ସୋମବାର ରୁ ନେଇ ରବିବାର ପର୍ଯ୍ୟନ୍ତ କେଉଁ ଦିନ ନଖ, ଦାଢି ବା ଚୁଟି କାଟିଲେ ଘରକୁ ଆସେ ଦରିଦ୍ରତା, ଦେଖନ୍ତୁ ଏହାର ନିୟମ!

ନମସ୍କାର ବନ୍ଧୁଗଣ, ସମସ୍ତ ବାରର ଅଲଗା ଅଲଗା ମହତ୍ଵ ରହିଥାଏ । ଯାହାର ଅଲଗା ଅଲଗା ପ୍ରଭାବ ମଧ୍ୟ ଆମ ଉପରେ ପଡିଥାଏ । ତେବେ କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ ହୋଇଥାଏ ତାହା ଜାଣିବା ମଧ୍ୟ ନିହାତି ଆବଶ୍ୟକ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ଦିନ ନଖ ଦାଢି କାଟିବା ଦ୍ଵାରା ଘରକୁ ଦାରିଦ୍ରତା ଆସିବା ସହ, ରୋଗଗ୍ରସ୍ତ ମଧ୍ୟ ହେବାକୁ ପଡିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ସୋମବାର: ଏହିବାର ଟି ମହାଦେବଙ୍କୁ ସମର୍ପିତ କରାଯାଇଛି । ତେଣୁ ଶାସ୍ତ୍ର ଅନୁଯାୟୀ ଏହିଦିନ ନଖ କିମ୍ବା ଚୁଟି କାଟିବା ଉଚିତ ନୁହେଁ । ଯଦି କେହି ଏପରି କରିଥାଏ ତେବେ ତାହାର ପୁତ୍ର ଉପଫ୍ରେ କରଜ ଆସିଥାଏ । ତାର ଆୟୁ ମଧ୍ୟ କମ ହୋଇଯାଏ । ଏହାସହ ଜୀବନରେ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

ମଙ୍ଗଳବାର: ମଙ୍ଗଳବାର ମଙ୍ଗଳ ଗ୍ରହକୁ ସମର୍ପିତ ଅଟେ । ଏହିବାରରେ ପ୍ରଭୁ ହନୁମାନଙ୍କୁ ମଧ୍ୟ ବିଶେଷ କୃପା ପ୍ରାପ୍ତ ହୁଏ । ତେଣୁ ଏହିଦିନ ନଖ ଦାଢି କାଟିବା ଦ୍ଵାରା ବ୍ୟକ୍ତି ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଯାହାଦ୍ୱାରା ସେହି ବ୍ଯକ୍ତିର ଶ୍ୟାସ୍ଥ୍ୟ ଏବଂ ଆୟୁର କ୍ଷୟ ହୋଇଥାଏ ।

ବୁଧବାର: ଏହିବାର ଟି ବୁଧ ଗ୍ରହଙ୍କ ଦିନ ଅଟେ । ଏହିଦିନ ନଖ ଚୁଟି ଏବଂ ଦାଢି କାଟିଲେ କିଛି ବି ଅସୁବିଧା ହୋଇନଥାଏ । ଯେଉଁ ବ୍ୟକ୍ତି ଏହିଦିନ ଏହିସବୁ କରିଥାଏ ତାକୁ ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ଏହାସହିତ ଘରେ ସୁଖ ସମୃଦ୍ଧି ମଧ୍ୟ ଲାଗି ରୁହେ । ଗୁରୁବାର: ଏହିବାରକୁ ବୃହସ୍ପତିଙ୍କ ବାର ବୋଲି ମନାଯାଇଥାଏ । ଏହିଦିନଟିକୁ ମାତା ଲକ୍ଷ୍ମୀଙ୍କ ବିଶେଷ ଦିନ ବୋଲି ମଧ୍ୟ ମନାଯାଏ । ଏହିଦିନ ନଖ ଦାଢି କାଟୁଥିବା ବ୍ୟକ୍ତିର ମାନ ହାନି ହେବା ସହ ଧନର ମଧ୍ୟ କ୍ଷୟ ହୋଇଥାଏ ।

ଶୁକ୍ରବାର: ଏହବିବାର ଟି ଶୁକ୍ର ଗ୍ରହକୁ ସମର୍ପିତ ଅଟେ । ଏହିଦିନ ଯଦି ନଖ ଚୁଟି କଟାଯାଏ ତେବେ ସେହି ବ୍ଯକ୍ତିର ଭାଗ୍ୟ ପରିବର୍ତ୍ତନ ହେବା ସହ ଭଲ ଫଳ ପ୍ରାପ୍ତି ହୋଇଥାଏ । ଶନିବାର: ଏହିବାର ଟି ଶନି ଦେବଙ୍କ ବାର ଅଟେ ।  ଏହିଦିନ ନଖ ଦାଢି କଟୁଥିବା ବ୍ୟକ୍ତିଙ୍କ ପାଇଁ ଶନି ଦେବ ମୃତ୍ୟୁର ସମ୍ଭାବନା ନେଇ ଆସନ୍ତି । ତେଣୁ ଏହିଦିନ ଭୁଲରେ ମଧ୍ୟ ଏହିକାମ କରିବା ଅନୁଚିତ ।

ରବିବାର: ଏହିବାର ଟି ସୂର୍ଯ୍ୟ ଦେବଙ୍କ ଗ୍ରହ ହୋଇଥିବା ହେତୁ ଆପଣ ଭୁଲରେ ମଧ୍ୟ ନଖ ଦାଢି ଚୁଟି ଇତ୍ୟାଦି କାଟନ୍ତୁ ନାହିଁ ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କ ଧନ ହାନି ହେବା ସହ ବୁଦ୍ଧି ଏବଂ ବିଦ୍ୟାର ନାଶ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *