ସୋମବାର ଦିନ 3 କାମ ଭୁଲରେ କରନ୍ତୁ ନାହିଁ, ଘର ପରିବାର ନଷ୍ଟ ହେଇଯାଏ… Sawan Special

ବନ୍ଧୁଗଣ ସପ୍ତାହର ପ୍ରତେକ ଦିନର ଅଲଗା ଅଲଗା ମହତ୍ଵ ରହିଛି । ପ୍ରତେକ ଦିନର ବାର ଅନୁଯାୟୀ ସେହି ଦେବତାଙ୍କ ନିୟମ ପାଳନ କରିଲେ ଏହା ଆମ ଜୀବନରେ ଅଧିକ ପ୍ରଭାବ ପକାଇଥାଏ । ଏଥିପାଇଁ ଏହା ଜାଣିବା ଜରୁରୀ ଅଟେ ଯେ କେଉଁ ଦିନରେ କେଉଁ ଦେବତାଙ୍କ ଉପାସନା କରିବା ଉଚିତ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ସପ୍ତାହର ପ୍ରଥମ ଦିନ ସୋମବାରରେ କଣ କରିବା ଉଚିତ ଓ କଣ ଖାଇବା ଉଚିତ ଓ ଅନୁଚିତ ଅଟେ । କେଉଁ ରଙ୍ଗର ବସ୍ତ୍ର ଧାରଣ କରିବା ଇତ୍ୟାଦି ବିଷୟରେ ଆଜି ଆମେ ଜାଣିବା ।

୧- ସୋମବାର ଭଗବାନ ଶିବଙ୍କୁ ସମର୍ପିତ ଅଟେ । ଏହି ଦିନ ଅଧିପତି ଚନ୍ଦ୍ର ଅଟନ୍ତି । ସୋମବାର ଦିନ ଭଗବାନ ଶିବ ଓ ଚନ୍ଦ୍ରମାଙ୍କ ଆରାଧନା କରାଯାଏ । ଏହି ଦିନ ବ୍ରତ ରଖିଲେ ଶୁଭ ଫଳ ମିଳିଥାଏ । କୌଣସି ଭକ୍ତ ନିଜର ଇଚ୍ଛା ପୁରଣ କରିବା ପାଇଁ, ଦାମ୍ପତ୍ୟ ଜୀବନ ସୁଖମୟ ହେବା ପାଇଁ ସୋମବାର ଦିନ ବ୍ରତ ରଖିବା ଉଚିତ ।

୨- ସୋମବାରରେ ବିଶେଷ ରୂପରେ ଭଗବାନ ଶିବ ଓ ଚନ୍ଦ୍ରମାଙ୍କୁ ଯୋଡିକୁ ରଖାଯାଏ । ଏହି ଦିନ ମହାଦେବଙ୍କା ମନ୍ଦିରକୁ ଯାଇ ଜଳ, ବେଲପତ୍ର, ଚନ୍ଦନ, ପଞ୍ଚାମୃତ ଅରଣା କରିବା ଉଚିତ । ଚନ୍ଦ୍ରମାଙ୍କୁ ରାତିରେ ଅର୍ଘ୍ୟ ଦେବା ଦ୍ଵାରା ଧନ ପ୍ରାପ୍ତ ହୁଏ ।

୩- ଭଗବାନ ଶିବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ । ସୋମବାରରେ ଧଳା ଫୁଲ, କ୍ଷୀର, ଧଳା ବସ୍ତୁ, ଧଳା ଜିନିଷର ଭୋଗ ଆଦି ମହାଦେବଙ୍କୁ ଅର୍ପଣ କରିବା ଉଚିତ । ଏହା ସହ ଏହି ଦିନ ଧଳା ବସ୍ତ୍ର ଧାରଣ କରିବା ଉଚିତ ।

୪- ସୋମବାର ଦିନ କୌଣସି ଜରୁରୀ କାମରେ ଯିବା ପୂର୍ବରୁ ଆଇନା ଦେଖିକି ଯିବା ଉଚିତ । ଏହାଦ୍ବାରା ଯେଉଁ ବି କାମ ଥିବ ତାହା ନିଶ୍ଚୟ ପୂରଣ ହେବ ।

୫- ସୋମବାର ଦିନ ଶିବ ମନ୍ଦିରକୁ ଯାଇ ଯେତେ ପାରିବେ ଶିବ ମନ୍ତ୍ର ଜପ କରନ୍ତୁ । ଏହି ଦିନ ଗୋମାତାଙ୍କୁ କିଛି ଖାଇବାକୁ ଦେବା ସହ ନନ୍ଦୀଙ୍କ ପୂଜା କରନ୍ତୁ । ଏବେ ଆସନ୍ତୁ ଜାଣିବା ସୋମବାର ଦିନ କେଉଁ କମ କରିବା ଅନୁଚିତ ।

୧- ସୋମବାର ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଅନୁଚିତ । ବ୍ରତ ଆଦିରେ କଳା ରଙ୍ଗର ବସ୍ତ୍ର ପିନ୍ଧିଲେ ମହାଦେବ କ୍ରୋଧିତ ହୋଇଥାନ୍ତି ।

୨- ମହିଳା ମାନେ ସୋମବାର ଦିନ ମୁଣ୍ଡ ଢୋଇବା ଅନୁଚିତ । ଏହାଦ୍ବାରା ଘର ପରିବାର ଉପରେ କୁପ୍ରଭାବ ପଡିଥାଏ ।

୩- ଏହି ଦିନ ବ୍ରତ ରଖୁଥିବା ବ୍ୟକ୍ତି ନାସ୍ପାତି ଫଳର ସେବନ କରିବା ଦ୍ଵାରା ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି । ଏହି ଦିନ ମାଂସ ଖାଇବା ବର୍ଜିତ ଅଟେ । ଏହି ଦିନ କ୍ଷୀର, ଦହି ବ୍ରତଧାରୀଙ୍କୁ ଖାଇବା ଉଚିତ ।

୪- ସୋମବାର ଦିନ କାହାକୁ ଖରାପ କଥା କହିବା ବା ବ୍ୟବହାର ଦେଖାଇବା ଅନୁଚିତ । ଖଣ୍ଡିତ ଚାଉଳ ମହାଦେବଙ୍କୁ ଚଢାନ୍ତୁ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *