ସରସ୍ଵତୀ ପୂଜା ଦିନ ଘରର ଏହି ଜାଗାରେ ଚୁପଚାପ ରଖି ଦିଅନ୍ତୁ ମୟୂର ପର, ଘରେ ହେବ ଧନର ବର୍ଷା

ବନ୍ଧୁଗଣ ବିଦ୍ୟାଦାତ୍ରୀ ମା ସରସ୍ଵତୀଙ୍କ ପର୍ବ ବସନ୍ତୀ ପଞ୍ଚମୀ ଚଳିତ ବର୍ଷ ଜାନୁଆରୀ 26ରେ ପାଳନ କରାଯିବ । ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀରେ ଦେବୀ ସରସବତୀଙ୍କ ପୂଜା କରାଯାଏ । ଏହି ଦିନଠାରୁ ଋତୁ ମାନଙ୍କର ରାଜା ବସନ୍ତ ଋତୁର ଆଗମନ ହୋଇଥାଏ । ଭକ୍ତିର ପର୍ବ ଏହିଠାର ସିଦ୍ଧି ଯୋଗରେ ପାଳନ କରାଯିବ । ସନ୍ଧ୍ୟାରେ ରବି ଯୋଗର ମଧ୍ୟ ଆଗମନ ହେବ ।

ଏହି ଦିନ ବନୁଥିବା ଦିବ୍ୟ ଓ ଦୁର୍ଲଭ ଯୋଗ କାରଣରୁ ବିଶେଷ ଖାସ ରହିବ । ଏହି ଦିନ ମୟୂର ପର ଏମିତି ଜାଗାରେ ରଖିଲେ ଧନର ବର୍ଷା ହୋଇଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ଭାବେ । ମୟୂର ପର ଶକ୍ତିଶାଳୀ ଜନ୍ତ୍ର ଅଟେ । ଏହା ତନ୍ତ୍ର ବିଦ୍ୟାରେ ବହୁ କାମରେ ଆସିଥାଏ । ପ୍ରାଚୀନ କାଳରୁ ଏହାର ବ୍ୟବହାର କରାଯାଉଛି । ଭଗବାନ କୃଷ୍ଣଙ୍କ ମୁକୁଟରେ ମୟୂର ପରର ବ୍ୟବହାର କରାଯାଏ ।

ମୟୁର ପରକୁ ବିଦ୍ୟାର ଦେବୀ ମା ସରସ୍ଵତୀ, ଲକ୍ଷ୍ମୀ, କାର୍ତ୍ତିକ, ହନୁମାନ ଙ୍କ ସହ ଯୋଡା ହୋଇଥାଏ । ମୟୂର ପରକୁ ବଂଶୀ ସହ ରଖିଲେ ସମ୍ପର୍କରେ ମଧୁରତା ଆସିଥାଏ । ଘରେ ନେଗେଟିଭ ଶକ୍ତି ଦୂର କରିବା ପାଇଁ ମୟୁର ପର କୁ ସନ୍ଧ୍ୟା ଆଳତି ପରେ ଜୋର ରେ ହଲାନ୍ତୁ । ଏହା ଦ୍ଵାରା ଘରେ କଳହ ମଧ୍ୟ ଦୂର ହୋଇଥାଏ । ଘରର ନେଗେଟିଭ ଊର୍ଜା ବାହାରି ପଜେଟିଭ ଊର୍ଜା ପ୍ରବେଶ କରିଥାଏ ।

କୌଣସି ଏକ ଶୁଭ ଦିନରେ ମୟୂର ପରକୁ ଏମିତି ଜାଗାରେ ରଖିବେ ଯେମିତି ସମସ୍ତଙ୍କର ଦ୍ରୁଷ୍ଟି ପଡିବ । ମୟୂର ପରର ଏହି ଉପାୟ ଆପଣଙ୍କ ଜୀବନ, ପରିବାରରେ ଆନେକ ସୁଖ ସମୃଦ୍ଧି ଆଣିବ । ମୟୂର ପରର ବ୍ୟବହାର ସବୁ ଜାଗାରେ ହୋଇଥାଏ । ଯେମିତିକି ବିଦ୍ୟାର୍ଥୀ ମାନେ ନିଜ ବହିରେ ମୟୂର ପର ରଖିଥାନ୍ତି । ଏହା ସେମାନଙ୍କ ପାଇଁ ରାମବାଣ ସଦୃଶ ହୋଇଥାଏ ।

ଘରର ରୁମରେ ଗୋଟେ ଲେଖାଏଁ ମୟୂର ପର ରଖିଲେ ବାସ୍ତୁ ଦୋଷ ଦୂର ହୁଏ । କାଳସର୍ପ ଯୋଗ ରହିଥିଲେ ମୟୂର ପର ପାଖରେ ରଖନ୍ତୁ । ଯଦି ଶିଶୁ ଜିଦିଆ ହେଉଛି ତେବେ ମୟୂର ପର ହଲାଇ ପବନ କରିଲେ ଏହା ଦୂର ହୋଇଥାଏ । ଘରେ ପଇସା ଅଭାବ ହେଉଛି, ଖର୍ଚ୍ଚ ଅଧିକ ହେଉଛି ବା ପଇସା ଆସିଲେ ବି ସରିଯାଉଛି ତେବେ ଘରର ଦକ୍ଷିଣ କୋଣରେ ମୟୂର ପର ରଖିଲେ ଲାଭ ହୋଇଥାଏ ।

ମୟୂର ପର ଘରେ ରଖିଲେ ସାପ ପ୍ରବେଶ କରେ ନାହି । ଜାଣି ରଖନ୍ତୁ ଆପଣଙ୍କ ଘରର ଆଲମାରି ପାଖରେ ମୟୂର ପର ରଖିଲେ ଧନ ବୃଦ୍ଧି ହେବା ସହ ଖର୍ଚ୍ଚ କମ ହୋଇଥାଏ । ଦ୍ଵିତୀୟ ଜାଗା ହେଉଛି ଘରର ଠାକୁର ଘରେ ବା ଉତ୍ତର-ପୂର୍ବ କୋଣରେ ମୟୂର ପର ରଖି ପୂଜା କରିଲେ ଧନ ଆଗମନର ରାସ୍ତା ଖୋଲିବ ଓ ଭାଗ୍ୟ ଚମକିବ । ତୃତୀୟ ଜାଗା ହେଉଛି ମୟୂର ପର ଆପଣଙ୍କର ବେଡ ତଳେ ରଖିଲେ ପଜେଟିଭ ଏନର୍ଜି ବୃଦ୍ଧି ପାଇବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *