ଶ୍ରାବଣ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି 10ଟି କାମ ନଚେତ ପରିବାର ହୋଇଯିବ ବରବାଦ…

ବନ୍ଧୁଗଣ ଶ୍ରାବଣ ମାସ ଟି ମହାଦେବ ଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ । ଏହି ମାସରେ ଶିବ ପୂଜନ ପାଇଁ ସର୍ବ ଶ୍ରେଷ୍ଠ ମାନା ଯାଇଛି । ଏହି ମାସରେ ଶିବ ଜୀ ଙ୍କ ପୂଜା କରିଲେ ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ । ଶିବ ଜୀ ଙ୍କ ଉପାଷାଣ ପାଇଁ ସବୁ ପଶୁପକ୍ଷୀ, ଦାନବ ଗଣ, ମନୁଷ୍ୟ, ଦେବୀ ଦେବତା ତତ୍ପର ରହିଥାନ୍ତି । ପୃଥିବୀ ଦେବୀ ମଧ୍ୟ ଭଗବାନ ଶିବଙ୍କ ସ୍ଵାଗତରେ ସଜାଇ ହୋଇଥାନ୍ତି । ପ୍ରତେକ ଆଡେ ସବୁଜିମା ଦେଖାଯାଏ ।

ମହାଦେବଙ୍କ ପୂଜା କରିବାର ସୌଭାଗ୍ୟ ଯାହାକୁ ପ୍ରାପ୍ତ ହୁଏ ସେ ପୁଣ୍ୟବାନ ହୋଇଥାଏ । ଆଜି ଆମେ ଜାଣିବା ଏହି ମାସରେ କେଉଁ କାମ କରିଲେ ମହାଦେବ ଓ ମା ପାର୍ବତୀ କ୍ରୋଧିତ ହୋଇଥାନ୍ତି । ୧- ପ୍ରାଚୀନ କାଳରୁ ପ୍ରଥା ରହିଛି ଶ୍ରାବଣ ମାସରେ ମଣିଷକୁ ନିଜର କେଶ କି ନଖ, ଦାଢି କାଟିବା ଉଚିତ ନୁହେଁ । ଏମିତି କରିଲେ ଦୁର୍ଭାଗ୍ୟ ଆସିଥାଏ ।

୨- ଭଗବାନ ଶିବ ଙ୍କୁ ପଶୁପତିନାଥ କୁହାଯାଇଥାଏ । ଏହାର ଅର୍ଥ ଦୁନିଆର ସବୁ ପଶୁଙ୍କର ପାଳନହାର ହେଉଛନ୍ତି ମହାଦେବ । ଶ୍ରାବଣ ମାସରେ ଯେଉଁ ବ୍ୟକ୍ତି ପଶୁଙ୍କୁ ହଇରାଣ ବା ଅତ୍ୟାଚାର କରିଥାନ୍ତି ସେମାନଙ୍କ ଉପରେ ମହାଦେବ କ୍ରୋଧିତ ହୋଇଥାନ୍ତି । ଏହି ମାସରେ ପଶୁ ମାନଙ୍କର ସେବା କରିଲେ ଶିବ ଙ୍କ କୃପା ଲାଭ ହୁଏ ।

୩- ଆପଣ ବ୍ରତ ରଖନ୍ତୁ କି ନାହିଁ କିନ୍ତୁ ଭୁଲରେ ବି ଶ୍ରାବଣ ମାସରେ ଆମିଷ ଭୋଜନ କରିବା ଉଚିତ ନୁହେଁ । ଏହାଦ୍ବାରା ଘୋର ପାପ ଲାଗିଥାଏ ଓ ଅନିଷ୍ଟ ହୋଇଥାଏ ।

୪- ଶ୍ରାବଣ ମାସରେ ସ୍ଵାମୀ-ସ୍ତ୍ରୀ ଙ୍କୁ ଶାରୀରିକ ସମ୍ପର୍କ ରଖିବା ଅନୁଚିତ । ଏହି ମାସରେ ବ୍ରହ୍ମଚାର୍ଜ୍ୟ ବ୍ରତ ପାଳନ କରିବା ଦ୍ଵାରା ଭଲ ହୋଇଥାଏ ।

୫- ମହାଦେବ କହିଛନ୍ତି ଯେଉଁ ପୁରୁଷ ନାରୀର ସମ୍ମାନ କରେ ନାହିଁ ସେ ଦାରିଦ୍ରତା ଭୋଗ କରିଥାନ୍ତି । ଏଭଳି ପୁରୁଷଙ୍କ ଉପରେ ଶିବ ଜୀ କେବେ ବି ପ୍ରସନ୍ନ ହୁଅନ୍ତି ନାହିଁ ।

୬- ଶ୍ରାବଣ ମାସରେ ମଦ୍ୟପାନ ବା କୌଣସି ନିଶା ଦ୍ରବ୍ଯ ସେବନ କରିବା ଅନୁଚିତ । ଏହାଦ୍ବାରା ଶିବଜୀ ପ୍ରସନ୍ନ ହୁଅନ୍ତି ନାହିଁ ।

୭- ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ଖଟ ଉପରେ ନ ସୋଇ ଭୂମିରେ ସୋଇଥାଏ ସେ ଶ୍ରେଷ୍ଠ ଫଳ ପ୍ରାପ୍ତ କରିଥାଏ । ସେହି ବ୍ଯକ୍ତିର ସବୁ ଇଚ୍ଛା ପୂରଣ ହୋଇଥାଏ ।

୮- ଶ୍ରାବଣ ମାସରେ ଶରୀରରେ ତେଲ ଲଗାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଏହି ମାସରେ ବିନା ସ୍ନାନ କରି ରହିବା ଉଚିତ ନୁହେଁ । ଯିଏ ଏମିତି କରିଥାଏ ତାର ସବୁ ପୂଣ୍ୟ କାମ ସରିଯାଏ ।

୯- ଶ୍ରାବଣ ମାସରେ ଦ୍ଵାରକୁ ଆସିଥିବା ଭିକାରି ଙ୍କୁ ଖାଲି ହାତରେ ଫେରାଇବା ଉଚିତ ନୁହେଁ । କିଛି ନା କିଛି ଦାନ କରିବା ଉଚିତ ।

୧୦- ଶିବଲିଙ୍ଗରେ ଭୁଲରେ ବି ତୁଳସୀ ପତ୍ର ଚଢାଇବା ଉଚିତ ନୁହେଁ । ଭଗବାନ ଶିବଙ୍କ ପୂଜାରେ ଶଙ୍ଖ ବର୍ଜିତ ଅଟେ । ତେଣୁ ଭୁଲରେ ଏପରି କରିବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *