ଶନିଦେବଙ୍କ କୃପାରୁ ଏହି ୫ଟି ରାଶି ଶୀଘ୍ର ହେବାକୁ ଯାଉଛନ୍ତି କୋଟିପତି, ଘରେ ହେବ ଧନବର୍ଷା

ନମସ୍କାର ବନ୍ଧୁଗଣ, ଜ୍ୟୋତିଷଶାସ୍ତ୍ର ଅନୁସାରେ ଭଗବାନ ଶନି ଙ୍କ କୃପା ଦୃଷ୍ଟି ବର୍ତ୍ତମାନ ଏହି ୫ଟି ରାଶି ଉପରେ ପଡିବାକୁ ଯାଉଛି । ଚଳିତ ସପ୍ତାହରେ ଏହି ୫ଟି ରାଶି ନିଜ ଜୀବନରେ ସମସ୍ତ ସଫଳତା ପାଇବାକୁ ଯାଉଛନ୍ତି । ଧନର ଆଗମନ ହେବାକୁ ଯାଉଛି । ନୂତନ ଚାକିରୀ ମିଳିବାକୁ ଯାଉଛି । ନୂଆ ଯାନବାହାନ କିଣିବାର ସୁଯୋଗ ମିଳିବ । ଆପଣ ଟିକେ ଭାବପ୍ରବଣ ହୋଇପାରନ୍ତି । ମନରେ ଉଙ୍କି ମାରୁଥିବା ଅକୁହା କଥାଗୁଡିକ କାହା ନିକଟରେ ପରିପ୍ରକାଶ କରିପାରିବେ ନାହିଁ ଯାହାଫଳରେ ମନ ଅସ୍ଥିର ରହିବ । କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ । କୌଣସି ନୂତନ କାର୍ଯ୍ୟାରମ୍ଭ କରିବାରେ ନିବୃତ୍ତ ରହନ୍ତୁ ।

ଅଫିସରେ ଅଧିକାରୀବର୍ଗଙ୍କ ବ୍ୟବହାରରେ ମନ ଅତିଷ୍ଟ ହୋଇପାରେ । ସାମାଜିକ ସମାରୋହରେ ସହଭାଗିତା କରିବାର ସୁଯୋଗ ମିଳିବ । ଆର୍ଥିକ ଅବସ୍ଥା ଶୋଚନୀୟ ରହିଲେ ମଧ୍ୟ ଧାରା କରଜ କରିବାକୁ ପଡିବ ନାହିଁ । ପୈତୃକ ସମ୍ପତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ ଟଣାଓଟରା ଦେଖା ଦେଇପାରେ । ନିଜ ଲୋକଙ୍କ ବେଖାତିର ଭାବ ଓ ପିଲାଙ୍କ ବିଶୃଙ୍ଖଳାରେ ଚନ୍ତିତ ହେବେ । ବୈବାହିକ ଜୀବନ ସୁଖପ୍ରଦ ରହିବ । ଆପଣଙ୍କ ଲାଗି ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି ।

ଅଭାବ ଅସୁବିଧା ନ ଥିଲେ ମଧ୍ୟ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ । କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବା ସକାଶେ ବନ୍ଧୁମାନଙ୍କ ସାହାଯ୍ୟ ନେବାକୁ ପଡିପାରେ । କର୍ମକ୍ଷେତ୍ରରେ ନିଷ୍ଠାର ସହ ନିଜ କାର୍ଯ୍ୟକୁ ସମାପନ କରିବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ଲାଭବାନ ହେବେ । କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ । ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ ।

ଯାହା କରନ୍ତୁନା କାହିଁକି ସ୍ଵାସ୍ଥ୍ୟପ୍ରତି ଜଗିରଖି କାମ କରିବା ଭଲ ହେବ । ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ । ଆପଣଙ୍କର ଭାବନା ଯଥେଷ୍ଟ ସକାରାତ୍ମକ ରହିବ । ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ, ଆଜି ତାହା ଆପଣଙ୍କୁ ମିଳିବ । କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ । ବ୍ୟବସାୟ କାରବାରରେ ଯଥେଷ୍ଟ ଉନ୍ନତି କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।  ଭବିଷ୍ୟତ ଲାଗି ପଇସା ଜମା କରିବାର ଯୋଜନା ପ୍ରସ୍ତୁତ କରିବେ । କୌଣସି ନୂଆ ବ୍ୟକ୍ତିଙ୍କ ସହିତ ବନ୍ଧୁତା ହୋଇପାରେ ।

ଅଫିସରେ କୌଣସି ସିନିୟରଙ୍କ ସହାୟତାରେ ସ୍ଥଗିତ ଥିବା କାମ ପୂରା ହୋଇଯିବ । ନିର୍ମାଣ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ତେବେ ଏହି ସବୁ ଭାଗ୍ୟଶାଳୀ ରାଶି ୫ଟି ହେଉଛି, ମେଷ ରାଶି,ମକର ରାଶି,ମିଥୁନ ରାଶି,କୁମ୍ଭ ରାଶି,ମୀନ ରାଶି । ଆପଣଙ୍କ ଭାଗ୍ୟ ଏହି ସପ୍ତାହରେ ଆପଣଙ୍କ ସାଥୀ ଦେବ ।

ଆମେ ଆପଣଙ୍କ ପାଇଁ ରାଶି ସମ୍ବନ୍ଧୀୟ ସୂଚନା ପ୍ରତିଦିନ ନେଇ ଆସୁ,ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *