ଭାଜି ନିଅନ୍ତୁ ।

ଏହା ଥଣ୍ଡା ହେବା ପରେ ଫାଇନ ପାଉଡର ପ୍ରସ୍ତୂତ କରନ୍ତୁ । ଏଥିରେ ଅଧ ଚାମଚ କଳା ଲୁଣ, ହଳଦୀ ଗୁଣ୍ଡ, ଗୋଟେ ଚାମଚ ସୁଣ୍ଠି ଗୁଣ୍ଡ ପକାନ୍ତୁ । ଏହା ସାହେ ଏକ ଚାମଚ ପୋଦିନା ପାଉଡର ପକାଇ ସବୁ ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଗୋଟେ ଗ୍ଳାସ ଉଷୁମ ପାଣିରେ ଏକ ଚାମଚ ଏହି ରେମଡି ପକାଇ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ । ଏହା ଦ୍ଵାରା ଡାଇଜେସନ କ୍ରିୟା ଠିକ ରହିବ ଓ ପେଟ ପୁରା ସଫା ହୋଇଯିବ ।

ପେଟ ସଫା ହେବା ପାଇଁ ତ୍ରିଫଳା ଚୂର୍ଣ୍ଣ ମଧ୍ୟ ବ୍ୟବହାର କରିପାରିବେ । ଏହା ପେଟ ଓ ଅନ୍ତ ପାଇଁ କ୍ଳିନର ଭାବେ କାମ କରିଥାଏ । ଭୋଜନକୁ ହଜମ କରିବା ସହ ଶରୀରରେ ଜମା ଦୂଷିତ ପଦାର୍ଥ ବାହାର କରିଥାଏ ତ୍ରିଫଳା ପାଉଡର । ଏହୋ ଉପାୟକୁ ବନାଇବା ପାଇଁ ଏକ ଗ୍ଳାସ ଗରମ ପାଣି ଓ ଏକ ଚାମଚ ତ୍ରିଫଳା ପାଉଡର ପକାଇ ଏହାର ସେବନ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହାର ସେବନ କରନ୍ତୁ ।

ପେଟ ସଫା କରିବା ଓ କବଚକୁ ମୂଳରୁ ଶେଷ କରିବା ପାଇଁ ଜଡା ତେଲ ଲାଭଦାୟକ ହୋଇଥାଏ ଓ ବହୁତ ଜଲ୍ଦି କାମ କରିଥାଏ । ଏହି ରେମେଡି ବନାଇବା ପାଇଁ ହାଲକା ଉଷୁମ ପାଣି ସହ ଫାଳେ ଲେମ୍ବୁ ନିଅନ୍ତୁ । ଏବେ ଏଥିରେ ଅଳ୍ପ କଳା ଲୁଣ ଓ ଏକ ଚାମଚ ଜଡା ତେଲ ପକାଇ ଏହାର ମିଶ୍ରଣ କରନ୍ତୁ । ସକାଳୁ ଖାଲି ପେଟରେ ନରମାଲ ପାଣି ପିଇବା ପରେ ଏହାର ସେବନ କରନ୍ତୁ ।

କବଚ ସମସ୍ଯା ଦୂର କରିବା ପାଇଁ ହଳଦୀ କ୍ଷୀର ଓ ପାଚିଲା ଅମୃତଭଣ୍ଡା ସେବନ କରିବା ଲାଭଦାୟକ ହୋଇଥାଏ । ଏହା ସହ ଦିନ ସାରା 7ରୁ 8 ଗ୍ଳାସ ପାଣି ସେବନ କରିବା ଉଚିତ । ଏହା ସହ ଫାଇଭର ଯୁକ୍ତ ଖାଦ୍ୟ ଖାଇବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *