A ନାମ ଥିବା / ମେଷ ରାଶି ବ୍ୟକ୍ତି ସର୍ବଦା କାହିଁକି ଚିନ୍ତାରେ ରହିଥାନ୍ତି ? ଜାଣନ୍ତୁ ମେଷ ରାଶିର ବ୍ୟକ୍ତିଙ୍କର ଜନ୍ମ ଠାରୁ ମୃତ୍ୟୁ ଯାଏଁ ରହସ୍ୟ ।

ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ ସେମାନେ ମେଷ ରାଶିର ବ୍ୟକ୍ତି ହୋଇଥାନ୍ତି । ଆଜି ଆମେ ଜାଣିବା ମେଷ ରାଶିର ବ୍ୟକ୍ତିଙ୍କର ଜନ୍ମ ଠାରୁ ମୃତ୍ୟୁ ଯାଏଁ ଗୁପ୍ତ ରହସ୍ୟ ବିଷୟରେ ବିସ୍ତାର ଭାବେ । ମେଷ ରାଶିର ବ୍ୟକ୍ତି ଅଶ୍ଵିନୀ, ଦ୍ଵିଜା, ରୁଟିକା ନକ୍ଷତ୍ର ଆଦ୍ୟପାଦରେ ଜନ୍ମଗ୍ରହଣ କରିବାର ଦେଖାଯାଏ । ସେମାନଙ୍କର ରାଶିର ପ୍ରଥମ ଅକ୍ଷର ଚେ, ଚୁ, ଚୋ, ଲି, ର, ତୋ ରୁ ଗୋଟିଏ ହୋଇଥାଏ । ଏମାନଙ୍କର ଆକୃତି ମେଷ ତୁଲ୍ୟ ଓ ପ୍ରକୃତି ତାମ୍ର ।

ଏମାନେ କେଉଁଠି ବି ହାରି ଯାଆନ୍ତି ନାହିଁ । ଏହି ରାଶିର ଅଧିପତି ହେଉଛନ୍ତି ମଙ୍ଗଳ ଗ୍ରହ । ଆପଣ ଚକ୍ଷୁ ଯୁଗଳ, ରକ୍ତ ବର୍ଣ୍ଣ, ସୁନ୍ଦର ଚେହେରା ହୋଇଥିଲେ ବି ନଖ ଗୁଡିକ ଅସୁନ୍ଦର ଦେଖାଯାଏ । ମୁଖରେ କଳାଜାଇ ଅନେକଙ୍କର ଦେଖାଯାଏ । ଆପଣଙ୍କ ଠାରେ ଭାବ ପ୍ରବଣ ଅଧିକ ଦେଖାଯାଏ । ଏମାନେ ପରୋପକାରୀ ହେବା ସହ କାହା ଅଧୀନରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଶତ୍ରୁଙ୍କୁ ପରାସ୍ତ କରିବାରେ ମାହିର ହୋଇଥାନ୍ତି ।

ଆପଣଙ୍କର କାମାତୁର ମନୋଭାବ ଅଧିକ ରହିଥାଏ । ଭାଇଙ୍କ ସହ ଭଲ ପଡେ ନାହିଁ । ସ୍ଵାମୀ ବା ସ୍ତ୍ରୀଙ୍କର ଅନ୍ୟ ସହ ବନ୍ଧୁତାକୁ ସହିପାରନ୍ତି ନାହିଁ । ଅହଂକାର ଥିବାରୁ ଅନ୍ୟ ସହ କଳହ କରିଥାନ୍ତି ଓ ବିବାଦରେ ପଡିଥାନ୍ତି । ଯଦି କେହି ଉପଦେଷ୍ଟା ଆପଣଙ୍କୁ ଠିକ ସମୟରେ ଉପଦେଶ ଦିଅନ୍ତି ତେବେ ଅନେକ ଦୁଶ୍ଚିନ୍ତା ଦୂର ହୁଏ । ସନ୍ଦେହ କାରଣରୁ ଆପଣଙ୍କର ବୈବାହିକ ଜୀବନରେ ମନାନ୍ତର ହୋଇଥାଏ ।

ତେଣୁ ଜୀବନ ସାଥିଙ୍କ ସହ ଭଲ ଭାବେ ବୁଝାମଣା ରଖନ୍ତୁ । ଅନେକ ସ୍ତ୍ରୀ ଓ ପୁରୁଷ ଆପଣଙ୍କ ପ୍ରତିୟ ଆକ୍ରୁଷ୍ଟ ହୋଇଥାନ୍ତି । ଆପଣ ଜ୍ଞାନୀ ହେବା ସହ ସମାଜ ଓ ଘରେ ରହିବାକୁ ଭଲ ଲାଗେ ନାହିଁ । କାହା ଉପରେ ନିର୍ଭର ନ କରିବା ଆପଣଙ୍କର ବିଶେଷ ଗୁଣ ରହିଥାଏ । ପରିବାରରେ ଭାଇ ଭଉଣୀଙ୍କ ସହ ମନୋମାଳିନ୍ୟ ହୋଇଥାଏ । ନିଜର ଶାରୀରିକ ଶକ୍ତି ଉପରେ ବିଶ୍ଵାସ ରହିଥାଏ ।

ସମାଜରେ ସୁନାମଧନ୍ୟ ବ୍ୟକ୍ତି ଭାବେ ପରିଚିତ ହୋଇଥାନ୍ତି । ଆପଣ ସୁଦକ୍ଷ କାରିଗର, ଇଞ୍ଜିନିୟର, କଳାକାର, ବ୍ୟବସାୟରେ ଅଗ୍ରଣୀ, ରାଜନୀତିରେ ଦକ୍ଷ ଥିବା ଭଳି ବ୍ୟକ୍ତି ଅଟନ୍ତି । ସୈନ୍ୟ ବାହିନୀରେ ଯୋଗ ଦେଇପାରନ୍ତି । ଆପଣ ଯଥେଷ୍ଟ ଧନ ଅର୍ଜନ କରିଲେ ବି ଧନୀ ହୋଇପାରନ୍ତି ନାହିଁ । ଧନ ବଳରେ ସମ୍ମାନ ହରାନ୍ତି ନାହିଁ ।

ସମ୍ପତି ବହୁତ ଥାଏ ତାହାକୁ କିନ୍ତୁ ଭୋଗ କରନ୍ତି ନାହିଁ । ଖରାପ କାମ କରି ଆପଣ ଅର୍ଥ ହାନି କରନ୍ତି । ଏହି କାରଣରୁ ଆପଣ ପରାଜୟ ପାଇଥାନ୍ତି । ଆପଣ ଜୀବନରେ ଅଯଥା ଖର୍ଚ୍ଚ ଅଧିକ କରନ୍ତି । ଆପଣଙ୍କର ଶୁଭ ଦିନ ମଙ୍ଗଳବାର, ଶୁଭ ସଂଖ୍ୟା 9, ଶୁଭ ରତ୍ନ ପ୍ରବଳ, ଧାତୁ ହେଉଛି ତାମ୍ର, ଦେବତା ଧୂମାବତୀ, ଅବତାର ନୃସିଙ୍ଘ, ରଙ୍ଗ ନାଲି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *