ସପ୍ତାହରେ 2 ଥର ପିଅନ୍ତୁ, ଗ୍ୟାସ୍, କବ୍ଜ, ଏସିଡିଟି ଭଳି ରୋଗ ମୂଳରୁ ହୋଇଯିବ ଶେଷ

ବନ୍ଧୁଗଣ ଆଜିକାଲି ଅନେକ ଲୋକଙ୍କୁ ପେଟ ଜନିତ ଅନେକ ସମସ୍ଯା ଭୋଗିବାକୁ ପଡିଛି । ପେଟ ଖରାପ ହେବା, ଗ୍ଯାସ, ଏସିଡିଟି, କବଚ ଭଳି ସମସ୍ଯା ହୋଇଥାଏ । ଏହି କାରଣରୁ ମୁଣ୍ଡ ବିନ୍ଧା ସମସ୍ୟା ମଧ୍ୟ ଭୋଗିବାକୁ ପଡିଥାଏ । ଯଦି ପେଟ ଠିକ ନ ରହିବ ଏବେ ଶରୀରର ଭଲ ରୁହେ ନାହିଁ । କାରଣ ପେଟରୁ ହଜାର ପ୍ରକାରର ରୋଗ ଜନ୍ମ ନେଇଥାଏ ।

ଯଦି ଆପଣଙ୍କର ଏମିତି କିଛି ସମସ୍ଯା ଅଛି ତେବେ ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଘରୋଇ ଉପଚାର ନେଇ ଆସିଛୁ ତାହା ଦ୍ଵାରା ପେଟ ଠିକ ରହିବ, ମାଇଗ୍ରେନ, ଲିଭର ସୁସ୍ଥ ରହିବ । ଆସନ୍ତୁ ଜାଣିବା ଏହି ରେମେଡି କେମିତି ବନାଇବା । ଏହି ରେମେଡି ପାଇଁ ବିଶେଷ ପ୍ରକାରର ସାମଗ୍ରୀ ର ଆବଶ୍ୟକତା ପଡିବ ନାହିଁ । ପ୍ରଥମେ ଲେମ୍ବୁର ପ୍ରୟୋଗ କରିବା ।

ଧ୍ୟାନ ରଖିବେ ଲେମ୍ବୁରେ ଯେମିତି ମଞ୍ଜି ରହିବ ନାହିଁ । ଲେମ୍ବୁ ଡାଇଜେସନ ପାଇଁ ଚମତ୍କାରୀ ଅଟେ । ଲେମ୍ବୁକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଅଦା । ଅଦା କୁ ପତଳା ପତଳା କରି କାଟି ଦିଅନ୍ତୁ । ତୃତୀୟ ସାମଗ୍ରୀ ହେଉଛି ପୋଦିନା ପତ୍ର ଯାହା ଆପଣଙ୍କୁ ସହଜରେ ମିଳିଯିବ । ପୋଦିନା ପତ୍ର ପେଟ ପାଇଁ ରାମବାଣ ହୋଇଥାଏ । ଗରମ ଦିନରେ ପୋଦନା ବହୁତ ଚମତ୍କାରୀ ଭାବେ କାମ କରିଥାଏ ।

ଗୋଟେ କାଚ ଗ୍ଳାସ ନିଅନ୍ତୁ । ସେଥିରେ 2ରୁ 3ଟି ଲେମ୍ବୁ ଫାଳ ପକାନ୍ତୁ । ତା ପରେ ଅଦା ଓ 5ରୁ 10ଟି ପୋଦିନା ପତ୍ର ପକାଇ ଦିଅନ୍ତୁ । ଆପଣ ଚାହିଁଲେ ଏହାକୁ କାଚ ପାତ୍ର ରେ ବନାଇ ପାରିବେ । ଏହାକୁ ଆପଣ ସକାଳୁ ବନାନ୍ତୁ । ଦିନ 10ଟା ଯାଏଁ ଏହାକୁ ସେମିତି ଢାଙ୍କି କି ରଖନ୍ତୁ । ଏହି ପାଣି କୁ 3ରୁ 5 ଘଣ୍ଟା ଯାଏଁ ଭିଜାଇ ରଖନ୍ତୁ । ଯେମିତି ସବୁ ସାମଗ୍ରୀ ର ପୋଷାକ ତତ୍ତ ପାଣି ଭିତରକୁ ଆସିଯିବ ।

ଏହାକୁ ଷ୍ଟିଲ ବା ପ୍ଲାଷ୍ଟିକ ପାତ୍ରରେ ବନାନ୍ତୁ ନାହିଁ । କେବଳ କାଚ ପାତ୍ରରେ ତିଆରି କରନ୍ତି । ଦେଖିବେ 4ରୁ 5 ଘଣ୍ଟା ରଖିବା ପରେ ପାଣିର ରଙ୍ଗ ସଂପୂର୍ଣ୍ଣ ବଦଳିଯିବ । ରାତିରେ ଏହାକୁ ବନାଇ ସକାଳୁ ସେବନ କରିବେ ନାହିନ । ଏହାକୁ ଆପଣ ଅଳ୍ପ ଅଳ୍ପ କରି ପିଇ ପାରିବେ । ରାତିରେ ଏହାକୁ ପିଇବେ ନାହିଁ । ଦିନ ସମୟରେ ଏହାକୁ 2ରୁ 3 ଥର ପିଇ ପାରିବେ ।

ଏମିତି ଭାବେ ଏହାର ସେବନ କରିଲେ ଶରୀରରେ ଥିବା ଆବର୍ଜନା ପାଣି ଭଳି ବାହାରି ଯିବ । ଆପଣଙ୍କର ପେଟ ସମସ୍ଯା, ହଜମ ନ ହେଉଥିଲେ, ଲିଭର ଠିକ ରହିବ । ଯଦି ଅଦା ସୂଟ କରୁ ନାହିଁ ତେବେ ଅଦା ନ ମିଶାଇଲେ ଚଳିବ । ଦେଖିବେ ଗ୍ଯାସ, କବଚ, ଏସିଡିଟି ସମସ୍ଯା ଦୂର ହେବ ସହ ଡାଇଜେସନ ଭଲ ରହିବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *